ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ବିଭାଗ ପକ୍ଷରୁ ଚଡାଉ ,ଜଣେ ଯୁବକ ଗିରଫ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନଙ୍କ ନିର୍ଦେଶ କ୍ରମେ ଖଡ଼ିଆଳ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ବହୁତ ପରିମାଣରେ କଫ ସିରଫ ଜବତ କରିଥିବା ଜଣା ପଡ଼ିଛି । ଅବକାରୀ ବିଭାଗ ପକ୍ଷରୁ ପ୍ରକାଶ ଯେ ସୋମବାର ଦିବା ୧୨ ଘଣ୍ଟା ସମୟରେ ଖଡ଼ିଆଳ ବରଗାଁ ଛକ ଠାରେ ଜଣେ ଯୁବକ ସନ୍ଦେହ ଅବସ୍ଥାରେ ବୁଲୁଥିବା ବେଳେ ଅବକାରୀ ଉପନିରୀକ୍ଷକ ଡମ୍ବରୁଧର ହରିଜନଙ୍କ ନେତୃତ୍ୱରେ ଚଢ଼ାଉ କରି ବରଗାଁର ରୁନା ପଣ୍ଡା (୨୬) କୁ କାବୁ କରିଥିଲେ । ରୁନାଙ୍କ ବେଗରେ ୧୫୦ ବୋତଲ କଫ ସିରପ (ଏକ ସହ ମିଲିଗ୍ରାମ) ବିଶିଷ୍ଟ ୧୫ ଲିଟର ଜବତ କରିଥିଲେ । ଏହି ଚଢ଼ାଉରେ ଏ ଏସ ଆଇ ହିଙ୍ଗୁଳା ଦାସ, ସରୋଜ କଟା, ବୈଜୟନ୍ତି ଶବର, ମୁରଲୀ ଧର ଶବର ଥିବାବେଳେ ଖଡ଼ିଆଳ ପୁଲିସର ସହାୟତାରେ ଚଢ଼ାଉ କରିଥିଲେ । ଯୁବକ ରୁନା ପଣ୍ଡାଙ୍କୁ କୋର୍ଟ ଚାଲାଣ କରିଥିବା ଅବକାରୀ ଉପନିରୀକ୍ଷକ ଶ୍ରୀ ହରିଜନ ପ୍ରକାଶ କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦୁଇ ଦୁଇ ଥର ବିଦ୍ୟୁତ ତାର ଚୋରି, ବାଘ ମୁଣ୍ଡା ଗାଁ ଅନ୍ଧାରରେ 

masiha

ଭବାନୀପାଟଣା ବିଇଓ ଅଫିସ ରୁ ଅର୍ଥ ହଡ଼ପ ଘଟଣା ସୁଚିସ୍ମିତା କୁ ରିମାଣ୍ଡ ରେ ନେଲା ପୋଲିସ…ମୁହଁ ଖୋଲିଲା ସୁଚିସ୍ମିତା

Sunil Chandra Nayak

ବେନ୍ଦାଳିଆ ଆକ୍ରମଣ ମାମଲାରେ ୩ଅଭିଯୁକ୍ତ ଗିରଫ, ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ 

Leave a Comment

error: Content is protected !!