ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିର୍ତ୍ତୋଲରୁ ଲଳିତଗିରି ଯାତ୍ରାକଲେ ସାମ୍ବାଦିକ ସୁରକ୍ଷା ସମିତିର ସାମ୍ବାଦିକ ମାନେ

ତିର୍ତ୍ତୋଲ :- 23/01/23 ଗତ କାଲି ତିର୍ତ୍ତୋଲ ସାମ୍ବାଦିକ ସୁରକ୍ଷା ସମିତି ର ଉପଦେଷ୍ଟା ସାରଳା ସଂସ୍କୃତି ପ୍ରଚାରକ ବରିଷ୍ଠ ସାମ୍ବାଦିକ ରମାକାନ୍ତ ରାଉଳଙ୍କ ନେତୃତ୍ୱରେ ସମିତି ସଭାପତି ମା’ ସାରଳାଙ୍କ ସେବକ ଶରତ କୁମାର ଦାଶ, ଉପସଭାପତି ରଞ୍ଜନ କୁମାର ମଲ୍ଲିକ, ସହସମ୍ପାଦକ ଭାଗବତ ପ୍ରସାଦ, ମିଡ଼ିଆ ସଂଯୋଜକ କୈଳାସ ବେହେରା, କେନ୍ଦ୍ରାପଡ଼ା ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କରିବା ସହିତ ଯାଜପୁର ଜିଲ୍ଳାର ବାଲିଚନ୍ଦ୍ରପୁର ଥାନା ଅଧିନସ୍ଥ ଲଳିତଗିରି ଗୁମ୍ଫା ପରିଦର୍ଶନ କରିବା ଅଭିମୁଖେ ଯାତ୍ରା କରିଥିଲେ ! ସେଠାରେ ପହଂଚି ସନ୍ଥ ଅରକ୍ଷିତ ଦାସଙ୍କ ସମାଧିପୀଠ, ତଥା ଓଳାଶୁଣୀ ମେଳା ଦର୍ଶନ କରିଥିଲେ ! ହଜାର ହଜାର ଦର୍ଶକ ମାନଙ୍କ ଭିଡ ଭିତରେ ଚାଲିଥିବା ମେଳା ତୀର୍ଥମୟ ହୋଇଯାଇଥିଲା ! ସମସ୍ତ ଦର୍ଶକ ମନଭରି ଉପଭୋଗ କରୁଥିବାର ଦେଖିବାକୁ ମିଳିଥିଲା ! ସନ୍ଥ ଅରକ୍ଷିତ ଦାସଙ୍କ ବିଷୟରେ କିଛି କିମ୍ବଦନ୍ତୀ ମୂଳକ ଟିପ୍ପଣୀ ଶୁଣାଇଥିଲେ ଅଧିଷ୍ଠିତ ମହନ୍ତ ମହାରାଜ ! ସ୍ଥାନେ ସ୍ଥାନେ ପର୍ଯ୍ୟଟକ ମାନଙ୍କର ଭୋଜି ହେଉଥିବାର ଦେଖିବାକୁ ମିଳିଥିଲା ! ଭକ୍ତ ଭବାନୀ ଶଙ୍କର ଦାଶଏବଂ ସଚ୍ଚିଦାନନ୍ଦ ନାୟକ ସାମ୍ବାଦିକ ମାନଙ୍କର ଆତିଥ୍ୟ କରିଥିଲେ !ସେଠାରୁ ମହାବିନାୟକ, ଓ ଛତିଆବଟ ପରିଦର୍ଶନ କରି ନବ ବର୍ଷର ପ୍ରଥମ ମାସକୁ ସାମ୍ବାଦିକ ସୁରକ୍ଷା ସମିତି ଖୁବ ଉପଭୋଗ୍ୟ କରିଥିଲେ ! ଏହି ଯାତ୍ରାର ସଫଳତା ପାଇଁ ସମସ୍ତ ସାମ୍ବାଦିକ ଉପଦେଷ୍ଟା ରମାକାନ୍ତ ରାଉଳଙ୍କୁ ସାଧୁବାଦ ଜଣାଇଥିଲେ !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ ପାଳିତ

masiha

ରଥେ ଶ୍ରୀଜଗନ୍ନାଥ ନୃତ୍ୟ ନାଟିକା* ପ୍ରଥମ କରି ରଜ ସଂକ୍ରାନ୍ତି ରେ ଉତ୍କଳ ରଙ୍ଗମଞ୍ଚ ଜୟଦେବ ବିହାର ଭୁବନେଶ୍ୱର ରେ ପ୍ରଦର୍ଶିତ ହେବ

Sunil Chandra Nayak

ବିଦ୍ୟାଳୟ ପାଚେରି ନିର୍ମାଣ କାର୍ଯ୍ୟ ରେ ଶିଶୁ ଶ୍ରମିକ,ସବୁ ଦେଖି ଅଧିକାରୀ ଙ୍କ ପାଟି ଚୁପ୍       

Leave a Comment

error: Content is protected !!