ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ନର୍ଲା ରେ ଫାଲେରିଆ ନିରାକରଣ ଅଭିଯାନ ଉଦ୍ଘାଟନ ସମାରୋହ

ନର୍ଲା (ମସିହା)୧୦/୦୨ /// ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଫାଲେରିଆ ରୋଗର ନିରାକରଣ ଉଦ୍ଘାଟନି ସମାରୋହ ଅନୁଷ୍ଠିତ ହୋଇଯାଇଛି। ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରି ଅକ୍ଷୟ ଗୋଛୟତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହ ରେ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ରଞ୍ଜନ ମିତ୍ର ଯୋଗଦାନ କରି ଶୁଭ ଉଦ୍ଘାଟନ କରିବା ସହ ଫାଲେରିଆ ରୋଗର ଲକ୍ଷଣ ଓ ନିରାକରଣର ବିଷୟରେ ବୁଝାଇଥିଲେ।

ଅନ୍ୟ ସମ୍ମାନିତ ଅତିଥି ମଧ୍ୟରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଡଃ ଭେଲୁ, ଜିଲ୍ଲା ଭିଵିଡି କସଲଟେଣ୍ଟ ସନ୍ତୋଷ ବାଗ, ନର୍ଲା ବିପିଏଲ ସବୀର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଫାଲେରିଆ ର ନିରାକରଣ ବୁଝାଇବା ସହିତ ନର୍ଲା ର ସମସ୍ତ ସ୍ଵାସ୍ଥ୍ୟ କର୍ମୀ,ଆଶା ଓ ଅଙ୍ଗନବାଡ଼ି କର୍ମୀ ମାନେ ନର୍ଲା ଅଂଚଳର ସମସ୍ତ ଗାଁ କୁ ଗାଁ ଘର କୁ ଘର ଯାଇ ପ୍ରତିଦିନ ୨ ବର୍ଷ ରୁ ଉର୍ଦ୍ଧ ୧୨୦ ଜଣଙ୍କୁ ଡିଇସି ଓ ଅଳଵେଣ୍ଡାଜୋଲ ଔଷଧ ପ୍ରଦାନ କରିବେ। ଏହା ଫେବୃଆରୀ ତା୧୦/୦୨ ରୁ ୧୯/୦୨ ରିଖ ଯାଏଁ ଚାଲିବ। ନର୍ଲା ରେ ଫାଲେରିଆ ରୋଗୀଙ୍କ ସଂଖ୍ୟା ଦୁଇ ପ୍ରତିଶତରେ ପହଂଚି ଯାଇଥିବାରୁ ଏହାର ତୁରନ୍ତ ନିରାକରଣ ନିମନ୍ତେ ସମସ୍ତେ ଯତ୍ନବାନ ହେବା ଏକାନ୍ତ ଆବଶ୍ୟକ ବୋଲି ମୁଖ୍ୟ ଅତିଥି ସିଡିଏମଓ ଶ୍ରୀ ମିତ୍ର କହିଥିଲେ।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ଝାଡା ବାନ୍ତିରେ 2 ଆକ୍ରାନ୍ତ

Sunil Chandra Nayak

ବିଶ୍ବ ରକ୍ତଦାନ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ସ୍ୱାସ୍ଥ୍ୟ ବିଭାଗ ର ଦମନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!