ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସେକ୍ଟର ୭ ମୁକ୍ତେଶ୍ଵର ମନ୍ଦିରର ପ୍ରତିଷ୍ଠା ଦିବସ

ରାଉରକେଲା/ ଆଜି ସୋମବାର ଠାରୁ ଆସନ୍ତା ୩ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପି ରୁଦ୍ର ମହାଯଜ୍ଞ, ବିଗ୍ରହ ଓ ଅଟ୍ଟାଳିକା ପ୍ରତିଷ୍ଠା କାର୍ଯ୍ୟକ୍ରମ ସେକ୍ଟର ୭, ବି ବ୍ଳକ ସ୍ଥିତ ଶ୍ରୀ ଶ୍ରୀ ମୁକ୍ତେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ସହରର ପ୍ରତିଷ୍ଠିତ ୯ ଜଣ ବିଜ୍ଞ ପଣ୍ଡିତ ମଣ୍ଡଳୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସୋମବାର ଅଙ୍କୁରାରୋପଣ, ମଙ୍ଗଳବାର ପ୍ରାତଃ ୮:୪୦ ସମୟରେ କଳସ ଯାତ୍ରା, ବୁଧବାର ଯଜ୍ଞଶାଳା ପରିକ୍ରମା, ଗୁରୁବାର ମନ୍ଦିର ଓ ଲିଙ୍ଗ ପ୍ରତିଷ୍ଠା, ଶୁକ୍ରବାର ପୂର୍ଣ୍ଣାହୁତି ସହିତ ସଂଧ୍ୟା ୭ ଘଟିକା ସମୟରେ ପ୍ରବାସୀ କ୍ଳବ୍ ପ୍ରାଙ୍ଗଣରେ ନାମ ସଂକୀର୍ତ୍ତନ,ଭଜନ ସଂଧ୍ୟା ଓ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି। ଏହି ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସଦାଶିବଙ୍କ ଆଶିର୍ବାଦ ପ୍ରାପ୍ତ କରିବା ସହିତ କର୍ମକର୍ତ୍ତାମାନଙ୍କୁ ସାହାଯ୍ୟ ସହଯୋଗ ଓ ଉତ୍ସାହିତ କରିବା ପାଇଁ ମନ୍ଦିର କମିଟି ତରଫରୁ ସଭାପତି ବେଦ ପ୍ରକାଶ ତିୱରୀ ସର୍ବସାଧାରଣଙ୍କୁ ନିବେଦନ କରିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଡାବୁଗାଁରେ ଚାଷୀର କୃଷି ଭିତ୍ତିକ ପର୍ବ ଉଁଆଷ ପର୍ବ ପାଳିତ 

masiha

ଐତିହାସିକ ପୋଡାଗଡ଼ ପୀଠରେ ନବଦିନାତ୍ମକ କଳସି ଯାତ୍ରା ଆରମ୍ଭ

Sunil Chandra Nayak

ବ୍ରହ୍ମlକୁମାରୀ ଗୀତା ପାଠଶାଳା ରେ ତ୍ରିମୁର୍ତ୍ତି ଶିବ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!