ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଗବତୀ ଚରଣ ପାଣିଗ୍ରାହୀଙ୍କ ଜୟନ୍ତୀ ପାଳିତ

ରାଉରକେଲା/ ପ୍ରଗତିଶୀଳ ସାହିତ୍ୟନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ଓଏଏସପି ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଭଗବତୀ ଚରଣ ପାଣିଗ୍ରାହୀ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଭଗବତୀ ଙ୍କ ଜୀବନୀ ଓ ତାଙ୍କ ସୃଷ୍ଟି ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ରାଉତ ଭଗବତୀଙ୍କୁ ପ୍ରଗତିଶୀଳ ସାହିତ୍ୟର କର୍ଣ୍ଣଧାର ଓ ତାଙ୍କୁ ଓଡିଶାର ଲେଲିନ ବୋଲି ଅବହିତ କରିଥିଲେ । ଏହି ଅବସରରେ ସେ ତାଙ୍କ ଉଦ୍ଦେଶ୍ୟରେ ଏକ କବିତା ପାଠ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ଯ ରେ କହିଲେ ଯେ ବ୍ରିଟିଶ ଶାସନାଧୀନ ଓଡ଼ିଶା ସଂକଟମୟ ସମୟ ଦେଇ ଗତିକରୁଥିବା ବେଳେ ଓ ରାଜନୈତିକ ଅସ୍ଥିରତା ତଥା ସାମାଜିକ କୁସଂସ୍କାର ବିରୁଦ୍ଧରେ ଯେଉଁମାନେ ସାମାଜିକ ପରିବର୍ତ୍ତନ ଆଣିବାରେ କଲମ ଚାଳନା କରିଥିଲେ ସେମାନଙ୍କ ମଧ୍ୟରେ ଭଗବତୀ ଚରଣ ପାଣିଗ୍ରାହୀ ଅନ୍ୟତମ। ପାରମ୍ପରିକ ସାହିତ୍ୟ ସୃଷ୍ଟି ରୁ ବିରତ ହୋଇ ସେ ପ୍ରଗତିଶୀଳ ସାହିତ୍ୟ ସୃଷ୍ଟି କରି ଭାଷା ସାହିତ୍ୟକୁ ରୁଦ୍ଦିମନ୍ତ କରିଛନ୍ତି । ସାମ୍ୟବାଦ ଆଦର୍ଶରେ ଅନୁପ୍ରାଣିତ ଭାଗବତୀ ବଂଧୁ ପ୍ରାଣନାଥ ଓ ଗୁରୁଚରଣ ପଟ୍ଟନାୟକଙ୍କ ସହ ମିଶି ଓଡିଶାରେ ବିଧିବଦ୍ଧ କମ୍ୟୁନିଷ୍ଟ ଦଳ ଗଠନ କରିଥିଲେ । ପ୍ରାରମ୍ଭରେ ଛାତ୍ରୀ ଶୁଭଶ୍ରୀ ଆଚାର୍ଯ୍ୟ ଭଗବତୀଙ୍କ ସଂପର୍କରେ ବକ୍ତବ୍ଯ ରଖିଥିଲେ । ସଭାପତିତ୍ବ ଅଭିଭାଷଣ ରେ ଶ୍ରୀ ନାୟକ କାର୍ଯ୍ୟକ୍ରମ ପାଳନର ଆବଶ୍ୟକତା ସହ ଅତିଥିଙ୍କ ପରିଚୟ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ୍ ଉତ୍ତର ଦେଇଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିକାଶ ଚନ୍ଦ୍ର ମହାନ୍ତି, ସୁଶାନ୍ତ କୁମାର ବିଶ୍ବାଳ,ଉମାକାନ୍ତ କରଣ, ରାମଚନ୍ଦ୍ର ମିଶ୍ର, ମମତା ମହନ୍ତ, ଅଚଳା ମିଶ୍ର, ପ୍ରତାପ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବେହେରା ଓ ରବିନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ତିର୍ତ୍ତୋଲ ଏସ.ଡି.ପି.ଓ, ଏବଂ ଅବକାରୀ ଅଫିସରଙ୍କୁ ନବବର୍ଷର ସୁଭେତ୍ସା

Sunil Chandra Nayak

ଅନୁଷ୍ଠିତ ହେଲା ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ

masiha

ବିଧାୟକଙ୍କ କରକମଳରେ ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ

Sunil Chandra Nayak

Leave a Comment

error: Content is protected !!