ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମଦ ଜବତ, ୨ ଗିରଫ

ଡାବୁଗାଁ, ୯/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ଡ଼ଙ୍ଗରିଗୁଡା ଗ୍ରାମରେ ଚଢାଉ କରି ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଡ଼ଙ୍ଗରିଗୁଡା ଗ୍ରାମରେ ବୁଧବାର ରାତ୍ରିରେ ଚୋରା ମଦ ବିକ୍ରି ହେଉଥିବା ପୋଲିସ ଖବର ପାଇଁ ଗ୍ରାମର ୨ ଜଣଙ୍କ ଘରେ ଚଢାଉ କରି ଜଣଙ୍କ ଘରୁ ବିଦେଶୀ ମଦ ୧୮୦ ମିଲି ର ୫୪ ଟି ବୋତଲ ମୋଟ ୯ ଲିଟର ୭୨୦ ମିଲି ଓ ଅନ୍ୟ ଜଣଙ୍କ ଘରୁ ଦେଶୀ ମଦ ୪୨ ଟି ପାଉଚ ମୋଟ ୮ ଲିଟର ୪୦୦ ମିଲି ମଦ ଜବତ କରିଥିଲା | ଏଥିରେ ସମ୍ପୃକ୍ତ ଡ଼ଙ୍ଗରିଗୁଡା ଗ୍ରାମର ମୋହନ କୁମ୍ଭାର (୪୫) ଓ ଜୟରାମ କୁମ୍ଭାର (୩୫) ଙ୍କୁ ଗିରଫ କରାଯାଇଥିଲା | ଉଭଯଙ୍କୁ ନୋଟିସ ଦେଇ ଛାଡି ଦିଆଯାଇଛି | ଏନେଇ ଥାନା କେସ ନଂ ୨୬/୨୩ ଓ ୨୭/୨୩ ରେ ୨ ଟି ମାମଲା ରୁଜୁ କରାଯାଇଛି | ଏହି ଚଢାଉରେ ଏଏସଆଇ ଶିଶିର କାନ୍ତ ଘୋଷ ଓ ବିଜୟ କୁମାର ସାହୁ ଓ କର୍ମଚାରୀ ମାନେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବହୁ ଚର୍ଚ୍ଚିତ ନିଖୋଜ ଦେଢ଼ ବର୍ଷ ର ଶିଶୁ କନ୍ୟା ଵର୍ଷାର ମୃତଦେହ ଉଦ୍ଧାର

Sunil Chandra Nayak

ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ, ବିପୁଳ ପରିମାଣର ବିଦେଶୀ ମଦ ଓ ଲକ୍ଷାଧିକ ଟଙ୍କା ଜବତ

Sunil Chandra Nayak

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର

masiha

Leave a Comment

error: Content is protected !!