ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ଠାରେ 74 ତମ ସାଧାରଣତନ୍ତ୍ର ଦିବସ ଓ ସରସ୍ବତୀ ପୂଜା

ନର୍ଲା (ମସିହା) ସରସ୍ବତୀ ଶିଶୁବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ଠାରେ 74 ତମ ସାଧାରଣତନ୍ତ୍ର ଦିବସ ଓ ସରସ୍ବତୀ ପୂଜା ପାଳିତ ହୋଇଯାଇଛି l ଏହି ଉତ୍ସବରେ ରୁପ୍ରାରୋଡ଼ର ସମାଜସେବୀ ଶ୍ରୀଯୁକ୍ତ ଦୁଲିଚନ୍ଦ ଅଗ୍ରୱାଲଙ୍କ ସୁପୁତ୍ର ଶ୍ରୀଯୁକ୍ତ ପ୍ରଦୀପ କୁମାର ଅଗ୍ରୱାଲ ମୁଖ୍ୟ ଅତିଥିଭାବରେ ଯୋଗଦେଇ ପତାକା ଉତ୍ତୋଳନ କରି ସାଧାରଣତନ୍ତ୍ର ଦିବସ ବିଷୟରେ ଆଲୋକପାତ କରିବା ସହିତ ବିଦ୍ୟାଳୟର ପାନୀୟଜଳର ବ୍ୟବସ୍ଥା ପାଇଁ ଏକ ସମର ସେବୁଲ ମଟର ମା ସରସ୍ବତୀଙ୍କ ନିକଟରେ ସମର୍ପଣ କରିଥିଲେ l ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ଭୋଇ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଶ୍ରୀ ପବିତ୍ର ମୋହନ ଛୁରିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଅନୁଷ୍ଠାନର ସଭାପତି ଘନଶ୍ୟାମ ଭୋଇ, ସମ୍ପାଦକ ସଂଜୀବ ଦାସ, ସଦସ୍ୟl ସୁନିତା ଭାରଦ୍ୱାଜ ଏହି ଉତ୍ସବରେ ଯୋଗ ଦେଇଥିଲେ l

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ଧନଞ୍ଜୟ ମହାନ୍ତି ଜୟନ୍ତୀ ସମାରୋହ 

ଭଗବାନ ଶ୍ରୀ ଗୌରାଙ୍ଗ ମହାପ୍ରଭୁଙ୍କ ଜନ୍ମ ଉତ୍ସବ ଗୌରପୂର୍ଣ୍ଣିମା ମହା ଆଡମ୍ବରରେ ପାଳିତ

masiha

ବଡ ଏକାଦଶୀ ଅବସରରେ ଧର୍ମଗଡ ଶ୍ୟାମ ପରିବାର ପକ୍ଷରୁ ବାବା ଖଟ୍ଟୁ ଶ୍ୟାମଜୀ ଙ୍କ ପବିତ୍ର ଜନ୍ମଦିନ ପାଳନ

masiha

Leave a Comment

error: Content is protected !!