ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଅପର୍ତ୍ତି ସେଠୀ ଙ୍କ କବିତା // ମୁକ୍ତିଦ୍ଵାର

      ମୁକ୍ତିଦ୍ଵାର

      ଅପର୍ତ୍ତି ସେଠୀ

ସ୍ଵାମୀ ସେବା ଅଟେ ମୁକତିର ଦ୍ଵାର
      ପ୍ରତି ନାରୀଟିର ପାଇଁ,
ମୁକ୍ତି ଶେଷ ଆଶା କାଳିଆ ଭରସା
      ଭକତର ‍ ଲକ୍ଷ୍ଯ ଏହି।
ମୁକତି ଲଭିବା ଜୀବନରେ ଚିନ୍ତା
      ଥରେ ଯେବେ ଆସିଯାଏ,
ସଂସାର ବାସନା ତୁଚ୍ଛ ଲାଗେ ସିନା
      ପ୍ରଭୁ ପାଶେ ମନ ରହେ।
ସତ୍ଯ, ଶାନ୍ତି,ଦୟା, କ୍ଷମା ଚତୁର୍ଗୁଣ
       ହୃଦେ ପ୍ରକଟିତ ହୁଏ,
ବିଷୟା ଆସକ୍ତି ତ୍ୟାଗକରି ବ୍ୟକ୍ତି
       ଶେଷେ ବୈକୁଣ୍ଠକୁ ଯାଏ।
କାମନା ବିଳାସୀ ଦେଖିଲେ ରୂପସୀ
       ସାନ୍ନିଧ୍ଯରେ ତାର ଧାଏଁ,
ଭାବେ ମୁକ୍ତିଦ୍ଵାର ପ୍ରେମିକା ପୟର
       ସବୁ ସୁଖ ସେଠି ଥାଏ।
ମଦ୍ଯପର ଲକ୍ଷ୍ୟ ନିଶା ମୁକ୍ତିପଥ
       ମଦଭାଟି ମୁକ୍ତିଦ୍ଵାର,
ଅର୍ଥ ପିପାସୁଟି ଲୋଭଗ୍ରସ୍ତ ହୋଇ
       ଟଙ୍କାର ନିର୍ମାଣେ ଗଡ଼।
ନୁହେଁ କେବେ ମୁକ୍ତି ଅହଂରେ ଆସକ୍ତି
       ହୋଇଯାଏ ପ୍ରାଣୀ ଯେବେ,
ଅଚିରେ ଜୀବନ ପୁଣି ହିନୀମାନ
       ନର୍କ ଭୋଗେ ପରାଭବେ।
ଆବଦ୍ଧ କ‌ଏଦୀ କାରାଗାରେ ବନ୍ଦୀ
       ଯେବେ ଦିନକାଟୁଥାଏ,
ମୁକ୍ତି ହେଲାଦିନ ଆନନ୍ଦେ ନୟନୁ
       ଲୁହଗୁଡା ବହିଯାଏ।
 ତେଣୁ ଏ ଜୀବନ ଦୁର୍ଲ୍ଲଭଟି ଜାଣ
       ପରୋପକାର ନିମନ୍ତେ,
ଗୋମାତା ଅପରେ ଦୁଗ୍ଧ ଦାନଦିଏ
       ମୁକ୍ତି ଲଭ‌ଇ ଯେମନ୍ତେ।
ବୃକ୍ଷ ଫଳ ଯାଚି ଆମକୁ ଦେଉଛି
        ନଦୀ ଶୋଷ ମେଣ୍ଟାଉଛି,
ସେଭଳି ଭକତ ପରୋପକାରରେ
        ଅନ୍ତେ ମୁକ୍ତି ଲଭୁଅଛି।
ସତ୍ଯଯୁଗେ ପ୍ରଭୁ ହିରଣ୍ଯ ବିଦାରୀ
        ପ୍ରହଲ୍ଲାଦେ ମୁକ୍ତି ଦେଲେ,
ତ୍ରେତୟାରେ ପ୍ରଭୁ ରାମ ଅବତାରେ
        ଅହଲ୍ୟା ତାରଣ କଲେ।
 ଦ୍ଵାପରେ ଶ୍ରୀହରି ଧର୍ମ ରକ୍ଷା କରି
        ପାଣ୍ଡବେ କରିଲେ ରକ୍ଷା,
ଏକଳି ଯୁଗରେ ଭାବଡୋରେ ବନ୍ଧା 
        ପ୍ରଭୁ କାଳିଆ ଦେବତା।
ଜୀବନର ପଥ ଆଜି କଣ୍ଟକିତ
        ଚାଲୁଚାଲୁ ଝୁଣ୍ଟିପଡେ,
ତୋଳି ନିଅ ପ୍ରଭୁ ତୁମ ବାହୁବଳେ
       ଏତିକି ମାଗୁଣି କରେ।
ଏମା଼ୟା ସଂସାର ସତେ କାରାଗାର
      ମୋତେ ଆଜି ଲାଗୁଅଛି,
ଦିଅ ବାରେ ମୁକ୍ତି କରୁଛି ବିନତୀ
      ଦୁଃଖ ଅସହ୍ୟ ହେଉଛି।
ଶେଷ ଗୀତ ତୁମ ସେହି ରାମନାମ
       ଶେଷ ବେଳେ କଣ୍ଠେ ଦିଅ,
ଶେଷ ନିଃଶ୍ୱାସ ମୋ ଛାଡ଼ିବା ପୂର୍ବରୁ
       ମୁକ୍ତି ଦ୍ଵାରେ ନେଇ ଯାଅ।
ସହି ପାରୁନି ମୁଁ ଏ ଜଞ୍ଜାଳ ବୋଝ
       ଥକି ପଡିଲିଣି ମୁହିଁ,
ଏ ଦୀନ ଅପର୍ତ୍ତି ଗୁହାରୀ କରୁଛି
       ଶ୍ରୀରଙ୍ଗା ଚରଣ ଧ୍ଯାୟୀ।
ଜୟ ଶ୍ରୀ ବଳଦେବଜୀଉ।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା   _ _ ଧର୍ମ _ _

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା = ଜଣାଣ

Sunil Chandra Nayak

ସରୋଜିନୀ ପତି ଙ୍କ କବିତା  = ପଖାଳ =

Sunil Chandra Nayak

Leave a Comment

error: Content is protected !!