ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଲିଗୁଡା ୟୁ ପି ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ

 ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ୟୁ ପି ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସରରେ ବିଦ୍ୟଳୟର ପ୍ରଧାନ ଶିକ୍ଷକ ପରମେଶ୍ୱର ମାଝି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଣ୍ଡରା ଗୁଡା ସରପଞ୍ଚ ତାରା ଶଙ୍କର ରାୟଗୁରୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବାର୍ଷିକ କ୍ରୀଡା ଉତ୍ସବ ପାଳନ ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ ଏବଂ ବିଦ୍ୟଳୟର ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ଵ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ଶିକ୍ଷା ବିତ ସୀତା କାନ୍ତ ବାରିକ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଭଲ ମଣିଷ ଟିଏ ହେବା ପାଇଁ ବାର୍ତା ଦେଇଥିଲେ ।ଏଥିରେ ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ,ସ୍କୁଲ ଶିକ୍ଷା କମିଟି ସଭାପତି ଜୟ ରାମ ରଣା ,ଶିକ୍ଷାବିତ ପଦୁନାଭ ନାଗ ,ସମାଜସେବୀ ରାଧେ ଶ୍ୟାମ ନାଗ ,ଧନୁରାମ ପଟେଲ ,ସାଧୁ ରାମ ପଟେଲ , ସୁଦାରୁ ନିଆଲ ,ନବୀନ ପଟେଲ ,କ୍ଷମା ଶିଳା ଛତ୍ରିଆ ,ଅଦଳ ନିଆଲ ,ଅର୍ଚ୍ଚିତା ବାରିକ ,ଉର୍ମିଳା ମାଝି ,ସୁନିତା ବିହାର ପ୍ରମୁଖ ଯୋଗଦାନ କରି ବାର୍ଷିକୀ କ୍ରୀଡା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ସର୍ବ ପ୍ରଥମେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇ ବାର୍ଷିକ କ୍ରୀଡା ଉତ୍ସବ ର ଶୁଭାରମ୍ଭ କରିଥିଲେ ।କାର୍ଯ୍ୟକ୍ରମ ରେ ଶିକ୍ଷକ ଡୁଲେଶ୍ୱର କୁମାର ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ଶାନ୍ତନୁ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଯାହା ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନଙ୍କ ମଧ୍ୟରେ ଉତ୍ସ।ହ ଓ ଆଗ୍ରହ ଦେଖି ବାକୁ ମିକିଥିଲା ।ଏଥିରେ ଶିକ୍ଷକ ପ୍ରତାପ ମଳିକ ,ଦୁର୍ବାସ। ପଟେଲ ଏବଂ ଶିକ୍ଷୟତ୍ରୀ ଅରୁପମ। ନନ୍ଦି ସହଯୋଗ କରିଥିଲେ ।ଶେଷରେ ପ୍ରଧାନ ଶିକ୍ଷକ ପରମେଶ୍ୱର ମାଝି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛ ତ୍ରିଆ ,ଚିଲିଗୁଡା

Related posts

ବିଧାୟକ, ବିଡ଼ିଓ ଓ ଅନ୍ୟାନ୍ୟ କର୍ମଚାରୀ ମାନଂକୁ ଗିରଫ କରାଯିବା ନେଇ ଉତ୍କଳ ବିକାଶ ପରିଷଦ ପକ୍ଷରୁ କଟକ ସଦର ବ୍ଲକ ଘେରାଉ ଓ ପ୍ରତିବାଦ ସଭା

Sunil Chandra Nayak

ରାୟଗଡା ବିଦୁତ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବଣ୍ଟନ

Sunil Chandra Nayak

ବନ୍ଧୁଗାଁ ରେ ପାଞ୍ଚ ଦିନ ହେଲାଣି ବିଏସନାଲ ସେବା ଠପ୍

masiha

Leave a Comment

error: Content is protected !!