ଯୁଵ ସଂଗ୍ରାମୀ ଭଗତ ସିଂ
ଲେଖକ– ଶ୍ରୀ ସୌଭାଗ୍ୟ ରଞ୍ଜନ ମହାପାତ୍ର
ସମ୍ବଲପୁର
ଭଗତ ସିଂହ ଯାହଙ୍କର ନାମ ଶୁଣିଲେ ସମସ୍ତ ମନରେ ଏକ ବିପ୍ଲାତ୍ମକ ଭାବନା ସୃଷ୍ଟି ହେବା ସହ ଦେଶାତ୍ମକ ବୋଧର ଚେତନ ଜାଗ୍ରତ ହୋଇଥାଏ । ଯିଏକି ହେଉଛନ୍ତି ସ୍ୱାଧୀନ ଭାରତର ମୂଳ ସୂତ୍ର ।ଆମ ଦେଶର ବୀର ସନ୍ତାନମାନଙ୍କ ଗୌରବ ଗାଥା ଶୁଣିଲେ ଯେ କେହି ବିସ୍ମିତ ନ ହୋଇ ରହିପାରିବ ନାହିଁ। ସେମାନଙ୍କ ବୀରତ୍ୱରେ ଆଜି ଆମ ଦେଶ ଗର୍ବିତ। ସେମାନଙ୍କ ଜୀବନୀ ଅଧ୍ୟୟନ କଲେ ଜଣାପଡେ ଯେ ସେମାନେ ଏ ଦେଶ ପାଇଁ କେତେ ଯେ କଷ୍ଟ ନ ସହିଛନ୍ତି, କେତେ ଯେ ନିର୍ଯାତନା ଓ ଅପମାନ ନ ସହିଛନ୍ତି!ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ଯୋଦ୍ଧା ଭଗତ ସିଂହଙ୍କୁ ସ୍ମରଣ କରିବା ମାତ୍ରେ ସାମ୍ନାରେ ନାଚି ଉଠେ ତାଙ୍କ ବୀରତ୍ୱର ଚେହେରା। ଜାଗି ଉଠେ ମନ ଆଉ ପ୍ରାଣ। ଶରୀରରେ ଖେଳିଯାଏ ଅପୂର୍ବ ଶିହରଣ। ଜାଗ୍ରତ ହୁଏ ଦେଶ ପ୍ରେମର ଜୁଆର।
ତାଙ୍କର ଘର ପଞ୍ଜାବର ଲାୟଲପୁର ଜିଲ୍ଲା ଅନ୍ତର୍ଗତ ବଙ୍ଗା ଗ୍ରାମରେ ହୋଇଥିବା ବେଳେ ସେ ୧୯୦୭ ମସିହା ସେପ୍ଟେମ୍ବର ୨୮ତାରିଖରେ ପଞ୍ଜାବର ଏକ ଶିଖ୍ ପରିବାରରେ ଜନ୍ମ ଗ୍ରହଣ କରିଥିଲେ।ବାପା କିସନ୍ ସିଂହ ଜଣେ ଚାଷୀ ଓ ଦେଶଭକ୍ତ ଥିଲେ ଏବଂ ମାତା ବିଦ୍ୟାବତୀ ଜଣେ ଧର୍ମପରାୟଣା ମହିଳା ଥିଲେ। ଭଗତ ସିଂହଙ୍କୁ ଛାଡି, ତାଙ୍କର ଆଉ ୨ ଭାଇ ଏବଂ ଜଣେ ଭଉଣୀ ଥିଲେ।ଭଗତ ସିଂହଙ୍କୁ ଛୋଟ ବେଳେ ସମସ୍ତେ ଭାଗ୍ୟବାନ୍ ବୋଲି ଡାକୁଥିଲେ।
୧୯୧୯ ମସିହାରେ ଜାତୀର ପିତା ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ଜାଲିୱାନବାଗ ଠାରେ ଇଂରେଜ ଶାସନର ପ୍ରତିବାଦରେ ୨୦ ହଜାରରୁ ଉର୍ଦ୍ଦ କର୍ମୀ ରୁଣ୍ଡ ହୋଇଥିଲେ । ଯାହାକୁ ଦେଖି ଇଂରେଜ ସରକାର ସମ୍ପୂର୍ଣ୍ଣ ଭୟଭୀତ ହୋଇପଡିଥିଲେ । ଏହି