ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଆନ୍ତର୍ଜାତୀୟ କରାଟେ ଖେଳାଳି ଭାବେ ବାପା ପୁଅ ଙ୍କ ଜାପାନ ଗ୍ରସ୍ତ

ନବରଙ୍ଗପୁର,୭/୨(ମସିହା ) ନବରଙ୍ଗପୁର ଜିଲ୍ଲାର ଆନ୍ତର୍ଜାତୀୟ କରାଟେ ଏବଂ କୋବୁଡ ୱପନ୍ସ ପଶିକ୍ଷକ ସେନସାଇ ଶରତ କୁମାର ରାଉତ ଓ ତାଙ୍କ ସୂ ପୁତ୍ର ସୂଦିପ କୁମାର ରାଉତ ଚଳିତ ମାସ ଫେବୃୟାରୀ ୧୧ ଓ ୧୨, ୨୦୨୩ ରେ କିଜ୍ଜା ରାଜୁ ଚିବାକେନ୍ ଜାପାନ ଠାରେ, ଅନୁଷ୍ଠିତ ହେବାକୁ ଥିବା ୱକଫ୍ ବିଶ୍ଵ ଯୁବ କରାଟେ ଚମ୍ପିୟାନ ସିପରେ ଭାରତ ର ପ୍ରତିନିଧିତ୍ଵ କରିବେ। ସେହିଠାରୁ ଟକିୟ ରୁ କରାଟେ ଏବଂ କୋବଡ ୱପେନ୍ସ ର ଜନ୍ମ ସ୍ଥାନ ଓକିନାୱା ଦ୍ଵୀପପୁଞ୍ଜ କୁ ଗସ୍ତ କରି ବିଶ୍ଵ ବିଖ୍ୟାତ ୯ଥର ଚମ୍ପିୟନ ୟୁଚିରିୟ ଗ୍ରାଣ୍ଡ ମାଷ୍ଟର ହେନିସ କିୟହାଇଡ ସିଞ୍ଜ ଙ୍କ ଠାରୁ କରାଟେ ତାଲିମ୍ ନେବେ। ବିଶ୍ଵ ବିଖ୍ୟାତ କୋବୁଡ ୱିପେନ୍ସ ରେଡ ବେଲ୍ଟ ଗ୍ରାଣ୍ଡ ମାଷ୍ଟର ହେନିସି ନୋନେବୁ ଆହାଗନ ଙ୍କ ଠାରୁ ଅସ୍ତ୍ର ଚାଲନା ତାଲିମ୍ ନେବେ।ଓଡ଼ିଶା ଆଦର୍ଶ ବିଦ୍ୟାଳୟ ହିର୍ଲୀ ରେ ୬ଷ୍ଠ ଶ୍ରେଣୀ ର ଛାତ୍ର ସୁଦିପ ୱାକ ଏଫ୍ ବିଶ୍ଵ ଯୁବ କରାଟେ ଚମ୍ପିୟାନ ସିପ୍ ରେ ବ୍ୟକ୍ତିଗତ କାତା ଇଭେଣ୍ଟ ରେ ଭାଗ ନେଇ ଦେଶ ପାଇଁ ପଦକ ଆଣିବାକୁ ପ୍ରୟାସ କରିବେ।ଏଥିପାଇଁ ତାଙ୍କୁ ଜିଲ୍ଲା ର ବର୍ଷୀୟାନ ସମାଜ ସେବୀ ଜଗନ୍ନାଥ ମହାପାତ୍ର,ଜିଲ୍ଲା କ୍ରୀଡ଼ା ଯୁଗ୍ମ ସମ୍ପାଦକ ତଥା ଟେଲି ଚଳଚିତ୍ର ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ,ଜିଲ୍ଲା ଓକିଲ ସଂଘ ର ସଭାପତି ନରସିଂହ ତ୍ରିପାଠୀ ଓକିଲ ସଂଘ ସଂପାଦକ ରାମ ପ୍ରସାଦ ପାତ୍ର , ଅଧ୍ୟାପକ ଅଖିଳ ଭଟ୍ଟ, ଅଧ୍ୟାପକ ଯୁଗଳ ପ୍ରକାଶ କର୍କରା, ତୁଷାର ଖୋସଲା ସମେତ ଜିଲ୍ଲା ବ୍ୟାପୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ଯୁବ ହଷ୍ଟେଲ ର ସନ୍ତରଣ ପ୍ରତିଯୋଗିତା ସମ୍ପନ୍ନ 

masiha

ନବରଙ୍ଗପୁର ଓ ଜଗତସିଂପୁର ଜିଲ୍ଲା ଖେଳାଳିଙ୍କ ମିଳିତ ସଫଳତା

masiha

ମା ଠାକୁରାଣୀ କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ

masiha

Leave a Comment

error: Content is protected !!