ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଯୁବରେଡକ୍ରସ ଶିବିର ଉଦଯାପିତ 

ଶିବିରାର୍ଥୀମାନଙ୍କୁ ଆତ୍ମନିର୍ଭରଶୀଳ ଓ ଶୃଙ୍ଖଳିତ କରେ ଶିବିର

କର୍ଲାମୁଣ୍ଡା ତା-୦୪/୦୨/୨୩ // କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ତିନିଦିନିଆ ଜିଲ୍ଲା ସ୍ତରୀୟ ଯୁବରେଡକ୍ରସ ଶିବିରର  ଉଦଯାପନୀ  ହୋଇ ଯାଇଛି।କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି କର୍ଣ୍ଣେଲ ପ୍ରଫେସର ସଂଜୟ କୁମାର ଶତପଥୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀମାନଙ୍କୁ ଭଲ ଛାତ୍ର ହେବା ସହିତ ଜଣେ ଉତ୍ତମ ସ୍ଵେଚ୍ଛାସେବୀ ଭାବେ  ସମାଜ କଲ୍ୟାଣ କରିବାକୁ ଆହ୍ୱାନ ଦେଇଥିଲେ। ଓଡିଶା ରାଜ୍ୟଶାଖା ଯୁବରେଡକ୍ରସ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଶିବିର ସ୍ଵେଚ୍ଛାସେବୀ ମାନଙ୍କୁ ଶିକ୍ଷା,ମନୋରଞ୍ଜନ,କର୍ମକ୍ଷମ ଓ ଅନୁକମ୍ପା ପ୍ରଦାନ କରିଥାଏ।। ଉତ୍ସବରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ ସଭାପତିତ୍ୱ କରିଥିଲେ।  ମହାବିଦ୍ୟାଳୟର ଯୁବରେଡକ୍ରସ ପରାମର୍ଶଦାତା ଗିରିରାଜ ଗହୀର ସ୍ବାଗତ ଅଭିଭାଷଣ ଓ ତ୍ରିଦିବସୀୟ ଶିବିରର ବିବରଣୀ ପ୍ରଦାନ କରିଥିଲେ ।ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲାବେଳେ  ଅଧ୍ୟାପକ ହେମନ୍ତ କୁମାର ଚୌଧୁରୀ ମଞ୍ଚ ପରିଚାଳନା କରିଥିଲେ। ଶାନ୍ତନୁ କୁମାର ପରିଡ଼ା ଶିବିରର ଅନୁଭୂତି ବର୍ଣ୍ଣନା କରିଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ସଞ୍ଜୀବ କୁମାର ସାହୁ ଓ ମୋହନ ଚରଣ ବିଷି ସଂଯୋଜନା କରିଥିଲେ।  ଯୁବ ରେଡକ୍ରସର ତିନିଦିନ ପାଇଁ ଉଦ୍ଧିଷ୍ଟ ଏହି ଜିଲ୍ଲା ସ୍ତରୀୟ ଶିବିରରେ ରେଡକ୍ରସ ଇତିହାସ, ବିକାଶ ଓ ଚିହ୍ନ,ମୌଳିକ ନିୟମ ବିଷୟରେ ସଂଜିବ କୁମାର ସାହୁ,ବିପର୍ଯ୍ୟୟ ପରିଚାଳନା ବିଷୟରେ ପ୍ରକାଶ ଚନ୍ଦ୍ର ସେଠୀ,ପ୍ରାଥମିକ ଚିକିତ୍ସା ବିଷୟରେ ଶାନ୍ତନୁ କୁମାର ପରିଡା ଓ ମୋହନ ଚରଣ ବିଷି, ରକ୍ତଦାନର ମହତ୍ତ୍ଵ ବିଷୟରେ ସୁଧିର କୁମାର ପଣ୍ଡା,ସଡକ ସୁରକ୍ଷା ବିଷୟରେ ଡ.ଅଜିତ କୁମାର ବେହେରା,ଏଚଆଇଭି ଏଡ଼ସ୍ ବିଷୟରେ ଦିନବନ୍ଧୁ ରାଉତ, ନିଶା ମୁକ୍ତ କ୍ୟାମ୍ପସ୍ ବିଷୟରେ ମୁକେଶ କୁମାର ବହିଦାର, ନେତୃତ୍ୱ ବିକାଶ ବିଷୟରେ ସରୋଜ କୁମାର ପଟ୍ଟଯୋଶୀ ଓ ଯୋଗ ବିଷୟରେ ପରିକ୍ଷିତ ନାଗ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହା ବ୍ୟତୀତ ଶିବିରାର୍ଥୀମାନଙ୍କ ମଧ୍ୟରେ ପ୍ରବନ୍ଧ,ତର୍କ, ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା ଏବଂ  ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ  ପରିବେଷଣ ହେଉଥିଲା।ଏହି ଶିବିରର ଦ୍ଵିତୀୟ ଦିବସରେ  ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇ ୧୫ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଏହି ଅବସରରେ ସ୍ବେଚ୍ଛାସେବୀ ମାନେ ସ୍ଥାନୀୟ ଡାକ୍ତରଖାନା ସଫେଇ ଓ  ରିଷିଡା ଗ୍ରାମ ପରିକ୍ରମା କରି ସଡକ ସୁରକ୍ଷା, ନିଶା ନିବାରଣ,ଏଡ଼ସ୍ ,ସ୍ବଚ୍ଛତା, ବୃକ୍ଷରୋପଣ ଉପରେ ସଚେତନ କରିଥିଲେ।ଶିବିରରେ ଭବାନୀପାଟଣା ଉପଖଣ୍ଡ ଅନ୍ତର୍ଗତ  ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ୧୨୦ ଜଣ ପରାମର୍ଶଦାତା ଓ ସ୍ବେଚ୍ଛାସେବୀ ଯୋଗଦାନ କରିଥିଲେ।ଏହି ଶିବିର ପରିଚାଳନାରେ ଆୟୋଜକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୀଳାମ୍ବର ପାତ୍ର,  ଲଳିତ କୁମାର ଦାସ, ଚନ୍ଦନ ରଣା, ଚିନ୍ମୟ ରଣା, ସୌମ୍ୟ ରଞ୍ଜନ ତ୍ରିପାଠୀ, ଜଗଦୀଶ ଭୋଇ, ନାରାୟଣ ଗହିର, ଯୋଗେନ୍ଦ୍ର ବେହେରା, ପାଣ୍ଡବ ହରିଜନ, କଲ୍ପନା ରଣା ପ୍ରମୁଖ  ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ତଥା ସ୍ଵେଚ୍ଛାସେବୀ ଛାତ୍ରଛାତ୍ରୀମାନେ ସକ୍ରିୟ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଡିଜିଟାଲ କ୍ରପ ସର୍ଭେ ଉପରେ ବୈଠକ 

masiha

ଉତ୍କଳ ଦିବସରେ ସମ୍ମାନିତ ହେଲେ ଶିକ୍ଷକ ସହଦେବ

Sunil Chandra Nayak

ଗାରିଡି ଗ୍ରାମରେ ଚାଲିଛି ଘଟ ଯାତରା ,  ଦୁଇ ରାତ୍ରରେ ୨ ସାମାଜିକ ଗଣ ନାଟକ 

Leave a Comment

error: Content is protected !!