ନୂଆପଡା : ଆସନ୍ତା କାଲି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ| ନୂଆପଡା ଜ଼ିଲ୍ଲା ତିନୋଟି ଜ଼ିଲ୍ଲାପରିଷଦ ଓ 31 ଟି ଗ୍ରାମପଂଚାୟତ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଆଜି ନିର୍ବାଚନ ପାଇଁ ଜୋରସୋର ରେ ପ୍ରସ୍ତୁତ କରାଯାଇଛି ଏନେଇ ସ୍ଥାନୀୟ ନାସନାଲ ହାଇସ୍କୁଲ ଠାରେ ପୁଲିଙ୍ଗ ପାର୍ଟି କୁ ବିଭିନ୍ନ ଜାଗାକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି ନୂଆପଡା ଜ଼ିଲ୍ଲା ରେ ତିନିଗୋଟି ଜୋନ ପାଇଁ 366ଟି ବୁଥ ଥିବାବେଳେ 21ଗୋଟି ମାଓ ପ୍ରବଣ ବୁଥ, ଏକ ଚାଲିଶ ଗୋଟି ଅତି ଉତ୍ତେଜନା ପ୍ରବଣ ବୁଥ, ସତେଇସ ଗୋଟି ଉତ୍ତେଜନା ପ୍ରବଣ ବୁଥ, ହୋଇଥିବା ବେଳେ ମହିଳା ପୁଲିଙ୍ଗ ପାର୍ଟି ବୁଥ ଗୋଟିଏ ଅଛି, ୩ଗୋଟି ଜ଼ିଲ୍ଲାପରିଷଦ ଆସନ ପାଇଁ 10ଜଣ ପ୍ରାଥୀ ଥିବାବେଳେ 31 ଗୋଟି ଗ୍ରାମପଂଚାୟତ ପାଇଁ 129ଜଣ ସରପଞ୍ଚ ପ୍ରାଥୀ ଓ 114ଜଣ ସମିତିସଭ୍ୟ ପ୍ରାଥୀଥିବା ବେଳେ 366ୱାର୍ଡ ପାଇଁ 539ଜଣ ପ୍ରାଥୀ ରଣଙ୍ଗନା ରେ ଠିଆ ହୋଇଛନ୍ତି |ଆସନ୍ତା କାଲି ହେବାକୁ ଥିବା ଏହି ତିନୋଟି ଜୋନ ପାଇଁ 98848 ଭୋଟର ମତଦାନ କରିବେ ଏନେଇ ବ୍ୟାପକ ମାତ୍ରା ରେ ମଧ୍ୟ ପୋଲିସ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ପ୍ରତ୍ୟୁଷ ଦିବାକର ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ନୂଆପଡା । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post