ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପ୍ରସିଦ୍ଧ ଶୈବପୀଠରେ ଗୋରେଖ ନାଥଙ୍କ ଜନ୍ମଦିନ ପାଳନ

ତିର୍ତ୍ତୋଲ :-05/02/23 / ଜଗତସିଂହପୁର ଜିଲ୍ଲାର କେରକେରା ଗ୍ରାମରେ ଅବସ୍ଥିତ ବାବା ଗୋରେଖନାଥଙ୍କ ଜନ୍ମଦିନ ଉତ୍ସବ ଯଥାରୀତି ଅନୁସାରେ ପାଳିତ ହୋଇଯାଇଛି ! ଆଜି ମାଘମାସ ଶୁକ୍ଲପକ୍ଷ ଅଗ୍ନିଉତ୍ସବ ପୂର୍ଣ୍ଣିମା ! ଏହି ଦିନକୁ ସିଦ୍ଧବାବା ଗୋରେଖନାଥଙ୍କ ଜନ୍ମଦିବସ ଭାବେ, ଶ୍ରଦ୍ଧାଳୁ ଭକ୍ତମାନେ ମହାସମାରୋହରେ ପାଳିତ କରିଥାନ୍ତି ! ପ୍ରଭାତରୁ ବାବାଙ୍କ ନୀତିକାନ୍ତି ପୂଜାର୍ଚନା କରାଯାଇ, ଅନ୍ନପ୍ରସନ୍ନ କରାଯାଇ ଭକ୍ତ ମାନଙ୍କୁ ଭୋଜନ କରାଯାଇଥାଏ ! ବାବା ଗୋରେଖନାଥ ସର୍ପଘାତ ବ୍ୟକ୍ତିଙ୍କ ପାଇଁ ବରଦାନ ସ୍ୱରୂପ ! ବହୁ ଦୂର ଦୁରାନ୍ତରୁ ଶୁଭ ମାନସୀ ଭକ୍ତଙ୍କ ସମାଗମ ହୋଇଥାଏ ! ଏହି ପୀଠ କଟକ ପାରାଦ୍ୱୀପ ରାସ୍ତାର ଜଇପୁର ଛକ ଠାରୁ ଅନତିଦୂର କେରକେରା ଗ୍ରାମରେ ଅବସ୍ଥିତ ! ଆଜି ବାବାଙ୍କ ଜନ୍ମଦିନରେ ଅନେକ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ଥିବାର ଜଣାଯାଇଛି !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା .

Related posts

ଓଲମା ଠାରେ ପାଳନ ହେଲା ଟୋକିମରା ପର୍ବ

Sunil Chandra Nayak

ଡେଙ୍ଗପଦର ରେ ପାଟ ବାଲିଯାତ୍ରା  ଉଦଯାପିତ

ଚଚରାଗୁଡା ସ୍ଥିତ ମା ଠାକୁରାଣୀ ଙ୍କ ନବ ଦିନାତ୍ମକ ଘଣ୍ଟଯାତ୍ରା ଶାନ୍ତି ଶୃଙ୍ଖଳିତ ଭାବେ ସମାପିତ 

Sunil Chandra Nayak

Leave a Comment

error: Content is protected !!