ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବର୍ଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଉଦେଶ୍ୟରେ ଶୋକ ସଭା, ଅର୍ଦ୍ଧ ନମିତ ହେଲା ଶହୀଦ ମିନାର ତ୍ରିରଙ୍ଗା 

ପାପଡାହାଣ୍ଡି,30/01, ମନିସ — – ଓଡିଶାର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଅକାଳ ବିୟୋଗକୁ ନେଇ ସୋମବାର ପାପଡାହାଣ୍ଡି ବ୍ଲକ ବିଜେଡି ତରଫରୁ ଶୋକ ସଭା କରାଯାଇଥିଲା | ଶହୀଦ ମିନାର ପରିସରରେ ଥିବା ତ୍ରିରଙ୍ଗା ପତକାକୁ ଅର୍ଦ୍ଧ ନମିତ କରାଯାଇଥିଲା | ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରାଙ୍କ ସଭାପତିତ୍ବ ରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ସହ ପ୍ରଦୀପ ପ୍ରଜ୍ବଳନ କରି ଉପସ୍ଥିତ ସଦସ୍ୟ ପ୍ରମୁଖ 2 ମିନିଟ ନିରବ ପ୍ରାଥନା କରିବା ସହ ଗଭୀରତମ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଭଗବାନ ନିକଟରେ ତାଙ୍କର ପବିତ୍ର ଆତ୍ମା କୁ ଶାନ୍ତି ଓ ସତଗତି କାମନା କରିଥିଲେ | ଦାସ ଙ୍କ ମୃତ୍ୟୁ ଫଳରେ ଓଡିଶା ରାଜନୀତି ରେ ଏକ ଅପୁରଣୀୟ କ୍ଷତିହେବାସହ ଏହି ଦୁଃଖଦ ଓ ଘଡିସନ୍ଧି ସମୟକୁ ସାମ୍ନା କରିବାକୁ ଭଗବାନ ତାଙ୍କର ଶୋକସନ୍ତପ୍ତ ପାରିବାର କୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ଉପାଧକ୍ଷ ମତ ରଖିଥିଲେ | ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ସାରା ରାଜ୍ୟରେ ଜାତୀୟ ପତାକା କୁ ତିନିଦିନ ଧରି ଅର୍ଦ୍ଧନମିତ ରଖାଯିବାକୁ ଥିବାବେଳେ ପାପଡାହାଣ୍ଡି ଶହୀଦ ମିନାର ପରିସରରେ ଥିବା ଜାତୀୟ ପତାକା କୁ ଅର୍ଦ୍ଧନିମିତ କରାଯାଇଛି | ଏହି କାର୍ଯ୍ୟକ୍ରମ ରେ ପାପଡାହାଣ୍ଡି ବ୍ଲକ ର ବିଭିନ୍ନ ପଂଚାୟତ ର ସରପଞ୍ଚ, ସମିତି ସଭ୍ୟ ସହ ମଣ୍ଟୁ ପରିଡା, ସୁଶାନ୍ତ ନାୟକ, ସରୋଜ ଜାଲ, ସୁକାନ୍ତ ନାଗ, ସାହେବ ବେସରା, ବିଶ୍ୱଜିତ ନାୟକ ଏବଂ ବ୍ଲକ ର ବିଜେଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଏନ ଏଚ ୨୬ ରୁ ବିଜୁ ଏକ୍ସପ୍ରେସ ୱେ କୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ, ନିର୍ମାଣ କରିବାକୁ ଦାବି

Sunil Chandra Nayak

ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

Sunil Chandra Nayak

ସିନାପାଲି ଶିକ୍ଷା ବିଭାଗର କୃତଜ୍ଞତା ବୈଠକ 

Sunil Chandra Nayak

Leave a Comment

error: Content is protected !!