ପ୍ରତିବାଦ ସଭାକୁ ଭଣ୍ଡୁର କରିବା ପାଇଁ ଇଂରେଜ ସରକାର ଶତପ୍ରଚେଷ୍ଟା କଲେ ମଧ୍ୟ କରିପାରି ନଥିଲେ । ସେଥି ପାଇଁ ମାଇକେଲ ଡାୟାର ନାମକ ପୋଲିସ ଅଫିସର ସୈନ୍ୟଗଣ ସହ ସେଠାକୁ ଆସି ସଭା ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ । ଏଥିରେ ଶତାଧିକ ଲୋକ ସହିଦ ହୋଇଥିଲେ । ସେହି ୧୨ ବର୍ଷର ବାଳକ ଭଗତ ସିଂହ ଏହା ଦେଖି ସମ୍ପୂର୍ଣ୍ଣ ମର୍ମାହତ ହୋଇପଡିଥିଲେ ।ସେଠାରେ ସେ ଭାରତୀୟଙ୍କ ରକ୍ତରେ ଓଦା ହୋଇଥିବା ମାଟିକୁ ଗୋଟିଏ ବୋତଲରେ ରଖି ସବୁଦିନେ ପୂଜା କରୁଥିଲେ। ଜାଲିୱାନବାଗ ହତ୍ୟାକାଣ୍ଡ ତାଙ୍କ ମନକୁ ଦୋହଲାଇଦେଇ କ୍ଷତବିକ୍ଷତ କରିଥିଲା ସେହି ଦିନ ଠାରୁ ସେ ଦେଶ ପାଇଁ ଲଢିବେ ବୋଲି ପ୍ରତିଜ୍ଞା ନେଇଥିଲେ ।ଭଗତ ସିଂହ ଇଂରେଜ ମାନଙ୍କ ବିରୁଦ୍ଧରେ କହୁଥିଲେ,”ସେମାନେ (ବ୍ରିଟିଶ ଶାସନ) ମୋତେ ମାରିଦେଇ ପାରିବେ, କିନ୍ତୁ ମୋ ବିଚାରଧାରାକୁ ନୁହେଁ। ସେମାନେ ମୋ ଶରୀରକୁ ନଷ୍ଟ କରିପାରିବେ, କିନ୍ତୁ ମୋ ଆତ୍ମାକୁ ନଷ୍ଟ କରିବାକୁ ସକ୍ଷମ ହେବେନାହିଁ।”
ଇଂରେଜ ସରକାରଙ୍କ ବିରୋଧରେ ସେ ଯୁଦ୍ଧ କରିବେ ବୋଲି ଶତପ୍ରତିଜ୍ଞା କରିବା ସହ ଇଂରେଜ ସରକାରଙ୍କ ବିରୋଧରେ ସ୍ଲୋଗନ ଦେବା ଆରମ୍ଭ କରିଦେଇଥିଲେ ।କଲେଜ୍ରେ ପଢୁଥିବା ସମୟରେ ସେ ଜଣେ ଭଲ ଅଭିନେତା ଥିଲେ। ସେ ‘ରାଣା ପ୍ରତାପ’ ଏବଂ ‘ଭାରତ-ଦୁର୍ଦ୍ଦଶା’ ପରି ନାଟକରେ ଅଭିନୟ କରିଥିଲେ।ସେଠାରେ ତାଙ୍କର ଵନ୍ଧୁତା ହେଲା ସୁଖଦେବ ଙ୍କ ସହ।ଯେତେବେଳେ ଭଗତ ସିଂହଙ୍କ ମାଆ ବାପା ଚାହୁଁଥିଲେ ସେ ବାହା ହୋଇଯାଆନ୍ତୁ ସେ ସେତେବେଳେ ସେ ଘରଛାଡ଼ି କାନପୁର ପଳାଇଲେ। ସେ ତାଙ୍କ ବାପା ମାଆଙ୍କୁ କହିଥିଲେ, “ଯଦି ବ୍ରିଟିଶ୍ ଶାସନ କରୁଥିବା ଭାରତରେ ମୁଁ ବାହା ହେବି, ତେବେ ମୋ ପତ୍ନୀ ବିଧବା ହେବ। ତେଣୁ ମୁଁ କୌଣସି ସାଂସାରିକ ଇଚ୍ଛା ରଖିବାକୁ ଚାହୁଁନି।’ ଏହାପରେ ସେ ‘ହିନ୍ଦୁସ୍ଥାନ ସୋଶାଲିଷ୍ଟ ରିପବ୍ଲିକାନ୍ ଆସୋସିଏସନ୍’ ରେ ଭାଗ ନେଲେ।୧୯୨୮ ମସିହାରେ ଅନ୍ୟତମ ସ୍ୱାଧୀନ ଭାରତର ଅନ୍ୟତମ କ୍ରାନ୍ତିଧାରୀ ଚନ୍ଦ୍ରଶେଖର ଆଜାଦଙ୍କ ସହ ଭଗତସିଂହଙ୍କର ଦେଖା ହୋଇଥିଲା।ଏହା ପର ଠାରୁ ପରଧୀନ ଭାରତରେ କ୍ରାନ୍ତିଧାରାର ଗତିବଧି ବଢିଯାଇଥିଲା ।
୧୯୨୮ ମସିହାରେ ବ୍ରିଟିଶ ସରକାର ଭାରତରେ ହେଉଥିବା ରାଜନୈତିକ ବାତାବରଣର ଯାଞ୍ଚ ପରଖ କରିବା ନିମିତ୍ତ ସାଇମନ କମିଶନ ନାମକ ଏକ ଦଳକୁ ଭାରତ ପଠାଇଥିଲେ । ୩୦ ଅକ୍ଟୋବର ୧୯୨୮ରେ ଯେବେ ଏହି କମିଶନ ଲାହୋର ପରିଭ୍ରମଣରେ ଆସିଥିଲେ ଲାଲା ଲଜପତ ରାୟ ଏହା ବିରୁଦ୍ଧରେ ଏକ ଆନ୍ଦୋଳନ କରିଥିଲେ । ଉପସ୍ଥିତ ପୋଲିସ ସୁପରିଟେଣ୍ଡେଣ୍ଟ ଜେମ୍ସ ଏ. ସ୍କଟ ଲାଠି ଚାଳନାର ଆଦେଶ ଦେଇଥିଲେ, ଏବଂ ନିଜେ ଲାଲାଜୀଙ୍କୁ ଲାଠିରେ ମାରି ଗୁରୁତର ଆହତ କରିଦେଇଥିଲେ । ୧୭ ନଭେମ୍ବର ୧୯୨୮ରେ ଲାଲାଜୀ ହୃଦଘାତ ଯୋଗୁଁ ପରଲୋକ ଗମନ କରିଥିଲେ । ଡାକ୍ତରମାନେ କହିଲେକି ଆଘାତ ଯୋଗୁଁ ତାଙ୍କର ଶରୀରର ଅବସ୍ଥା ସଙ୍କଟାପର୍ଣ୍ଣ ହୋଇଥିଲା । ପରେ ଯେବେ ବ୍ରିଟିଶ ପାର୍ଲିଆମେଣ୍ଟରେ ଏହି ପ୍ରସଙ୍ଗଟିର ଆଲୋଚନା ପଡ଼ିଲା, ଏଥିରେ ବ୍ରିଟିଶ ସରକାରର କିଛି ହାତ ନାହିଁ କହି ଏହି ପ୍ରସଙ୍ଗଟି ଏଡ଼ାଇ ଦିଆଗଲା ।
ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ ଲାଲାଜୀଙ୍କର ବଳିଦାନର ପ୍ରତିଶୋଧ ନେବାକୁ ପ୍ରତିଜ୍ଞା ନେଲା । ଭଗତ ସିଂହ ଶିବରାମ ରାଜଗୁରୁ, ଶୁଖଦେବ ଠାପର ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ସହ ମିଶି ଜେମ୍ସ ଏ. ସ୍କଟଙ୍କୁ ମାରିବାର ବନ୍ଦୋବସ୍ଥ କଲେ । କିନ୍ତୁ ଭୁଲବଶତଃ ସ୍କଟଙ୍କ ସ୍ଥାନରେ ଜନ ପି. ସନ୍ଦର୍ଶ ନାମକ ଏକ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଅଫ ପୋଲିସଙ୍କୁ ମାରିଦେଲେ । ଏହି ହତ୍ୟା ପରେ ସମାଜର ବିଭିନ୍ନ ବର୍ଗରୁ ନିନ୍ଦା ହେଲା । ମହାତ୍ମା ଗାନ୍ଧୀ ଏହାର ତୀବ୍ର ନିନ୍ଦା କରିଥିଲେ ।