ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ବିଶାଳ ସ୍ୱାସ୍ଥ୍ୟ ଶିବିର ଓ ଔଷଧ ବଣ୍ଟନ

 ବାଲେଶ୍ଵର,୦୨/୦୧/୨୩ – ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ସିଂଲା ସ୍ଥିତ ପଥଦୂର୍ଗା ସଂସ୍କୃତ ମହାବିଦ୍ୟାଳୟ ପରିସରରେ ସୁବର୍ଣ୍ଣରେଖା ବନ୍ଦର ତରଫରୁ ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ବାରା ଏକ ବିଶାଳ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ଵାରା ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ସୁବର୍ଣ୍ଣରେଖା ବନ୍ଦରର ଏକ୍ଜିକ୍ୟୁଟିଭ ଡାଇରେକ୍ଟର ପ୍ରକାଶ ସିଂ, ପଥଦୂର୍ଗା ସଂସ୍କୃତ ମହାବିଦ୍ୟାଳୟର ପ୍ରିନ୍ସିପାଲ ବ୍ରଜକିଶୋର ଦାଶ, ସିଂଲା ପଞ୍ଚାୟତର ସରପଞ୍ଚ ବିପିନ୍ ବିଶ୍ଵାଳ, ସୁବର୍ଣ୍ଣରେଖା ବନ୍ଦର ପ୍ରଶାସନ ମୁଖ୍ୟ ପ୍ରମୋଦ କୁମାର, ଟାଟା ଷ୍ଟିଲ ଫାଉଣ୍ଡେସନ ବାଲେଶ୍ୱର ମୁଖ୍ୟ ପ୍ରମୋଦ କୁମାର ପାତ୍ର ପ୍ରମୁଖ ଯୋଗ ଦେଇ ସ୍ବାସ୍ଥ୍ୟ ଶିବିରକୁ ଉଦ୍ଘାଟନ କରିଥିଲେ । ଜଳ, ଜୀବନ, ଜୀବିକାକୁ କିଭଳି ଭାବରେ ଅଧିକ ବିକଶିତ କରିହେବ ସେ ଦିଗରେ ବିଶେଷ ପଦକ୍ଷେପ ଗ୍ରହଣ କରାଯାଉଛି । ଏବଂ ବହୁତ ଶୀଘ୍ର ସୁବର୍ଣ୍ଣରେଖା ବନ୍ଦରର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୁବର୍ଣ୍ଣରେଖା ବନ୍ଦରର ଏକ୍ଜିକ୍ୟୁଟିଭ ଡାଇରେକ୍ଟର ପ୍ରକାଶ ସିଂ ପ୍ରକାଶ କରିଥିଲେ ।ସୁବର୍ଣ୍ଣରେଖା ବନ୍ଦର ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନର ଏଭଳି ସାମାଜିକ କାର୍ଯ୍ୟକ୍ରମକୁ ପଞ୍ଚାୟତର ସରପଞ୍ଚ ବିପିନ୍ ବିଶ୍ଵାଳ ଅନେକ ପ୍ରଶଂସା କରିଥିଲେ । ଏଥିରେ ଭେଷଜ ବିଭାଗରେ ୩୫୩ ଶିଶୁ ବିଭାଗରେ ୧୦୭ଚର୍ମ ବିଭାଗରେ ୧୪୪ ଆଖି ବିଭାଗରେ ୧୯୦ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୬୯ ଜଣ ରୋଗୀ ଚିକିତ୍ସା ପାଇଁ ଆସିଥିଲ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ,କୋରାନା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି ଘଟଣା : ପହଞ୍ଚିଲେ ଡାକ୍ତରୀ ଟିମ : ପରିସ୍ଥିତି ନିୟନ୍ତ୍ରଣାଧୀନ

masiha

ପୁଣି ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳରେ ଝାଡାବାନନ୍ତି: ଜଣେ ମୃତ ଅନେକ ଆକ୍ରାନ୍ତ

Sunil Chandra Nayak

Leave a Comment

error: Content is protected !!