ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଲର୍ଭଟ ତଳୁ ଏଟିଏମ ରୁ ଚୋରୀ ରେ ବ୍ୟବହୃତ ସାମଗ୍ରୀ ଜବତ

ଡାବୁଗାଁ, ୨୩/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଡ଼ଙ୍ଗରିଗୁଡା ଛକ ନିକଟ କଲର୍ଭଟ ତଳୁ ଏଟିଏମ ରୁ ଚୋରୀ ରେ ବ୍ୟବହୃତ ସାମଗ୍ରୀ ସୋମବାର ପୋଲିସ ଜବତ କରିଛି | ସୂଚନାଯୋଗ୍ୟ:- ଶନିବାର ରାତ୍ରିରେ ଉମରକୋଟ ଥାନା ଅଧୀନ ଧୋଡ୍ରା ଗ୍ରାମ ମୁଖ୍ୟ ରାସ୍ତାସ୍ଥିତ ଷ୍ଟେଟବ୍ୟାଙ୍କ ଏଟିଏମ ରୁ ପ୍ରାୟ ୩୦ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ଲୁଟ ହୋଇଥିଲା | ଏହି ଲୁଟ ରେ ବ୍ୟବହୃତ ସାମଗ୍ରୀ ସୋମବାର ଡାବୁଗାଁ – ଉମରକୋଟ ମୁଖ୍ୟ ରାସ୍ତା ରେ ଡ଼ଙ୍ଗରିଗୁଡା ଛକ ନିକଟସ୍ଥ ଏକ କଲର୍ଭଟ ତଳେ ପଡିଥିବା ଖବର ପାଇ ଘଟଣାସ୍ଥଳରେ ଡାବୁଗାଁ ଆଇଆଇସି ସୁନୀଲ କୁମାର ପ୍ରଧାନ, ସବଇନିସ୍ପେକ୍ଟର ବିଜୁରାମ ବାଗ ଓ ଚନ୍ଦନ ସାହୁ ପ୍ରମୁଖ ପହଞ୍ଚି ସାମଗ୍ରୀ ଗୁଡିକ ଉଦ୍ଧାର କରିଥିଲେ | ସାମଗ୍ରୀ ଗୁଡିକ ହେଲା- ଗ୍ୟାସ ସିଲିଣ୍ଡର-୧ ଟି, ଅମ୍ଳଜାନ ସିଲିଣ୍ଡର-୧ ଟି, ଏଟିଏମ କ୍ୟାସ ବକ୍ସ-୩ଟି, ପାଇପ, କଟର, ଓ ଏକ ବସ୍ତାରୁ ସାର୍ଟ-୩ଟି, ଗ୍ଲୋବ -୩ ହଳ ଆଦି ଉଦ୍ଧାର କରି ପୋଲିସ ଜବତ କରିଛି | ଖବର ପାଇ ଘଟଣାସ୍ଥଳରେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ ପହଞ୍ଚି ପରିଦର୍ଶନ କରିଥିଲେ | ଅପରାହ୍ନରେ କୋରାପୁଟରୁ ସାଇଣ୍ଟିଫିକ ଦଳ ସହ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରିଛି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଗୁଳି ଫୁଟିଲା ଢେଙ୍କାନାଳରେ, ଅଳ୍ପକେ ବର୍ତ୍ତିଲେ ଠିକାଦାର

Sunil Chandra Nayak

ଚୋରି ଗ୍ୟାଙ୍ଗ ଆଗରେ ହାର ମାନୁଛି କି ଗୋଲାମୁଣ୍ଡା ପୁଲିସ ?  ଗୋଲାମୁଣ୍ଡା ବ୍ଲକ ରେ ବୃଦ୍ଧି ପାଇଛି, ଚୋରି ଡକାୟତି ଓ ରାହାଯାନୀ

ଜୟପାଟଣା:ଦିନ ଦ୍ବିପ୍ରହରରେ ଗୁଣ୍ଡାଗିରୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

Sunil Chandra Nayak

Leave a Comment

error: Content is protected !!