ସନ୍ଦର୍ଶଙ୍କୁ ହତ୍ୟା କରିବା ପରେ ଦଳଟି ଡି.ଏ.ଭି. କଲେଜର ଗେଟ ଦେଇ ବାହାରକୁ ଖସିଗଲେ । ପୋଲିସ ସେମାନଙ୍କୁ ଧରିବା ନିମିତ୍ତ ଏକ ବିରାଟ ଖୋଜିବା ଦଳ ଗଠନ କରିଥିଲା । ଶୁଖଦେବ, ଭଗବତୀ ଚରଣ ଭୋରାଙ୍କର (ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ ସଦସ୍ୟ ) ପତ୍ନୀ ଦୁର୍ଗାବତୀ ଦେବୀଙ୍କର ସାହାର୍ଯ୍ୟ ଲୋଡ଼ିଲେ । ସେମାନେ ପରଦିନ ଭୋରୁ ଭୋରୁ ଲାହୋରରୁ ବଥିଣ୍ଡା ଦେଇ ହାଓଡ଼ା ଯାଉଥିବା ଟ୍ରେନରେ ପଳେଇବାକୁ ନିଷ୍ପତି ନେଲେ ।
ଭଗତ ସିଂହ ଏବଂ ରାଜଗୁରୁ ଉଭୟେ ଗୁଳିଭର୍ତ୍ତି ରିଭଲଭର ଧରି ପରଦିନ ସକାଳୁ ବାହାରିପଡିଲେ । ସିଂହ ତାଙ୍କର ଶିଖ ବାଳ ଏବଂ ଦାଢ଼ି କାଟି, ଏକ କଣୁଆ ହ୍ୟାଟ ସହ ପାଶ୍ଚାତ୍ୟ ବେଶଭୂଷାରେ ଥିଲେ, ସାଥିରେ ଦୁର୍ଗାବତୀ ଦେବୀ ତାଙ୍କର ଶୋଇଥିବା ଶିଶୁକୁ ଧରିଥିଲେ । ଉଭୟେ ନବ ବିବାହିତା ଦମ୍ପତି ଭଳି ଥିଲେ, ରାଜଗୁରୁ ତାଙ୍କର ଚାକର ଭଳି ବେଶରେ ସେମାନଙ୍କର ଜିନିଷପତ୍ର ବୋହିଥିଲେ । ସେମାନେ କାନପୁର ଯିବାକୁ ଥିବା ରେଳଗାଡ଼ିରେ ଚଢ଼ିଥିଲେ । କାନପୁରରେ ଓଲ୍ହାଇ ସେମାନେ ଲକ୍ଷ୍ନୋ ଯିବା ନିମିତ୍ତ ରେଳରେ ଯାଇଥିଲେ । କାରଣ ସି ଆଇ ଡି ହାଓଡ଼ାରେ ଲାହୋରରୁ ସିଧା ସେଠାକୁ ଯାଉଥିବା ରେଳଗାଡିରେ ଥିବା ଯାତ୍ରୀମାନଙ୍କର ଯାଞ୍ଚ ପରଖ କରୁଥାନ୍ତି । ଲକ୍ଷ୍ନୋରେ ରାଜଗୁରୁ ଅଲଗା ବାରଣାସୀ ଚାଲିଗଲେ, ଅନ୍ୟପକ୍ଷରେ ଏହି ନବ ଦମ୍ପତି ବେଶଭୁଷାଳି ଏବଂ ତାଙ୍କର ସନ୍ତାନ ହାଓଡ଼ା ଗଲେ ।
୧୯୨୯ ମସିହାରେ ଭାଗତ ସିଂହ ଏବଂ ତାଙ୍କର ପ୍ରମୁଖ ସହଯୋଗୀ ସୁଖଦେବ ଓ ରାଜଗୁରୁଙ୍କ ସହ ମିଶି ଇଂରେଜ ମାନଙ୍କ ସମ୍ବିଧାନ
