ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପାଳିତ ହୋଇଛି ପ୍ରସିଦ୍ଧ ଐତିହାସିକ ପର୍ଜ୍ୟଟନ ସ୍ଥଳିର ପୋଡାଗଡ଼ ମଣ୍ଡେଇ

ନବରଙ୍ଗପୁର୍(ମସିହା)ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ରେ ରହିଥିବା ନବରଙ୍ଗପୁର ଜିଲ୍ଲା ପ୍ରସିଦ୍ଧ ଐତିହାସିକ ପୋଡ଼ାଗଡ ପୀଠ ରେ ମାଘ ମଣ୍ଡେଇ ଧୂମଧାମ ରେ ପାଳିତ ହୋଇଯାଇଛି।ଏହି ମଣ୍ଡେଇ ରେ ଦେବାଦେବୀ ଙ୍କ ମେଳଣ ହେବାସହ ବହୁ ଦୂରଦୂରନ୍ତାରୁ ଆସିଥିବା ଶ୍ରଦ୍ଧାଳୁ ନିଜ ସମ୍ପର୍କୀୟ ଙ୍କୁ ଭେଟିବାର ସୁଯୋଗ ପାଇଥାନ୍ତି। ସ୍ଥାନୀୟ ଭାଷାରେ ମଣ୍ଡେଇ ର ଅର୍ଥ ହେଲା ମେଳଣ। ଦେବା ଦେବୀ ଙ୍କ ପ୍ରତୀକ କୁର୍ଚି, ପାଲିଙ୍କି, ଲାଠି ର ମିଳନ ହୋଇଥାଏ, ଆଧୁନିକତା ର ପ୍ରଭାବ ରେ ଲୋକେ ସଂସ୍କୃତି ଓ ପରମ୍ପରା କୁ ଭୁଲି ଗଲାବେଳେ ଏହି ପାରମ୍ପାରିକ ମଣ୍ଡେଇ ସଂସ୍କୃତି ଓ ପରମ୍ପରା କୁ ଜୀବିତ ରଖିଛି।ମାଘ ମଣ୍ଡେଇ ପାଇଁ ଚଳଚଞ୍ଚଳ ପ୍ରସିଦ୍ଧ ପୋଡ଼ାଗଡ ପୀଠ ଚାଲିଛି ମାଘ ମଣ୍ଡେଇ । ଏହି ଅବସର ରେ ମୋଟ ୯୩ ଟି ମୌଜା ବା ୩ ମୁଠା ଯଥା– (ବୋରିଗଁ।,ପରିଆ,ହିରାପୁର) ର ସମସ୍ତ ଦେବାଦେବୀ ପ୍ରତୀକ ଲାଠି କୁର୍ଚି ଓ ବିମାନ ସହ ପଡୋଶୀ ରାଜ୍ୟ ଛତିଶଗଡ ରାଜ୍ୟ କଲାବାଲି, କର୍ପାବଣ୍ଡ, ଭୟବେଲି ,ଅମରାବତୀ ଓ ତେର ଗୋଟି ଗ୍ରାମର ଦେବା ଦେବୀ ଙ୍କ ଲାଠି, କୁର୍ଚି ଉପସ୍ଥିତ ଥିଲେ। ଆୟୋଜକ କମିଟି ଦେବାଦେବୀ ଙ୍କ ରୀତିନୀତି ପ୍ରକାରେ ମଣ୍ଡେଇ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହା ପରେ ସମସ୍ତ ଦେବାଦେବୀ ଙ୍କ ପ୍ରତୀକ ନିଜ ନିଜ ଗ୍ରାମକୁ ଫେରିଯିବେ।ଏହି ମଣ୍ଡେଇ ର ବିଶେଷତ୍ଵ ହେଲା ଏହି ସ୍ଥାନରେ ନଳ ବଂଶର ରାଜା ୩୦୦ ଖ୍ରୀଷ୍ଟାବ୍ଦ ରୁ ୭୦୦ ଖ୍ରୀଷ୍ଟାବ୍ଦ ପର୍ୟ୍ୟନ୍ତ ରାଜତ୍ୱ କରୁଥିଲେ ।