ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜବାହାର ଉଚ୍ଚ ବିଦ୍ୟାଳୟର ୨ ଛାତ୍ର ରାଜ୍ୟ କ୍ରିକେଟ ଚାମ୍ପିୟନସିପ ପାଇଁ ମନୋନୀତ

କୋକସରା,୧୦/୦୨- ୧୭ ବର୍ଷରୁ କମ ରାଜ୍ୟ ସ୍ତରୀୟ କ୍ରିକେଟ ଚାମ୍ପିୟନସିପ ୨୦୨୨-୨୩ ପାଇଁ କୋକସରା ବ୍ଲକ ଜବାହାର ସରକାରୀ ଉଚ୍ଚ ବିଦ୍ୟାଳୟର ଦୁଇଜଣ ଛାତ୍ର ମନୋନୀତ ହୋଇଛନ୍ତି। ଆସନ୍ତା ୧୦ ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ହାଇସ୍କୁଲ ଠାରେ କ୍ରିକେଟ ଚାମ୍ପିୟନସିପରେ ଅଂଶଗ୍ରହଣ କରିବା ପାଇଁ କଳାହାଣ୍ଡି ଟିମରେ ସ୍ଥାନ ପାଇଛନ୍ତି । ଏନେଇ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ପତ୍ରସଂଖ୍ୟା ୩୧୭୦ ତାରିଖ ୩/୨/୨୩ ଅନୁସାରେ ସୁଚନା ଦିଆଯାଇଛି। କୋକସରା ଜବାହାର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀରେ ପଢ଼ୁଥିବା ଦୁଇ ଛାତ୍ର ହେଲେ ଶୁଭମ ପଟେଲ ଓ ନେତ୍ରାନନ୍ଦ ବାଗ। ହାଇସ୍କୁଲର ଖେଳ ଶିକ୍ଷକ ଅମିତ କୁମାର ମହାନ୍ତିଙ୍କ ପ୍ରଶିକ୍ଷଣରେ ଦୁଇ ଛାତ୍ର ସୁଯୋଗ ପାଇଛନ୍ତି। ଦୁଇ ଛାତ୍ରଙ୍କ ଏହି ସଫଳତା ପାଇଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଓ ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ କର୍ମଚାରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

କଳିଙ୍ଗ ଷ୍ଟାଡିୟମ୍‌ରେ ରାଜ୍ୟସ୍ତରୀୟ ସମ୍ମିଳିତ ସ୍ପିଡ୍ ସ୍କେଟିଂ ଚାମ୍ପିଅନ୍‌ଶିପ୍‌ ୨୦୨୬ ରେ ଜଳେଶ୍ଵର କ୍ରୀଡ଼ାବିତଙ୍କ କାମାଲ

Sunil Chandra Nayak

ଆନ୍ତଃ ଜିଲ୍ଲାମହିଳା କ୍ରିକେଟ ଟୁର୍ଣାମେଣ୍ଟ ନିମନ୍ତେ ନବରଙ୍ଗପୁର ଦଳ ଘୋଷଣା

Sunil Chandra Nayak

ରେଣ୍ଡୋ ମାଝୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଧୁମାଭଟା ଦଳ ବିଜୟୀ

masiha

Leave a Comment

error: Content is protected !!