ଭିତରେ ପ୍ରବେଶ କରି ସେଠାରେ ବୋମା ପାକାଇବା ସହ ସେମାନଙ୍କୁ ତୁରନ୍ତ ଭାରତ ଛାଡି ଚାଲିଯିବାର ଚେତାବନୀ ଦେବା ସହ ‘ ତୁମେ ଅନ୍ଧା ଓର ଗୁଙ୍ଗା ’, ‘ତୁମ କୋ କୁଛ ସୁନାଇ ନେହି ଦେତା’,’ ଏସକା ଅନଯାମ ଭଗତୋଗେ’ କହି ଚେତାବନୀ ମଧ୍ୟ ଦେଇଥିଲେ ।ସେ କାହାକୁ କ୍ଷତାକ୍ତ କରିବାକୁ ଚାହୁଁ ନଥିଲେ। ସେଥିପାଇଁ ସେ ଫିଙ୍ଗିଥିବା ବମ୍ ନିମ୍ନ ମାନର ବିସ୍ଫୋଟକରେ ତିଆରି ହୋଇଥିଲା।ଭଗତ ସିଂହଙ୍କ ଏକ ଶକ୍ତିଶାଳୀ ନାରା ଥିଲା ‘ଇନ୍କିଲାବ୍ ଜିନ୍ଦାବାଦ୍’। ଯାହା ଭାରତର ସଶସ୍ତ୍ର ସଂଘର୍ଷର ନାରା ହୋଇଗଲା।
ଏହି୍ ଘଟଣା ଇଂରେଜମାନେ ସହଜରେ ହଜମ କରିପାରିନଥିଲେ । ଏହା ପରେ ଇଂରେଜମାନେ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ, ଏହି ଖବର ପାଇଁ ଭଗତ ସିଂହ, ସୁଖଦେବ, ରାଜଗୁରୁ ପୋଲିସ ପାଖରେ ଆତ୍ମସର୍ମପଣ କରି ଜେଲ ଗଲେ । ପରବର୍ତ୍ତା ସମୟରେ ସେ ଜେଲରେ ବନ୍ଦୀ ଥିବା ସମୟରେ ଜେଲରେ ଥିବା ସମସ୍ତ ବନ୍ଦ କଏଦୀଙ୍କ ଅବସ୍ଥା ଦେଖି ବହୁତ ଦୁଃଖିତ ହୋଇଥିଲେ ଏବଂ ଜେଲ ଭିତର ଅବସ୍ଥାକୁ ସୁଧାରିବା ପାଇଁ ଭଗତ ସିଂହ ୧୧୬ଦିନ ଧରି ଜେଲ୍ରେ ଅନଶନ କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ସମୟରେ ସେ ତାଙ୍କ ଦୈନନ୍ଦିନ ସମସ୍ତ କାର୍ଯ୍ୟ ନିୟମିତ ଭାବେ କରୁଥିଲେ। ଯେମିତିକି ଗୀତ ଗାଇବା , ବହି ପଢ଼ିବା, ସବୁଦିନ କୋର୍ଟ ଯିବା ଇତ୍ୟାଦି। ଭାରତମାତାର ସଂଗ୍ରାମ କରୁଥିବା ଏହ ତିନି ଆନ୍ଦୋଳନରତ କ୍ରାନ୍ତିଧାରୀଙ୍କ ଆନ୍ଦୋଳନ ଇଂରେଜ ସରକାର ସହ୍ୟ କରି ନପାରି ଏମାନଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଫାଶୀର ଦଣ୍ଡାଦେଶ ଶୁଣାଇଥିଲେ । ଏହି କଥାଟି ପବନ ବେଗରେ ଚାରି ଆଡେ ପ୍ରଚାର ହେବାକୁ ଲାଗିଥିଲା । ତାଙ୍କର ଏହି ଦଣ୍ଡାଦେଶ ଶୁଣି ଦେଶରେ ଅନେକ ନେତା ଏବଂ ଜନତା ଏହି ତିନି କ୍ରାନ୍ତୀଧାରୀଙ୍କୁ ଫାଶୀ ନ ଦେବାକୁ ଅନୁରୋଧ କରିଥିଲେ ମଧ୍ୟ ଇଂରେଜ ସରକାର ଏହାକୁ ଶୁଣିନଥିଲେ।