ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେକ ରେ ରଶି ଲଗେଇ ଯୁବକ ର ଆତ୍ମହତ୍ୟା

ଚନ୍ଦାହାଣ୍ଡି(ମନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସେମଲାଗୁଡା ଗ୍ରାମର ପ୍ରଦିପ ଜଗତ (୨୨)ନାମକ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଚନ୍ଦାହାଣ୍ଡି ପୁଲିସ ପକ୍ଷରୁ ସୂଚନା ମିଳିଛି। ସୂଚନା ରୁ ପ୍ରକାଶ ଆଜି ଦିନ ୨ ଟା ସମୟରେ ଗ୍ରାମ ନିକଟରେ ଥିବା ଏକ ମହୁଲ ଗଛ ରେ ପ୍ରଦିପ ଙ୍କୁ ଝୁଲୁଥିବା ଅବସ୍ଥା ରେ ଗ୍ରାମର କିଛି ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।ଏ ନେଇ ତାଙ୍କ ବାପା ଚନ୍ଦାହାଣ୍ଡି ପୁଲିସ କୁ ଲିଖିତ ଅଭିଯୋଗ କରିବା ପରେ ଚାନ୍ଦହାଣ୍ଡି ଥାନା ଆଇଆଇସି ଉମେଶ ଚନ୍ଦ୍ର ନାୟକ ଏସ ଆଇ ଖଗେଶ୍ବର ଖୋସଲା ଙ୍କୁ ତଦନ୍ତ ପାଇଁ ନିର୍ଦ୍ଧେଶ ଦେଇଥିଲେ । ଘଟଣା ସ୍ଥଳରେ ପହଞ୍ଚି ଏସ ଆଇ ଖୋସଲା ଶବ ଜବତ ପରେ ଶବ ବ୍ୟବଚ୍ଛେଦ ପାଇଁ ପଠେଇଥିଲେ। ଡା ସନ୍ଦିପ ଶତପଥି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ।ଏ ନେଇ ଚନ୍ଦାହାଣ୍ଡି ଥାନାରେ ଏକ ଅପମୃତ୍ୟୁ ମାମଲା ୨/୨୩ ରୁଜୁ ହୋଇଥିବା ତଦନ୍ତ ଅଧିକାରୀ ଖଗେଶ୍ବର ଖୋସଲା କହିଛନ୍ତି।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ସୁନ୍ଦରଗଡ କେ. ବଲାଙ୍ଗ୍ ଅଞ୍ଚଳରୁ ମାଓ ଅସ୍ତ୍ରଶସ୍ତ୍ର ପୁନରୁଦ୍ଧାର

Sunil Chandra Nayak

ମଦୁଆକୁ ବାନ୍ଧି,ପୋଲିସ ଜିମାରେ ଦେଲେ ମହିଳା

ମାଟି ବୋଝେଇ ଟ୍ରାକ୍ଟରକୁ ଜବତ କଲା ପୋଲିସ 

masiha

Leave a Comment

error: Content is protected !!