ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ସିନ ରିକ୍ରିଏସନ, କେମିତି ହତ୍ୟା କରିଥିଲା ଦେଖାଇଲା ଗୋପାଳ

କେମିତି ଗୋପାଳ ମାରିଥିଲା ମନ୍ତ୍ରୀଙ୍କୁ ଗୁଳି ? ପୂରା ଘଟଣାର ହେଲା ସିନ୍ ରିକ୍ରିଏସନ୍ । କ୍ରାଇମସ୍ପଟରେ ଡେମୋ ଦେଖାଇଲା ଅଭିଯୁକ୍ତ

ସ୍ପଷ୍ଟ ଦିବାଲୋକରେ ସମସ୍ତଙ୍କ ସମ୍ମୁଖରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରି ହତ୍ୟା କରିଥିବା ଏଏସ୍‌ଆଇ ଗୋପାଳ ଦାସ କ୍ରାଇମବ୍ରାଞ୍ଚ ହେପାଜତରେ ରହିଛି। ତଥାପି ହତ୍ୟାର କାରଣ ନେଇ ମୁହଁ ଖୋଲୁନି କ୍ରାଇମବ୍ରାଞ୍ଚ। ଘଟଣା ପଛର ରହସ୍ୟ କଣ ଏମିତି ଅଛି ଯେ, କ୍ରାଇମବ୍ରାଞ୍ଚ ସତ କାଢ଼ିପାରୁନି? ଏହି ପ୍ରସଙ୍ଗକୁ ନେଇ ସାଧାରଣରେ ଚର୍ଚ୍ଚା ବଢ଼ୁଛି। ଏହାରି ଭିତରେ ଆଜି ଅଭିଯୁକ୍ତ ଗୋପାଳଙ୍କୁ ନେଇ ସିନ ରିକ୍ରିଏସନ କରାଇଛି କ୍ରାଇମବ୍ରାଞ୍ଚ | ବ୍ରଜରାଜନଗରର ଗାନ୍ଧୀ ଛକକୁ ଗୋପାଳକୁ ନେଇ କ୍ରାଇମବ୍ରାଞ୍ଚ କ୍ରାଇମ ସ୍ପଟକୁ ଯାଇଥିବାବେଳେ କେମିତି ହତ୍ୟା କରିଥିଲା ଗୋପାଳ ଦେଖାଇଛି | ମିଳିଥିବା ସୂଚନା ମୁତାବକ ସିନ ରିକ୍ରିଏସନ ପାଇଁ ଘଟଣା ଦିନ ଯେଉଁ ଗାଡି ଯେଉଁ ସ୍ଥାନରେ ଥିଲା ସେନେଇ କ୍ରମରେ ରଖାଯାଇଥିଲା |

ନବ ଦାସ ବସିଥିବା ଗାଡି ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଗାଡିକୁ ମଧ୍ୟ ଅଣାଯାଇଥିଲା | ନବ ଦାସ ବସିଥିବା ସ୍ଥାନରେ ଜଣେ ବ୍ୟକ୍ତିଙ୍କୁ ବସାଯାଇଥିଲା | ଏହାପରେ ଗୋପାଳକୁ ଅଣାଯାଇଥିଲା | ଗୋପାଳ କିଭଳି ବନ୍ଧୁକ ଧରିଥିଲା ଓ ଗୁଳି ମାରିଥିଲା ତାହା ଖେଳନା ବନ୍ଧୁକ ମାଧ୍ୟମରେ ଦେଖାଇଛି | ଉଲ୍ଲେଖ ଥାଉ କି ଏକ କାର୍ଯ୍ୟକ୍ରମକୁ ଯାଉଥିବାବେଳେ ଗତ ରବିବାର ୨୯ ତାରିଖ ଦିନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ପୁଲିସ ଏଏସଆଇ ଗୋପାଳ ଦାସ ତାଙ୍କୁ ଗୁଳି ମାରି ହତ୍ୟା କରିଥିଲେ | ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ଦାୟିତ୍ବ ଅର୍ପଣ କରିଥିବା ବେଳେ ଏହି ତଦନ୍ତ ପ୍ରକ୍ରିୟାକୁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାପତି ଜେ. ପି. ଦାସ ତଦାରଖ କରୁଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

Maoist Leader Surrenders to Rayagada SP with Arms and Ammunition

masiha

ଭିଜିଲାନ୍ସ ବିଭାଗ ପକ୍ଷରୁ ଲାଠିକଟା ତହସିଲଦାର ତଥା ସବ-ରେଜିଷ୍ଟ୍ରାର ମୂରଲୀଧର ଉର୍ମାଲଙ୍କ ସମ୍ପତ୍ତିର ହିସାବ

Sunil Chandra Nayak

କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେ ସଶସ୍ତ୍ର ଡକାୟତି , ଆଲମାରୀ ଭାଙ୍ଗି ୬ଲକ୍ଷ ଟଙ୍କା ସହ ଲୁଟିନେଲେ ସୁନାଗହଣା

Leave a Comment

error: Content is protected !!