ଭଗତ ସିଂହ ଇଂରେଜ ସରକାରଙ୍କୁ ତାଙ୍କ ଶେଷ ଚିଠିରେ ଲେଖିଥିଲେ, “ଯେହେତୁ ମୋତେ ଯୁଦ୍ଧ ସମୟରେ ଗିରଫ କରାଯାଇଥିଲା, ସେଥିପାଇଁ ମତେ ଫାଶୀ ଦଣ୍ଡ ଦିଆଯାଇପାରିବ ନାହିଁ। ମତେ ତୋପରେ କିମ୍ବା ଗୁଳିରେ ମାରି ଦିଆଯାଉ। ଏହା ଥିଲା ତାଙ୍କ ବାହାଦୁରୀ ଏବଂ ରାଷ୍ଟ୍ର ପାଇଁ ଭାବନାର ନିଦର୍ଶନ।ଯେତେବେଳେ ଭଗତ ସିଂହଙ୍କୁ ତାଙ୍କ ମାଆ ଜେଲ୍ରେ ଦେଖାକରିବାକୁ ଯାଇଥିଲେ ସେତେବେଳେ ଭଗତ ସିଂହ ଜୋରରେ ହସୁଥିଲେ। ଏହା ଦେଖି ଜେଲ୍ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଥିଲେ। କାରଣ ସେ ତାଙ୍କ ଜୀବଦ୍ଦଶାରେ ମୃତ୍ୟୁକୁ ଡରୁ ନଥିବା ଜଣେ ବ୍ୟକ୍ତିଙ୍କୁ ଦେଖି ନଥିଲେ।
୭ ଅକ୍ଟୋବର ୧୯୩୦ ମସିହାରେ ବ୍ରିଟିଶ ସରକାର ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କୁ ସନ୍ଦର୍ଶଙ୍କ ହତ୍ୟା ଅଭିଯୋଗରେ ଫାଶୀ ଦଣ୍ଡ ଦେଇଥିଲେ।୧୯୩୧ ମସିହା ୨୪ ମାର୍ଚ୍ଚରେ ଦିଆଯିବାକୁ ଥିବା ଫାଶୀକୁ ଭୟରେ ପଛକୁ ଘୁଞ୍ଚାଇ ୧୧ ଘଣ୍ଟା ପୂର୍ବରୁ ଅର୍ଥାତ୍ ୨୩ ମାର୍ଚ୍ଚ ଅନ୍ଧାର ରାତିରେ ସେହି ତିନିଜଣଙ୍କୁ ଇଂରେଜ ସରକାର ଭୟରେ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ। ଉକ୍ତ ଦିନରେ ସେହି ତିନିଙ୍କ ମଧ୍ୟରୁ କେହି ଖାଦ୍ୟଗ୍ରହଣ କରିନଥିଲେ।ଖୁବ ଜୋରରେ ହସି ହସି ଫାଶୀ ଖୁଣ୍ଟିରେ ଝୁଲିପଡିଥିଲେ ସେ ତିନିଜଣ ।ମାତ୍ର ୨୩ ବର୍ଷ ବୟସରେ ଭଗତ ସିଂ ଦେଶ ପାଇଁ ପ୍ରାଣବଳି ଦେଇ ଦେଶପ୍ରେମର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ ସେ। ତେଣୁ ପ୍ରତି ବର୍ଷ ମାର୍ଚ୍ଚ ୨୭ ତାରିଖକୁ ଶହୀଦ ଦିବସ ଭାବରେ ପାଳନ କରାଯାଏ।
**********************************************