ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କୋକସରା ବ୍ଲକରେ ଭାରତ ଯୋଡୋ ପଦଯାତ୍ରାରେ ଶରତ ପଟ୍ଟନାୟକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

କୋକସରା,୨୫/୦୧// କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେରରୁ ବୁଧବାର କଂଗ୍ରେସ ବ୍ଲକ ଦଲୀୟ କର୍ମକର୍ତ୍ତା ମାନେ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଛନ୍ତି ।ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଆମପାଣି ପର୍ଯ୍ୟନ୍ତ ପଦଯାତ୍ରାରେ ସାମିଲ ହୋଇଥିଲେ। କୋକସରା ବ୍ଲକର ମୋଟେର, ଚିଲିଗୁଡା, କୋକସରା, କାଉଡୋଳା ଓ ଆମପାଣି ଠାରେ ଶରତ ପଟ୍ଟନାୟକଙ୍କୁ କଂଗ୍ରେସର କର୍ମୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଭାରତ ଯୋଡୋ ପଦଯାତ୍ରାରେ କଂଗ୍ରେସର ନେତୃବୃନ୍ଦ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଓଡିଶାର ଜନସାଧାରଣଙ୍କୁ ଅବଗତ କରାଇବା ସହ ପୁଣିଥରେ ଓଡିଶାରେ ଦୁର୍ନୀତି ମୁକ୍ତ ଶାସନ ପାଇଁ କଂଗ୍ରେସ ଦଳକୁ ବାଛିବାକୁ ଅପିଲ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାରତ ଭୂଷଣ ବେମାଲ, ପିସିସି ସଭ୍ୟ ରବୀନ୍ଦ୍ର କୁମାର ପାଟ୍ଟଯୋଷୀ, ଦିଗାମ୍ବର ଦୁରିଆ, ପୁରୁଷୋତ୍ତମ ଗୁପ୍ତା, କୋକସରା ବ୍ଲକ ସଭାପତି ଘନଶ୍ୟାମ ଜାଲ, ବରିଷ୍ଠ କଂଗ୍ରେସ ନେତା ଅଶୋକ ଅଗ୍ରୱାଲ, ନିମାଇଁ ଧ. ମାଝୀ, କାର୍ଯ୍ୟକାରୀ ସଭାପତି କେଶବ ଚନ୍ଦ୍ର ନାଏକ, ଜିଲ୍ଲା ଓବିସି ସେଲ ସଭାପତି ଲିଙ୍ଗରାଜ ବେହେରା, ମୋଟେର ଯୋନ ସଭାପତି ଯତୀନ୍ଦ୍ର ଦଳାଇ, ପୁର୍ବତନ ସଭାପତି ରାଜେନ୍ଦ୍ର ନାଏକ, ଯୁବନେତା ତ୍ରିଭୁବନ ନାଏକ, ଜିଲ୍ଲା ଆଦିବାସୀ ନେତା ପରମାନନ୍ଦ ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ପାଢ଼ୀ, ବ୍ଲକ ଉପ ସଭାପତି ହରେକୃଷ୍ଣ ନାଏକ, ମହେନ୍ଦ୍ର ଧରୁଆ, ଧର୍ମଗଡ ନିର୍ବାଚନ ମଣ୍ଡଳୀ ଯୁବମୋର୍ଚା ସଭାପତି ଡାକେଶ୍ୱର ଲହଜଳ, ବେଣୁପାଣି ଦୁର୍ଗା, ଆମପାଣି ଯୋନ ସଭାପତି ହରିଶ୍ଚନ୍ଦ୍ର ନାଏକ,ନବୀନ କୁମାର ନାଏକ, ନାରିନେତ୍ରୀ ତପସ୍ୱିନୀ ପ୍ରଧାନୀ, ଫୁଲତୋଳା ଖମାରି ଶତାଧିକ ଦଲୀୟ କର୍ମକର୍ତ୍ତା ଓ କର୍ମି ପଦଯାତ୍ରାରେ ଉପସ୍ଥିତ ରହି ରାଜ୍ୟ ସଭାପତି ଶରତ ପଟ୍ଟନାୟକ ଓ ଭାରତ ଯୋଡୋ ପଦଯାତ୍ରାକୁ କଳାହାଣ୍ଡିର ଶେଷ ସୀମା ଆମପାଣିରୁ ନବରଙ୍ଗପୁର ଅଭିମୁଖେ ବିଦାୟ ଦେଇଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବିଷମକଟକ ନିର୍ବାଚନ ମଣ୍ଡଳୀର ନିର୍ବାଚନ ନିମନ୍ତେ ତିନଜଣ ପ୍ରାର୍ଥି ଙ୍କ ପ୍ରାର୍ଥିପତ୍ର ଦାଖଲ

masiha

ପ୍ରଚାର ମଇଦାନରେ ବିଜେଡି ଦଳ, ବଢୁଛି ସମର୍ଥନ

masiha

ନର୍ଲା : ବିଜେପିର ନିର୍ବାଚନ ପ୍ରସ୍ତୁତି 

masiha

Leave a Comment

error: Content is protected !!