ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଳିକା ଆତ୍ମରକ୍ଷା ଶିବିର ଉଦଯାପିତ

ବାଲେଶ୍ଵର,୦୧/୦୨/୨୩-ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରୀ ସ୍ଥିତ ଡ଼.ହରେକୃଷ୍ଣ ମହତାବ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜାନୁଆରୀ ୯ ତାରିଖ ଠାରୁ ଆରମ୍ଭ ହୋଇଥିବା ଛାତ୍ରୀ ଆତ୍ମରକ୍ଷା ଶିବିର ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମ ସଂଯୋଜିକା ମାଳତୀ ହାତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଲିମ ଛାତ୍ରୀ ଜୟଶ୍ରୀ ସାମଲ କଳା, ବାଣିଜ୍ୟ ଓ ବିଜ୍ଞାନର ୧୩୬ ଜଣ ଛାତ୍ରୀଙ୍କୁ ୫ଟି ପର୍ଯ୍ଯାୟରେ ଆତ୍ମରକ୍ଷାର ବିଭିନ୍ନ କୌଶଳ ଶିକ୍ଷାଇ ଥିଲେ । ୨୮ ତାରିଖରେ ଜିଲ୍ଲା ପର୍ଯ୍ଯବେକ୍ଷଣ କମିଟି ବିଦ୍ୟାଳୟ ପରିଦର୍ଶନରେ ଆସି ସନ୍ତୋଷ ପ୍ରକାଶ କରିଥିଲେ । ଅଧ୍ଯକ୍ଷଙ୍କ ରାମକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରାଧ୍ୟାପକ ସୁରେନ୍ଦ୍ର ରାଉତ, ଅଧ୍ଯାପିକା ଗୀତାଞ୍ଜଳୀ ମହୁରୀ ଓ କବିତା ବଳବନ୍ତରାୟ ପ୍ରମୁଖ ଯୋଗଦେଇ ଛାତ୍ରୀମାନେ କିଭଳି ନିଜକୁ ସୁରକ୍ଷିତ ରଖିପାରିବେ ସେ ବିଷୟରେ ସବିଶେଷ ସୂଚନା ଦେଇଥିଲେ । ଶେଷରେ ସମସ୍ତ ଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବିଭିନ୍ନ ସ୍ଥାନରେ ଆୟୋଜିତ ପବିତ୍ର ରଥଯାତ୍ରା ମହୋତ୍ସବରେ ବିଧାୟକ ଶ୍ରୀ ଦୁର୍ଗାଚରଣ ତନ୍ତୀଙ୍କ ଯୋଗଦାନ

Sunil Chandra Nayak

ସେବା,ତ୍ୟାଗ,ସାଧନା ଓ ଓଡ଼ିଆ ଜାତିର ସ୍ଵଭିମାର ଅମ୍ଳାନ ସ୍ୱାକ୍ଷର : ଅଗ୍ରଣୀ ସାମାଜିକ ସଙ୍ଗଠନ “ଆମ ମାହାଙ୍ଗା” 

Sunil Chandra Nayak

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ପଦ୍ମଶ୍ରୀ ମନୋରଂଜନ ଦାସଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!