ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମହାସମାରୋହରେ ଚାଲିଛି ମାଘ ପୂର୍ଣମୀ ଓ ମାଘ ପୁରାଣ ପାଠ 

ନର୍ଲା : (ମସିହା) ପବିତ୍ର ମାଘ ମାସରେ ପୁର ପଲ୍ଲୀ ରୁ ଆରମ୍ଭ କରି ସାରା ଦେଶରେ ଚାଲିଛି ମାଘ ପୂର୍ଣମୀ ପାଳନ,ପ୍ରବଚନ,ପୁରାଣ ପାଠ,ଏହି ଅବସରରେ କଳାହାଣ୍ଡି ଜିଲ୍ଲା ନର୍ଲା ବସ୍ତି ରେ ଦଶମୀ ଦିନ କଳସ ଯାତ୍ରା ଠାରୁ ଆଜି ପର୍ଯ୍ୟନ୍ତ ମହାସମାରୋହରେ ପୁରାଣ ପାଠ,ଆଧ୍ଯାତ୍ମିକ ଆଲୋଚନା ସହ ନାଚ ଗୀତ ର ଆସର ଜମିଛି, ବ୍ରତଧାରୀ ସାମୁହିକ ପ୍ରାତଃସ୍ନାନ,ସକାଳ ଆଳତୀ,ଭୋଗଲାଗି,ସନ୍ଧ୍ୟା ଆଳତୀ ରେ ଭକ୍ତିର ସହ ଭଗବାନ ଙ୍କ କରୁଣା ଲାଭ କରୁଛନ୍ତି, ପ୍ରତିଦିନ ଶ୍ରଦ୍ଧାଳୁ ମାନେ ହବିଷାନ୍ୟ କରି ସନ୍ତୋଷ ଲାଭ କରିବାର ଦେଖିବାକୁ ମିଳିଛି, ନର୍ଲା ମାଘ ପୂର୍ଣମୀ କମିଟି ସଭାପଚି ସତ୍ୟଭାମା ସାହାଣୀ ଏବଂ ସଂପାଦିକା ତମାଳ ପାତ୍ରଙ୍କ ନେତୃତ୍ବ ରେ ୫୦ ରୁ ଉର୍ଦ୍ଧ ସଭ୍ୟା ଓ ସଭ୍ଯା ଙ୍କ ସହଯୋଗ ରେ ନର୍ଲା ର ଏହି ଆଧ୍ଯାତ୍ମିକ ପରିବେଶ ଜନ ସମାଗମ ହେଉଅଛି, କର୍ତ୍ତା ଭାବେ ଜଗବନ୍ଧୁ ପ୍ରଧାନା,ଏବଂ ଜୟନ୍ତୀ ପ୍ରଧାନୀ ରହି ସୁତାରୁ ରୁପେ କାର୍ଯକ୍ରମ ସଂପାଦନ କରୁଛନ୍ତି ବରବିଶେଷ କରି ମହିଳା ମାନେ ନେନତୃ ନେଇ ଏହି କାର୍ଯକ୍ରମ କରିବା ଏବଂ ମହିଳା କଳାକାର,କୁନି କଳାକାର ଙ୍କ ସାଂସୃତିକ କାର୍ଯକ୍ରମ ବେଶ୍‌ ମନଛୁଆଁ ହେଉଛି,ଅଞ୍ଚଳ ର ପ୍ରତିଷ୍ଠିତ ପୁରୋହିତ ଶୁନାଶୀର ମିଶ୍ର ଓ ସହଯୋଗୀ ସୁବ୍ରତ ମିଶ୍ର ପୁରାଣ ପାଠ ଓ ନିତିକାନ୍ତି ଦାୟିତ୍ତ୍ୱ ରେ ଥିବାବେଳେ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ଦାୟିତ୍ବ ନେଇ ସହଯୋଗ କରିବାର ଦେଖିବାକୁ ମିଳିଛି, |ରତ୍ନଗିରୀ ନାଟ୍ଯସଂଘ ର ପୁରୁଣା କଳାକାର,ବିଭିନ୍ନ ସାଇ ର ନବ ପ୍ରତିଭା ମାନେ ଆସି ପୂଜା ମଣ୍ଡପ ନିକଟ ରେ ନିଜ ନିଜ କଳା ପରିବେଷଣ ର ସୁଯୋଗ ପାଇବାର ଦେଖିବାକୁ ମିଳିଛି,ମହିଳା ମାନଙ୍କ ଦ୍ୱାରା ଦୀର୍ଘ ବର୍ଷ ରୁ କରି ଆସୁଥିବା ଏହି ଆଧ୍ଯାତ୍ମିକ ପ୍ରୟାସ କୁ ଅଞ୍ଚଳ ବାସୀ ବେଶ୍‌ ଭୂୟସୀ ପ୍ରଶଂସା କରୁଛନ୍ତି।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ଆଲମଣ୍ଡା ଠାରେ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉସ୍ଛବ ଆରମ୍ଭ 

ପରମ୍ପରା ଓ ଧର୍ମବିଶ୍ଵାସ… ଆଜି ମା ଭଣ୍ଡାର ଘରଣୀଙ୍କ ଚୈତ୍ର ଯାତ୍ରା

Sunil Chandra Nayak

ଅମ୍ବାଦୁଲା ରେ ଟୋକି ପର୍ବ ପାଳିତ

Sunil Chandra Nayak

Leave a Comment

error: Content is protected !!