ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିକଅପ ଓଲଟି,୧୭ ଗୁରୁତର

ଜୁନାଗଡ଼,୩୦/୧(ମ ନି ସ) ଜୁନାଗଡ଼ ଥାନା ଅନ୍ତର୍ଗତ ମୁଣ୍ଡରାଗୁଡା ଛକ ନିକଟରେ ଏକ ପିକଅପ  ଗାଡି ଓଲଟି ୧ ୭ ଜଣ ଯାତ୍ରୀ ଗୁରୁତର ହୋଇ ଜୁନାଗଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।ସେଥିମଧ୍ୟରୁ କିଛି ଶିଶୁ ଓ ମହିଳା ରହିଛନ୍ତି। ଗାଡି ଚାଳକ ଫେରାର ଥିବା ରହିଥିବା ସୂଚନା ମିଳିଛି।ପ୍ରକାଶ ଯେ ସୋମବାର ସନ୍ଧ୍ୟାରେ ଏହି ଥାନା ଅନ୍ତର୍ଗତ ଅନ୍ତରଲା ଓ କରଚଲା ଗ୍ରାମର ଲୋକେ ପିକଅପ ଓଲଟି,୧୭ ଗୁରୁତର ଗ୍ରାମକୁ ଏକ ପିକଅପ ଗାଡ଼ିରେ (ଓଡ଼ି ଓ୮ ଜି୮୦୪୯) ମୁଣ୍ଡନ ଭୋଜି ଖାଇ ତାଙ୍କ ଗ୍ରାମକୁ ଫେରୁଥିଲେ। ହେଲେ ମୁଣ୍ଡରାଗୁଡା ଛକ ବୁଲାଣିରେ ଚାଳକ ନିୟନ୍ତ୍ରଣ ହରାଇବାରୁ ଓଲଟି ପଡ଼ିଥିଲା।ଫଳରେ ସେଥିରେ ଥିବା ଯାତ୍ରୀ ଗୁରୁତର ହୋଈ ପଡ଼ିଥିଲେ।ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କୁ ଖବର ଦେବା ପରେ ଆହତଙ୍କୁ ଉଦ୍ଧାର କରି ଜୁନାଗଡ଼ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା ଆହତ ମାନଙ୍କ ମଧ୍ୟରେ ୭ ଜଣ ଶିଶୁ ରହିଛନ୍ତି।ସମସ୍ତେ ଅନ୍ତର୍ଲା ଓ କରଚଲା ଗ୍ରାମବାସୀ ବୋଲି ଜଣାଯାଇଛି।ଜୁନାଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଥିବା ଜଣାଯାଇଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର:ମନରେଗା ଓ ସି ଏଫ୍ ସି ଯୋଜନା ସମୀକ୍ଷା

masiha

୧- ବନ୍ଧୁଗାଁ ବ୍ଲକର ସମସ୍ତ ସ୍କୁଲ ଓ ଗାଁ ମାନଙ୍କରେ ଗଣେଶ ପୂଜା ମହା ଆଡ଼ମ୍ବରରେ ପାଳିତ , ୨- ଆମଲା ସଂଘର ଆନ୍ଦୋଳନ ଯୋଗୁଁ ଲୋକେ ତହସିଲ କାର୍ଯ୍ୟାଳୟକୁ ଆସି ନିରାଶରେ ବସି ଫେରୁଛନ୍ତି      

Sunil Chandra Nayak

ଚନ୍ଦ୍ର ମଣି ନାଟ୍ୟ ସଂଘ ଶତ ବାର୍ଷିକୀ ମହୋତ୍ସବ ନାଟ୍ୟକାର ଦୁର୍ଗା ମାଧବ ସିଂହଦେଓ ସ୍ମୃତି ସମ୍ମାନ ପାଇବେ : ନାଟ୍ୟକାର ପ୍ରଫେସର ବିଜୟ ଶତପଥୀ ଓ ପ୍ରଫେସର ନାରାୟଣ ସାହୁ

masiha

Leave a Comment

error: Content is protected !!