ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା // ଜଣାଣ

   ଜଣାଣ

ମାନଗୋବିନ୍ଦ ସ୍ବାଇଁ

ମୋଦେଶଠାକୁର ମୋଦେଶ ଦେଉଳ
      ପୂଜା ହୁଏ ନିତି ଦିନ
ସକାଳେ ସଞ୍ଜରେ ଭକ୍ତ ଗଣ ଭିଡ଼
        ଜଣାଇ ତା ଦୁଃଖ ମାନ।
ଆଖିର ଲୁହରେ ଭକତି ମନରେ
      ଗୁହାରୀ ଜଣାଇ କେତେ
ତା ଭାବ ବୁଝିବ ତା ଦୁଃଖ ହଟିବ
    ଭାବ କହେ ଜଗନ୍ନାଥେ ।
ବସନ୍ତ ପଞ୍ଚମୀ ରଥର ଆରମ୍ଭ
     ଭକ୍ତି କାରିଗର ଜନ
ଏକ ମନ ପ୍ରାଣ ଢାଳି ମୁ ଦେଇଛି
    ରଥ ଗଢ଼ା କରି ପୂର୍ଣ୍ଣ।
ସେ ଧର୍ଯ୍ୟ ସାହସ ହୃଦୟ ମଧ୍ୟରେ
     କରି ଦିଅ ମୋ ଆଶିଷ
ଏତିକି କରୁଣା ମାଗୁଛି ମିନତି 
     ବଢୁମୋ ଧର୍ଯ୍ୟ ଆୟୁଷ।
ଶରଣ ପଶୁଛି ଦୋଷ କ୍ଷମା କର
     ଭକ୍ତ ଦିନ ଦୀନ ଜନ
ପୁଣ୍ୟ କରି ଦିଅ ସଂସାର ମଧ୍ୟରୁ
     ବଞ୍ଚି ଯାଉ ତା ଜୀବନ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଅପର୍ତ୍ତି ସେଠୀ ଙ୍କ କବିତା l l ବଡଦିନ ଉପହାର l l

Sunil Chandra Nayak

ରାକେଶ ସାହୁ ଙ୍କ କବିତା // ମିଛେଇ ଝିଅ

Sunil Chandra Nayak

ଜଗଜ୍ୱିବନ ସା ଙ୍କ କବିତା = ଧ୍ବଂସ ମୁଖୀ ମାନବ

Sunil Chandra Nayak

Leave a Comment

error: Content is protected !!