ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୁଜଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ 

ଛାତ୍ର ଜୀବନ ରେ ଶ୍ରମ : ସାରା ଜୀବନ କୁ ଦିଏ ଆରାମ

 ମ.ରାମପୁର,୦୧/୦୨(ମସୀହା): ଛାତ୍ର ଜୀବନ ରେ ଶ୍ରମ କରିଥିଲେ ତାହା ବାକି ଜୀବନ କୁ ଆରାମ କରିବା ପାଇଁ ସୁଯୋଗ ଦେଇଥାଏ । କାରଣ ନିଜ ଛାତ୍ର ଜୀବନରେ ଲକ୍ଷ୍ୟ ସ୍ଥିର କରିବା ସହିତ ଅଧ୍ୟବସାୟ ବଳରେ ଜୀବନ ରେ ସଫଳତା ମିଳି ଥାଏ ବୋଲି ମ.ରାମପୁର ବ୍ଲକ ଅନ୍ତର୍ଗତ ପଣ୍ଡକମାଳ ପଂଚାୟତ ତୁଜୁଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ପ୍ରଥମ ବାର୍ଷିକ ଉତ୍ସବ ରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ଏଡିଇଓ ପ୍ରେମଲାଲ ଦୁବେ, ସମ୍ମାନିତ ଅତିଥି ଭାବରେ ଆଇପିଇ ମହେନ୍ଦ୍ର କୁମାର ପଣ୍ଡା , ଯୁବ ଉଦ୍ୟୋଗୀ ବିଭୁ ପ୍ରସାଦ ସାହୁ, ଡାକ୍ତର ଲୋକନାଥ ସାହୁ, ବୃନ୍ଦାବନ ନାଗ, ସାମ୍ବାଦିକ ହେମନ୍ତ ସାହୁ ଓ ସାମ୍ବାଦିକ ପରମାନନ୍ଦ ବିଶି , ସ୍କୁଲ ପରିଚାଳନା କମିଟି ସଭାନେତ୍ରୀ ରଞ୍ଜିତା ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ l ପ୍ରଧାନ ଶିକ୍ଷକ ଦିବାକର ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ଦୟାମୟ ବାଗ ମଞ୍ଚ ପରିଚାଳନା ଏବଂ ଶିକ୍ଷକ ହିମାଂଶୁ ଶେଖର ସିଂ ଭୋଇ ବାର୍ଷିକ ବିବରଣୀ ଏବଂ ମାନ ପତ୍ର ପଠନ କରିଥିଲେ l ପ୍ରଧାନ ଶିକ୍ଷକ ଦିବାକର ସାହୁ ଙ୍କ ଉଦ୍ୟମରେ ପ୍ରଥମ କରି ବାର୍ଷିକ ଉତ୍ସବ ପାଳନ ହୋଇଥିବା ବେଳେ ଏହି ଅବସରରେ ଗାଁରେ ଶିକ୍ଷାର ବିକାଶ ପାଇଁ ସ୍କୁଲ ଘର ନିର୍ମାଣ ପାଇଁ ଅବଦାନ ଥିବା ଗାଁର କେତେକ ବ୍ୟକ୍ତିଙ୍କୁ ସମର୍ଦ୍ଧିତ କରାଯାଇଥିଲା l ଯୁବ ଉଦ୍ୟୋଗୀ ବିଭୁ ପ୍ରସାଦ ସାହୁ ଏବଂ ତୁଜଙ୍ଗ ସ୍କୁଲ ରେ ପାଠ ପଢି ଡାକ୍ତର ହୋଇଥିବା ଡାକ୍ତର ଲୋକନାଥ ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା l ୨୦୨୨ ମସିହା ମାଟ୍ରିକ ବୋର୍ଡ ପରୀକ୍ଷାରେ ସ୍କୁଲରେ ଟପ୍ପର ହୋଇଥିବା ଛାତ୍ର ମୋତିରାମ ନାଗ ଏବଂ ଛାତ୍ରୀ ରୋସନୀ ନାଗ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା l ଏହାପରେ ସ୍କୁଲ ର ବିଭିନ୍ନ ପ୍ରତିଯୋଗୀତା ରେ କୃତିତ୍ବ ହାସଲ କରିଥିବା ଛାତ୍ର ଛତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଶିକ୍ଷୟିତ୍ରୀ କବିତା ପଧାନ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ପରିଚାଳନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସ୍କୁଲ ର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l 

ମ ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଆମ ଆଦମୀ ପାର୍ଟି ତରଫରୁ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଝରିଗାଁ ଠାରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

ବିଶ୍ୱ ପରିବେଶ ଦିବସରେ ୱାଇଏମଏଫଆଇ କୁ ମିଳିଲା ‘ପ୍ରକୃତି ମିତ୍ର ପୁରସ୍କାର

Leave a Comment

error: Content is protected !!