ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ନିୟେ।ଜନ କାର୍ଯ୍ୟାଳୟ / ମଡେଲ କ୍ୟାରିୟର ସେଣ୍ଟର ତରଫରୁ ପ୍ଲେସମେଣ୍ଟ ଡ୍ରାଇଭ ଆୟୋଜିତ

ରାୟଗଡ:-ତା.୪/୦୨-ରାୟଗଡ ଜିଲ୍ଲା ନିୟେ।ଜନ କାର୍ଯ୍ୟାଳୟ / ମଡେଲ କ୍ୟାରିୟର ସେଣ୍ଟର , ରାୟଗଡା ତରଫରୁ ତା ୧ ଏବଂ ୨ ଫେବୃଆରୀ ୨୦୨୩ ରିଖ ଦିନରେ ବେଦାନ୍ତ କମ୍ପାନୀର ସ୍ନାତକ ପ୍ରଶିକ୍ଷକ ପଦ ପାଇଁ ୨ ଦିନ ଧରି ଏକ ପ୍ଲେସମେଣ୍ଟ ଡ୍ରାଇଭ ର ଆୟୋଜନ କରାଯାଇଥିଲା । ମୋଟ ୩୭୬ ଜଣ ପ୍ରାର୍ଥୀ / ପ୍ରାର୍ଥୀନୀ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ ଆବେଦନ କରିଥିଲେ । ପ୍ରଥମ ଦିନରେ ଲିଖିତ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୫ ଜଣ ଦ୍ୱିତୀୟ ଦିନର ସାକ୍ଷାତକାର ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ  | ନିଯୁକ୍ତି ଡ୍ରାଇଭ୍ ଦ୍ୱିତୀୟ ଦିନରେ ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼ ଶ୍ରୀଯୁକ୍ତ ଧର୍ମାନନ୍ଦ ବେହେରା ଉକ୍ତ ପ୍ରଣାଳୀକୁ ପ୍ରୋତ୍ସ।ହିତ କରିଥିଲେ । ବେଦାନ୍ତ ଦଳ ୨୫ ଜଣ ସର୍ଟଲିଷ୍ଟ ପ୍ରାର୍ଥୀଙ୍କୁ ସାକ୍ଷାତକାର କରାଇଥିଲେ । ବେଦାନ୍ତ କମ୍ପାନୀର ଉପଯୁକ୍ତ ପ୍ରକ୍ରିୟା ପରେ ଫଳାଫଳ ଘୋଷଣା କରାଯିବ ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ତତ୍ତ୍ୱମୋସି ମହାପାତ୍ର ଜଣାଇଛନ୍ତି l

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଶ୍ରୀ ମହାବୀର ଯୁବ ପରିଷଦର ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ “ମହାବୀର ଉଦ୍ୟାନ” ସ୍ଥାପନ 

masiha

Awareness done by Astha Foundation Odisha.

masiha

ମ.ରାମପୁର ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦ୍ଘାଟିତ

Sunil Chandra Nayak

Leave a Comment

error: Content is protected !!