ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖୁଡୁଖୁଡି ଖେଳ ଉପରେ ଚଢାଉ , ୪ ଗିରଫ

ଡାବୁଗାଁ, ୨୯/୧ (ମ.ନି.ସ.)- ରବିବାର ସନ୍ଧ୍ୟାରେ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଶିଂସାରି ହାଟ ରେ ଖୁଡୁଖୁଡି ଖେଳ ଉପରେ ପୋଲିସ ଚଢାଉ କରି ୪ ଜଣଙ୍କୁ ଗିରଫ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ର ଶିଂସାରି ସାପ୍ତାହିକ ହାଟରେ ଖୁଡୁଖୁଡି ଖେଳ ଚାଲିଥିବା ଖବର ପାଇ ଡାବୁଗାଁ ଥାନା ପୋଲିସ ଚଢାଉ କରିଥିଲା | ଏଥିରେ ସମ୍ପୃକ୍ତ କାରାଗାଁ ଗ୍ରାମର ସୁମନ୍ତ ମଣ୍ଡଳ (୩୫), ଭଦ୍ରଶାଳାପଦର ଗ୍ରାମର ଘେନୁ ବିଶୋୟି (୩୫) ଓ ସାଲିମଧର ହରିଜନ (୪୫) ଓ ଛତିଶଗଡ ରାଜ୍ୟର ବସ୍ତର ଜିଲା କରପାଉଣ୍ଡ ଥାନା ଅଧୀନ ସନ୍ଦ କରମରୀ ଗ୍ରାମର ଗଣେଶ ନାଗ (୩୧) ଙ୍କୁ ଗିରଫ କରିଛି | ଏହାସହ ଖୁଡୁଖୁଡି ଖେଳରେ ବ୍ୟବହୃତ ସାମଗ୍ରୀ ପାଲି -୧ଟି, ୬ଟି ଗୋଟି ଏବଂ ୩୬୬୦ ଟଙ୍କା ଜବତ କରାଯାଇଛି ବୋଲି ଆଇଆଇସି ସୁନୀଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି | ଏହି ଚଢାଉରେ ଡାବୁଗାଁ ଥାନା ଏଏସଆଇ ଶିଶିର କାନ୍ତ ଘୋଷ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପର୍ଜଙ୍ଗ ବିଧାୟକ ଙ୍କ ପୁତୁରା ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Sunil Chandra Nayak

ବେଲଗାଁ ରୁ ଚୋରୀ ହୋଇଥିବା ଗାଡି ରାମସା ଗାଁ ରୁ ଉଦ୍ଧାର

masiha

ଗଣେଶ ପୂଜାକୁ କେନ୍ଦ୍ର କରି ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ଯୁବକ

masiha

Leave a Comment

error: Content is protected !!