ଏହି ଅଞ୍ଚଳ କୁ ରାୟ ରତନପୁର କୁହାଯାଉଥିଲା, ନଳ ବଂଶ ର ସାମ୍ରାର୍ଯ୍ୟ ଅବିଭକ୍ତ କୋରାପୁଟ ଜିଲ୍ଲା ଛତିଶଗଡ ର ବସ୍ତର ଓ ମହାରାଷ୍ଟ୍ର ରାଜ୍ୟ ପର୍ଯ୍ୟନ୍ତ ଥିଲା ।ଏହି ସ୍ଥାନକୁ ରାଜଧାନୀ କରି ପୁଷ୍କର ଗଡ ବୋଲି କୁହାଯାଉଥିଲା। ରାଜା ଙ୍କ ଇଷ୍ଟ ଦେବୀ ଗାଦୀମା ଙ୍କ ପୁତ୍ର ର ଜନ୍ମ ଦିନକୁ ମଣ୍ଡେଇ ଭାବରେ ପାଳନ କରାଯାଏ। ସେହି ସମୟ ରୁ ପ୍ରତି ବର୍ଷ ମାଘ ମାସରେ ଦେବାଦେବୀ ଙ୍କ ମିଳନ ବା ମଣ୍ଡେଇ ପାଳନ ହୁଏ।ସେହି ପରମ୍ପରା ଓ ସଂସ୍କୃତି କୁ ସ୍ଥାନୀୟ ଆଦିବାସୀ ଆଜି ପର୍ଯ୍ୟନ୍ତ ବଜାଏ ରଖିଛନ୍ତି।ଏହି ଦେବା ଦେବୀ ମିଳନ ବା ମଣ୍ଡେଇ କୁ ଦେଖିବାକୁ ଓଡିଶା ତଥା ଛତିଶଗଡ ଅଞ୍ଚଳ ର ବହୁ ଶ୍ରଦ୍ଧାଳୁ ଆସିଥାନ୍ତି।ଏହି ସମୟରେ ନଳ ବଂଶ ରାଜତ୍ୱ ସମୟର ଧ୍ୱଂସାବିଶେଷ କୁ ଦେଖିବାକୁ ସୁଯୋଗ ପାଇଥାନ୍ତି।ପ୍ରତିବର୍ଷ ରାଜାଙ୍କ ଇଷ୍ଟ ଦେବୀ ଉପରଗଡରେ ଥିବା ଗଦୀମା ମନ୍ଦିର ଭୈରବ ଓ ଚାଉଁରୀୟା, ଦନ୍ତେଶ୍ୱରୀ, ବିର ନାରାୟଣ ଙ୍କ ନାମରେ ଏହି ମଣ୍ଡେଇ ପାଳିତ ହୋଇଥାଏ।ଗୋଟିଏ ପକ୍ଷ ରେ ଏହି ମଣ୍ଡେଇ ରେ ଦେବାଦେବୀ ଙ୍କ ମେଳଣ ହେବାସହ ବହୁ ଦୂରଦୂରନ୍ତାରୁ ଆସିଥିବା ଶ୍ରଦ୍ଧାଳୁ ନିଜ ସମ୍ପର୍କୀୟ ଙ୍କୁ ଭେଟିବାର ସୁଯୋଗ ପାଇଥାନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଆଜି ଚନ୍ଦନ ଯାତ୍ରା ୨୧ ଦିନ ବ୍ୟାପି ଆରମ୍ଭ

Sunil Chandra Nayak

ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ 

masiha

ଦୋଳ ପୂର୍ଣ୍ଣିମା ପାଳନ

Sunil Chandra Nayak

Leave a Comment

error: Content is protected !!