ତିର୍ତ୍ତୋଲ :- 11/02/23 :- ଅତି ପ୍ରଭାତରୁ କନକପୁରସ୍ଥିତ ମା’ ସାରଳାଙ୍କମନ୍ଦିରରୁ ଆଜ୍ଞାମାଳ ଓ ଦିବ୍ୟଜ୍ୟୋତିକୁ ସେବାୟତ ଓ ବିଦ୍ୟାର୍ଥୀ ମାନେ ପାଛୋଟି ଆଣି ପୂଜା ମଣ୍ଡପରେ ସ୍ଥାପନ କରାଗଲା ! ଘଣ୍ଟାଘଣ୍ଟା, କାହାଳି ମର୍ଦ୍ଦଳର ଘର୍ଘର ନାଦରେ ପୂଜାମଣ୍ଡପର ଚତୁଃପାର୍ଶ୍ୱ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ଉଦ୍ଭାସିତ ହୋଇଉଠିଲା ! ବେଦମନ୍ତ୍ରରେ ଆରମ୍ଭ ହୋଇଗଲା ମା’ ସାରଳାଙ୍କ ମେଳା, ତାହା ପୁଣି ଶିକ୍ଷାର୍ଥୀ ମାନଙ୍କର ମେସ ରେ ! ରଙ୍ଗୀନ କପଡା ଓ ଫୁଲରେ ସଜ୍ଜାମଣ୍ଡପରେ ମା’ ସାରଳାଙ୍କ ଆସ୍ଥାନ ମନୋରମ ଶୋଭାବିଜଡିତ ଦୃଶ୍ୟମାନ ହେଉଥିଲା !!ଆହା !ମାତୃ ଉପାସନାର କି ସୁନ୍ଦର, କି ଅପୂର୍ବ ସମାହାର!! ପିୟ ପାଠକ ବନ୍ଧୁ ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁ ଯେ,ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲା ର ତିର୍ତୋଲ ସ୍ଥିତ ସାରଳା ମେସ ରେ ପଞ୍ଚଦଶ ବାର୍ଷିକ ମା’ସାରଳାଙ୍କ ମେଳା,ଗତ ଗୁରୁବାର ଦିନ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି ! ଅଧ୍ୟାପକ ଜଗନ୍ନାଥ ଦାସ (ବୁବୁଲା ) ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଆୟୋଜିତ ଏହି ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦେଢ଼ହଜାର ରୁ ଉର୍ଦ୍ଧ ଛାତ୍ରଛାତ୍ରୀ, ଅଭିଭାବକ ଓ ଶ୍ରଦ୍ଧାଳୁ ଭକ୍ତ ମାନେ ଯୋଗଦେଇ, ମାଆଙ୍କର ଦର୍ଶନ ପୂଜାର୍ଚନା ଓ ପୁଷ୍ପାଞ୍ଜଳୀ ପ୍ରଦାନ କରିଥିବାର ଦେଖିବାକୁ ମିଳିଥିଲା! ଏହି ପରିପ୍ରେକ୍ଷୀରେ ଆଦିକବି ସାରଳା ଦାସ କଲେଜ ର ଅଧକ୍ଷ କ୍ୟାପଟେନ ଜ୍ଞାନଜ ରଞ୍ଜନ ସାମନ୍ତରାୟ, ପୂର୍ବତନ ଅଧକ୍ଷ ପ୍ରଭାସଚନ୍ଦ୍ର ପାଣି, ତିର୍ତୋଲ ସରପଞ୍ଚ ପ୍ରିୟମ୍ବଦା ରାୟ, ସମିତିସଭ୍ୟ ପ୍ରବୀର ରାୟ, ରାହାମା ଏସ.ବି.ଆଇ.ବ୍ୟାଙ୍କ ମ୍ୟାନେଜର ପ୍ରଶାନ୍ତ କୁମାର ପଣ୍ଡା ଓ ସାରଳା ସାହିତ୍ୟ ସଂସ୍କୃତି ମହିମା ପ୍ରଚାରକ ରମାକାନ୍ତ ରାଉଳ ଙ୍କ ସମେତ ବହୂ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗଦେଇ, ସାରଳା ମେସ ରେ ଦୀର୍ଘ ପନ୍ଦରବର୍ଷ ଧରି ଚାଲିଆସୁଥିବା ଏହି ମହାନ ମାତୃ ଉପାସନା କାର୍ଯ୍ୟକ୍ରମ ର ଆୟୋଜକ ଓ ସହଯୋଗୀ ମାନଙ୍କୁ ଉଚ୍ଚପ୍ରଂଶସା କରିଥିଲେ !
previous post