ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ମତଦାନ ଦିବସ ପାଳିତ

ନର୍ଲା- (ମସିହା) ସ୍ଥାନୀୟ ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ସ୍କୁଲ ପରିସର ରେ ଜାତୀୟ ମତଦାନ ଦିବସ ଅଧ୍ୟକ୍ଷ ଶ୍ରୀ ରାମ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ନୂତନ ପିଢି ର ଯୁବକ ଯୁବତୀ ଯେଉଁମାନେ ଅଠର ବର୍ଷ ପୁରିଲା ପରେ ଭୋଟ ଦେବାପାଇଁ ଯୋଗ୍ୟତା ଅର୍ଜନ କରିବେ ସେମାନଙ୍କୁ ଏହାର ମହତ୍ତ୍ୱ ଉପରେ ଅବଗତ କରାଇବା ଥିଲା ଆଜିର ଦିବସ ର ମୂଳ ଲକ୍ଷ୍ୟ । ଆଜିର ଦିବସରେ ରାଜନୀତି ବିଜ୍ଞାନ ଅଧ୍ୟାପକ ସୁରେଶ ନାୟକ, ବୈଷୟିକ ଶିକ୍ଷା ବିଭାଗର ଶ୍ରୀ ସନ୍ତୋଷ ବୁଦ୍ଧିଆ, ଶ୍ରୀ ମୃତ୍ୟୁଞ୍ଜୟ ଦାସ ପ୍ରମୂଖ ଉପସ୍ଥିତ ରହି ଶପଥ ପାଠ କରାଇ ଥିଲେ ।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ମୟୁରଭଞ୍ଜ ଜିଲ୍ଳାରେ ୧୨ଗୋଟି ରାଜ୍ୟ ପାଇଁ ଭାରତୀୟ ବାୟୁସେନା ତରଫରୁ ଅନୁଷ୍ଠିତ ହେବ ଅଗ୍ନିବୀରବାୟୁ ନିଯୁକ୍ତି ରାଲି

Sunil Chandra Nayak

କନିଷ୍ଠ ଯନ୍ତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

ଧର୍ମଗଡ଼:କେନାଲ ରେ ପାଣି ଯୋଗାଇବା ନେଇ କଂଗ୍ରେସ କୃଷକ ସେଲ୍ ପକ୍ଷରୁ ଦାବୀ

Sunil Chandra Nayak

Leave a Comment

error: Content is protected !!