ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟପାଟଣା: ଦୁର୍ଦ୍ଦିନରେ ପରିବା ଚାଷୀ , ଶୀତଳ ଭଣ୍ଡାର ପାଇଁ ଦାବି

ଜୟପାଟଣା:୦୧/୦୨(ମ ନି ସ) ଧାନ ଉତ୍ପାଦନରେ କଳାହାଣ୍ଡି ଜିଲ୍ଲା ଦେଶରେ ଅଗ୍ରଣୀ ଭୁମିକା ନେଇଥାଏ । ଜିଲ୍ଲାରେ ଏକତୃତୀଆଂଶ ଲୋକ କୃଷି ଉପରେ ନିର୍ଭରଶୀଳ । ତଥାପି ଅନ୍ୟକୁ ଖାଦ୍ୟ ଯୋଗାଉଥିବା ଚାଷୀଭାଇ ଜିଲ୍ଲାରେ ଅତ୍ୟନ୍ତ ଅନଗ୍ରସର । କଥାରେ ଅଛି ଚାଷ କାମ ଯାହାର କେଡେ ସୁଖ ତାହାର କିନ୍ତୁ ସ୍ଥାନୀୟ ଚାଷୀଙ୍କ ଅବସ୍ଥା ସମ୍ପୁର୍ଣ୍ଣ ବିପରୀତ । ଧାନ ଚାଷୀ ଧାର ଉଧାର କରି ଚାଷ କରିଥାଏ କିନ୍ତୁ ସରକାରଙ୍କର ସିଷ୍ଟମ ଓ ଦଲାଲ ମାନଙ୍କର ଶିକାର ହୋଇ ସର୍ବଦା ଶାଗ ମାଛ ଦରରେ ଧାନ ଗଣ୍ଡିଏ ଅନ୍ୟ ହାତକୁ ଟେକିଦିଏ । ଠିକ ସେହିପରି ପରିବା ଚାଷୀଙ୍କ ଭାଗ୍ୟ ବଜାରରେ ବସୁଥିବା ବ୍ୟବସାୟୀଙ୍କ ହାତରେ । ପରିବା ଚାଷୀ ଚଢା ଦରର ହାଇବ୍ରିଡ଼ ବିହନ ସାଙ୍ଗକୁ ରୋଗ ପୋକ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଅନେକ ମୂଲ୍ୟବାନ ଅଧିକ ଦରର କୀଟନାଶକ ବ୍ୟବହାର କରିଥାଏ । ଜଳସେଚନ ପାଇଁ କିରାସିନି ଚାଳିତ ପମ୍ପ ବ୍ୟବହାର କରୁଛି କିରାସିନି ମୁଲ୍ୟ ଲିଟର ପିଛା ୯୦ଟଙ୍କା ପଡିଯାଉଛି । ବର୍ତ୍ତମାନ ପରିସ୍ଥିତିରେ କିରାସିନି ନମିଳିବାରୁ ବାଧ୍ୟହୋଇ ଚାଷୀ ଡିଜେଲ ପମ୍ପ କିଣି ବ୍ୟବହାର କରୁଛନ୍ତି ।ବାରିରେ କାମ କରିବାକୁ ଶ୍ରମିକଙ୍କର ଘୋର ଅଭାବ ।ଏତେ ସବୁ ସତ୍ୱେ ବିଭିନ୍ନ କିଷମର ପରିବା ମାତ୍ର ୫ଟଙ୍କା ୧୦ଟଙ୍କା ଦରରେ ମାର୍କେଟକୁ ଛାଡୁଛନ୍ତି । ଚାଷୀ ନିଜ ମଜୁରୀ ଖର୍ଚ୍ଚ ମଧ୍ୟ ବାହାର କରିପାରୁନଥିବା ଅଭିଯୋଗ କରୁଛନ୍ତି । ଜୟପାଟଣା ଅଞ୍ଚଳକୁ ପଡୋଶୀ ନବରଙ୍ଗପୁର,କୋରାପୁଟ,ଛତିଶଗଡ଼ ଇତ୍ୟାଦି ଅଞ୍ଚଳରୁ ପରିବା ଆସୁଥିବାରୁ ସ୍ଥାନୀୟ ଚାଷୀଙ୍କର ପରିବାର ଚାହିଦା କମି ଯାଉଥିବା ଅଭିଯୋଗ ହେଉଛି । ସରକାରଙ୍କୁ ବାରମ୍ବାର ଅଞ୍ଚଳରେ ଏକ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ଚାଷୀକୁଳ ଦାବି କରି ଆସୁଛନ୍ତି ତାହା ମଧ୍ୟ ପୂରଣ ହେଉନାହିଁ । ଏତେସବୁ ଅସୁବିଧାରେ ଚାଷୀର ଆର୍ଥିକ ମାନଦଣ୍ଡ ଭାଙ୍ଗି ପଡୁଛି । ଚାଷୀର ପାରିବାରିକ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଶିକ୍ଷା,ସ୍ୱାସ୍ଥ୍ୟ ଅନ୍ୟାନ୍ୟ ଆନୁଷଙ୍ଗିକ ଆବଶ୍ୟକତା ସମ୍ପାଦନ କରିବାରେ ପଛରେ ରହି ଯାଉଛି ଚାଷୀ । କୃଷି ବିଭାଗର ସ୍ଥାଣୁତା ଯୋଗୁଁ ହଟ୍ଟିକଲଚର ବିଭାଗରୁ ଅସଲି ଚାଷୀକୁ କୌଣସି ପ୍ରୋତ୍ସାହନ ଦିଆଯାଉନାହିଁ । ସମସ୍ତ ସରକାରୀ ସ୍କିମକୁ ବଡ଼ ବଡ଼ିଆ,ରାଜନୀତିଆ ଏବଂ ଯାହା ପ୍ରତି ବିଭାଗୀୟ କତ୍ତୃପକ୍ଷଙ୍କର ଭୟ ସେମାନଙ୍କୁ ଥଇଥାନ କରି ଯୋଜନା ଗୁଡିକୁ ଚଳୁ କରୁଥିବା ଅଭିଯୋଗ ହେଉଛି ।

ଜଗମୋହନ ପଟ୍ଟନାୟକ (ବରିଷ୍ଠ ସାମ୍ବାଦିକ)

Related posts

ରାଇରଙ୍ଗପୁର ନୂତନ ପୁଲିସ ଜିଲ୍ଲାରେ ପୁଲିସ ଫୋର୍ସଙ୍କ ଯୋଗଦାନ. ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ପୁଲିସ ଫୋର୍ସକୁ ସ୍ୱାଗତ

Sunil Chandra Nayak

କଳାହାଣ୍ଡି ଉତ୍ସବ ରେ କବିତା ପାଠୋତ୍ସଵ

Sunil Chandra Nayak

ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

masiha

Leave a Comment

error: Content is protected !!