ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ନାଟ୍ୟ ଦିବସ ଆମ ଗର୍ବ ଓ ଗୌରବର ପ୍ରତୀକ : ବରିଷ୍ଠ କଳାକାର ମହାସଂଘ

ବ୍ରହ୍ମପୁର, ତା . ୨୭/୦୧ : କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ’ ପକ୍ଷରୁ ପବିତ୍ର ଶ୍ରୀପଞ୍ଚମୀ ତିଥିକୁ ଓଡ଼ିଶା ନାଟ୍ୟ ଦିବସ ଭାବେ ସ୍ଥାନୀୟ ପ୍ରକାଶମ୍ ହଲ୍ ପରିସରରେ ଚତୁର୍ଦ୍ଦିନାଙ୍କ ପୌରାଣିକ ନାଟକ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ସୀମାନ୍ତ ନଟରାଜ ଡା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଆଇନଜୀବୀ ସୁଧାଂଶୁ ଶେଖର ପଣ୍ଡା, ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ଓଡ଼ିଶୀ ସଙ୍ଗୀତ ଗବେଷକ ଗୁରୁ ଶଙ୍କର୍ଷଣ ପାତ୍ର, ଓଡ଼ିଶା କାଜୁ ଉନ୍ନୟନ ନିଗମ ବୋର୍ଡ ଅଧ୍ୟକ୍ଷ ସୁବାସ ମହାରଣା, ସମ୍ବର୍ଦ୍ଧିତ ଅତିଥି ଯୁବ ସମାଜସେବୀ ଗୋପାଳ କୃଷ୍ଣ ସ୍ୱାଇଁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଓଡ଼ିଶା ନାଟ୍ୟ ଦିବସ ଆମ ଗର୍ବ ଓ ଗୌରବର ପ୍ରତୀକ ଏବଂ ଏହି ଉତ୍ସବ ପାଳନର ନୂତନ ପରମ୍ପରା ସୃଷ୍ଟି ନିମନ୍ତେ ମହାସଂଘ ପରିବାର ଧନ୍ୟବାଦ ବୋଲି ମତବ୍ୟକ୍ତ କରିଥିଲେ । ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ପୂର୍ବାହ୍ନରେ କବିସୂର୍ଯ୍ୟ ବଳଦେବ ରଥ ଏବଂ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ୭୪ତମ ଜନରାଜ୍ୟ ଦିବସ ଅବସରରେ ପତାକା ଉତ୍ତୋଳନ ଓ ବର୍ଣ୍ଣାଢ଼୍ୟ କଳାକାର ଶୋଭାଯାତ୍ରା ମହାସଂଘ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଦୁଅନାପଲ୍ଲି ମା’ ମଙ୍ଗଳା ଓ କଳାପାଟ ଲୋକ ନାଟ୍ୟ ସଂଘ ପ୍ରଯୋଜିତ ଲୋକ ନାଟକ ‘ଲକ୍ଷ୍ମୀ ପୁରାଣ’ ଏବଂ ଲୁଦୁଲୁଦି ମା’ ଠାକୁରାଣୀ ନାଟ୍ୟ ସଂଘ ପ୍ରଯୋଜିତ ତଥା କାହ୍ନୁ ଚରଣ ଷଡ଼ଙ୍ଗୀ ନିର୍ଦ୍ଦେଶିତ ଗୀତିନାଟ୍ୟ ଶ୍ରୀଗଣେଶ ପରିବେଷିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଶଙ୍କର୍ଷଣ ପାତ୍ର, ଅନିଳ କୁମାର ପାତ୍ର, ସୁଦାମ ପଟ୍ଟନାୟକ, ଚନ୍ଦ୍ରଭାନୁ ନାୟକ, କିଶୋର କପୂର୍, ସୁବାସ ଚନ୍ଦ୍ର ସାହୁ ମାମା, ପ୍ରଫୁଲ୍ଲ ଚନ୍ଦ୍ର ନାୟକ, ଗୀତା ସ୍ୱାଇଁ, ବେବି ହଲ୍ଡର ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ କଳପ୍ରାଣ କୈଳାସ ପାଣିଗ୍ରାହୀ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଜେନ୍ଦ୍ର ପଣ୍ଡା ଙ୍କ ରିପୋର୍ଟ୍ 

Related posts

ବାଲି ମାଫିଆ ବନ୍ଧା ହେବେ ଘୋଷଣା ପରେବି ବେଧଡକ ଚୋରା ବାଲି ଚାଲାଣ 

masiha

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଅବକାରୀ ବିଭାଗ ର ମସୁଧା ରେ ଗୁପ୍ତି ପଞ୍ଚାୟତରେ ଚୋରା ମଦର ଆସର ଚଲାଇଚି ମଦ କାଉଣ୍ଟର ମାଲିକ

masiha

Leave a Comment

error: Content is protected !!