ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିପେଟ୍- ଆଇପିଟି ତରଫରୁ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ

ଲାଞ୍ଜିଗଡ଼,୦୯/୦୨(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଗରିବ ଅନୁସୂଚିତ ଜାତି ଓ ଜନଜାତି ଶ୍ରେଣୀର ଶିକ୍ଷିତ ଓ ଅର୍ଦ୍ଧ ଶିକ୍ଷିତ ଯୁବକ ଯୁବତୀଙ୍କୁ ତାଲିମ, ପ୍ରଶିକ୍ଷଣ ସହିତ କର୍ମସଂସ୍ଥାନ ଯୋଗାଇଦେବାକୁ ଆଗେଇ ଆସିଛି ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି ବା ସିପେଟ୍ ! ସିପେଟ ତଥା ଏହା ସହିତ ଅନୁବନ୍ଧିତ ସଂସ୍ଥା ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଷ୍ଟିକ୍ ଟେକ୍ନୋଲୋଜି ପକ୍ଷରୁ ଆଜି ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରସ୍ଥିତ ବ୍ଲକ ସମ୍ମିଳନୀ କକ୍ଷ ପରିସରରେ ଆଜି ନିଯୁକ୍ତି ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଛି ! ଏଥିରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, କୁମଖାଲ ସରପଞ୍ଚ ସାନ୍ଦ୍ରୁ ମାଝୀ, ଲାଞ୍ଜି ସରପଞ୍ଚ ଯମୁନା ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ! ଲାଞ୍ଜିଗଡ଼ ବ୍ଲକ ମଙ୍ଗଳ ଅଧିକାରୀ ପଙ୍କଜ କୁମାର ବଳୀୟାର ସିଂହଙ୍କ ତତ୍ବାବଧାନରେ ଆୟୋଜିତ ଶିବିରରେ ସିପେଟ୍-ଆଇପିଟିର ସ୍ବାଧୀନ କୁମାର ସାମଲ ତାଲିମଦାତା ଭାବେ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ ! ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ ଯୋଜନାର ଲାଞ୍ଜିଗଡ଼ ବ୍ଲକ ସଂଯୋଜକ ଅୟସକାନ୍ତ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଏଥିରେ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରୁ ଆସିଥିବା ୪୪ ଜଣ ଯୁବକ ଯୁବତୀ ନିଜ ନିଜର ନାମ ପଞ୍ଜିକରଣ କରିବା ସହିତ ନିଯୁକ୍ତି ଓ ପରାମର୍ଶ ସଂପର୍କିତ ତାଲିମ ଗ୍ରହଣ କରିଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପରିବାର ପକ୍ଷରୁ ସେବା କାର୍ଯ୍ୟ କରି ଗଣ ପର୍ବ ପାଳନ 

Sunil Chandra Nayak

କେଲୁଆ ଗାଁରେ ପହଞ୍ଚିଲା ଡାକ୍ତରୀ ଦଳ,  ୮୬ ଜଣଙ୍କ ମ୍ୟାଲେରିଆ ପରୀକ୍ଷା ୧୫ ଦିନ ବ୍ଯାପି ଜ୍ୱର, ଥଣ୍ଡା ଓ କାଶରେ ପୀଡିତ ଥିଲେ ଗ୍ରାମବାସୀ

Sunil Chandra Nayak

ସୁନ୍ଦର ସମାଜ ଗଠନରେ ଲୋକ କଳା ଗୁରୁମାନଙ୍କ ଅବଦାନ ଅତୀବ ଗୁରୁତ୍ୱପୂର୍ଣ୍ଣ : ମହାସଂଘ 

Sunil Chandra Nayak

Leave a Comment

error: Content is protected !!