ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଦୁଇଟି ପଞ୍ଚାୟତର ଗୋଟିଏ ଅନୁଷ୍ଠାନ 85 ତମ ଅଷ୍ଟମପ୍ରହରୀ ନାମଯଜ୍ଞ ସଂକୀର୍ତ୍ତନ!

ତିର୍ତ୍ତୋଲ :-04/02/23 କିଏ କହୁଛି ପଞ୍ଚାୟତ ପଞ୍ଚାୟତ ମଧ୍ୟରେ ଭଲ ପାଇବା, ସ୍ନେହ ଶ୍ରଦ୍ଧା, ମିତ୍ରତା ମରିଯାଇଛି ବୋଲି ? କିଏ କହୁଛି ଦୁଇଟି ପଞ୍ଚାୟତକୁ ନେଇ ଅନୁଷ୍ଠାନ ବଞ୍ଚି ପାରିବନି ? ପାଠକ ବନ୍ଧୁ, ଆମେ ଆପଣଙ୍କୁ ଅବଗତ କରାଉଛୁ, ଜଗତସିଂହପୁର ଜିଲ୍ଳାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ କନିମୂଳ ଓ ବିଶନପୁର ପଞ୍ଚାୟତର ସାମଲ ସାହି ଏପରି ସଦଭାବନା ମଧ୍ୟରେ ବାସ କରୁଛନ୍ତି ଯେ ଦୀର୍ଘ 85 ବର୍ଷ ହେବ ବିଶ୍ୱର କଲ୍ୟାଣ ନିମନ୍ତେ ଅଷ୍ଟମ ପ୍ରହରୀ ନାମଯଜ୍ଞ ଆୟୋଜନ କରି ଆସୁଛନ୍ତି ! ଏହି ଅନୁଷ୍ଠାନ ଆରମ୍ଭ କରିଥିବା ବ୍ୟକ୍ତି ହୁଏତ ଦୁଇ କିମ୍ବା ତିନି ଜଣଙ୍କୁ ଛାଡି ଅନ୍ୟମାନେ ଧରା ତ୍ୟାଗ କରି ସାରିଲେଣି ! ତାଙ୍କର ପୁଅ ବା ପୁତୁରା ଏହି ପରମ୍ପରାଗତ ଅନୁଷ୍ଠାନକୁ ଏବେ ମଧ୍ୟ ବଜାୟ ରଖିଛନ୍ତି ! ଚଳିତ ବର୍ଷ ଏହାର ମୁଖ୍ୟ ଦାୟିତ୍ୱରେ ଅଛନ୍ତି ଖିରୋଦ କୁମାର ସାମଲ, ପ୍ରଭାକର ସାମଲ, ଅଲେଖ ସାମଲ, ନିତ୍ୟାନନ୍ଦ ସାମଲ, ଦିବାକର ସାମଲ, ବିପିନି ବିହାରୀ ସାମଲ, ଦିଲ୍ଲୀପ ସାମଲ, ସୁନାକର, ସଞ୍ଜୟ, ରବୀନ୍ଦ୍ର, ହରିହର, ଜଗବନ୍ଧୁ, ପ୍ରଶାନ୍ତ, ସରୋଜ,କୁନା, ମୁନ୍ନା, ଅମୀୟ, ଅଭୟ, ତପନ, ବୁବୁ, ରବୀନ୍ଦ୍ର, ଆଲୋକ !ସାମଲ ସାହିର ସମସ୍ତ ବ୍ୟକ୍ତି ଏହି କାର୍ଯ୍ୟରେ ସହଯୋଗ କରିଥିଲେ ! ପ୍ରତିବର୍ଷ ପରି ଚଳିତ ବର୍ଷ ବିଭିନ୍ନ ଅଞ୍ଚଳରୁ ସଂକୀର୍ତ୍ତନ ଦଳ ଆମନ୍ତ୍ରିତ ହୋଇ ଆସିଥିବାର ଦେଖିବାକୁ ମିଳିଥିଲା ! ଦୁଇଟି ପଞ୍ଚାୟତର ଭଦ୍ରବ୍ୟକ୍ତି ମାନଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଥିବାର ଆୟୋଜକ ମାନେ ସୂଚନା ଦେଇଥିଲେ ! ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହି ଯେ ସଂଗଠିତ ହୋଇ ଅନୁଷ୍ଠାନକୁ ଏତେ ବର୍ଷ ହେବ ପରିଚାଳନା କରିବା ଚର୍ଚ୍ଚାର ବିଷୟ ହୋଇଛି !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଉଦିତନଗର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

masiha

ଶ୍ରୀ ଶ୍ରୀ ଆଖଣ୍ଡଳମଣି ମନ୍ଦିରରେ ଶିବ ବିବାହ ମହାସମାରୋହରେ ସମ୍ପନ୍ନ

Sunil Chandra Nayak

ମୋକିଆରେ ନୂତନ ରଥ କାଠ ଅନୁକୂଳ

Sunil Chandra Nayak

Leave a Comment

error: Content is protected !!