ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେକରେ ଦଉଡି ବାନ୍ଧି ବୃଦ୍ଧଙ୍କ ଆତ୍ମହତ୍ୟା

ଡାବୁଗାଁ, ୭/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ହାଟପଦା ଗ୍ରାମର ଜଣେ ବ୍ୟକ୍ତି ମଙ୍ଗଳବାର ସକାଳେ ବେକରେ ଦଉଡି ବାନ୍ଧି ଆତ୍ମହତ୍ୟା କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ହାଟପଦା ଗ୍ରାମର ମନବୋଧ ଜେନା (୫୮) ଆଜି ସକାଳ ୫ ଘ. ରେ ନିଜ ଘରୁ ବାହାରକୁ ଶୌଚ ପାଇଁ ଯାଇଥିଲେ | ପରେ ତାଙ୍କ ଘରକୁ ଖବର ଆସିଥିଲା ଯେ ମନବୋଧ ଗ୍ରାମ ନିକଟ ଅଙ୍ଗୀ ନଦୀ କୂଳରେ ଥିବା ଏକ ବରଗଛ ଡାଳରେ ବେକରେ ଦଉଡି ବାନ୍ଧି ଆତ୍ମହତ୍ୟା କରିଛି | ଖବରପାଇ ପରିବାର ଲୋକ ଯାଇ ଦେଖିଥିଲେ ଯେ ମନବୋଧ ଆତ୍ମହତ୍ୟା କରିଛି | ଏନେଇ ତାଙ୍କ ସ୍ତ୍ରୀ ରେଣୁକା ଜେନା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୭/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଫୁଲବାଣୀ ପୋୖର ପରିଷଦ ପାଣ ସମାଜ ଗଠିତ

Sunil Chandra Nayak

Service Activities and Felicitation Ceremony Organized by Bharatiya Kisan Sangh Cuttack District Branch.

Sunil Chandra Nayak

ମାର୍କଫେଡ୍ ଡାଇରେକ୍ଟର୍ ନିର୍ବାଚନରେ କଳାହାଣ୍ଡି ଜିଲ୍ଲା ରୁପ୍ରାରୋଡ୍ ପେକ୍ସ୍ ର ଡାଇରେକ୍ଟର୍ ଥିବା ଦେବରାଜ ମାଝୀ ନିର୍ବାଚିତ 

Sunil Chandra Nayak

Leave a Comment

error: Content is protected !!