ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ୍ୱି – ଦିବସୀୟ କୃଷକ ତାଲିମ ଶିବିର ଅନୁଷ୍ଠିତ 

ରୁପ୍ରା, ୯/୨ (ମନିସ ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ରୁପ୍ରା ଗ୍ରାମ ପଞ୍ଚାୟତ ଅଧିନ ଭାଲୁକଟା ଠାରେ କୃଷି ବିଭାଗ କଳାହାଣ୍ଡି ସୌଜନ୍ୟରେ ଓ SO – IRDMS, Jone – 4 ଆୟୋଜନରେ ଦ୍ୱି – ଦିବସୀୟ କୃଷକ ତାଲିମ ଶିବିର ଆଜି ଅନୁଷ୍ଠିତ ହୋଇଛି। ଏହି ତାଲିମ ଶିବିରରେ ନର୍ଲା ବ୍ଲକ୍ କୃଷି ଅଧିକାରୀ ରଜତ ମିଶ୍ର, ଓଇପକ୍ରା (OIIPCRA) ଜୋନ୍ ୪ ର ମତ୍ସ୍ୟ ଅଧିକାରୀ ଆଲୋକ କୁମାର ଦାସ ମହାପାତ୍ର, ମତ୍ସ୍ୟ ସଂଯୋଜକ ଜନ୍ମେଜୟ ଚନ୍ଦନ, ମହିଳା ସଶକ୍ତିକରଣ ସଂଯୋଜକ ହେମସାଗର ସାହୁ, ଗୋଷ୍ଠୀ ସଂଯୋଜକ ଅମ୍ରେସ୍ ପରିଡା, କୁଶଳୀ ସହାୟକ ରୁପେଶ ସେଠୀ, ଭୀମକେଲା ଓ ରାକ୍ସି ପଞ୍ଚାୟତ ଦାୟିତ୍ବରେ ଥିବା ଗ୍ରାମ୍ଯ କୃଷି କର୍ମଚାରୀ କାଞ୍ଚନ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ହୋଇଥିବା ତାଲିମ ଶିବିରରେ ମୁଖ୍ୟତଃ ଚାଷୀମାନେ କିପରି କମ୍ ଖର୍ଚ୍ଚ କରି ଅଧିକ ଉତ୍ପାଦନ ପାଇ ପାରିବେ ସେବାବଦରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ସେହିପରି ଜମିରେ ଦି ଫାଳ ହୋଇଥିବା ଲଙ୍ଗଳ ବ୍ୟବହାର, ମୃତ୍ତିକା ପରୀକ୍ଷା, ଗୋବର ଖତକୁ କିପରି ରଖିବା ଓ ସବୁଜ ଖତ ପ୍ରସ୍ତୁତି ସହ ଧାନ ରୋଇବା ଜମିରେ ଧନିଚା ଚାଷ ଓ ଛଣ ଚାଷ କରିବା ପାଇଁ ପରାମର୍ଶ ଦେଇଥିଲେ। କମ୍ ଖର୍ଚ୍ଚରେ ଅଧିକ ଅମଳ ହେଉଥିବାରୁ ମାଣ୍ଡିଆ ଚାଷ, ଚିନାବାଦାମ ଓ ସୂର୍ଯ୍ୟମୁଖୀ ଚାଷକରି ଚାଷୀମାନେ ଅଧିକ ଲାଭ ପାଇପାରିବେ ବୋଲି କହିଥିଲେ। ଏହା ବ୍ୟତୀତ ରସୁଣ ଓ କଞ୍ଚାଲଙ୍କା ସହ କିରୋସିନି ମିଶ୍ରଣ କରି କିପରି କୀଟ ନାଶକ ଔଷଧ ତିଆରି ହୋଇପାରିବ ସେବାବଦରେ ଚାଷୀ ମାନଙ୍କୁ ଅବଗତ କରାଇଥିଲେ। ଏହି ତାଲିମ ଶିବିରରେ ଉକ୍ତ ଗ୍ରାମର ଅନେକ ଚାଷୀ ଉପସ୍ଥିତ ରହି କୃଷି ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ଶେଷରେ ମତ୍ସ୍ୟ ସଂଯୋଜକ ଜନ୍ମେଜୟ ଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଢେଙ୍କାନାଳରେ ଭାଗ ନେଲେ ୫୬୯ ଛାତ୍ରଛାତ୍ରୀ : ଶତାୟୁ,ପିଏମ୍ ଶ୍ରୀ ବି. ବି.ସରକାରୀ ହାଇସ୍କୁଲ୍, ଢେଙ୍କାନାଳରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା-୨୦୨୫ ଆୟୋଜିତ

Sunil Chandra Nayak

କୋକସରା ଠାରେ ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ବ୍ଲକ ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ଦକ୍ଷିଣ ପୂର୍ବ ରେଳବାଇ ଜିଏମ୍ ଙ୍କ ଦ୍ଵାରା ଜଳେଶ୍ଵର ଷ୍ଟେସନରେ ଅମୃତ ଯୋଜନାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

Sunil Chandra Nayak

Leave a Comment

error: Content is protected !!