ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚୁକ୍ତିଭିତିକ ଉଚ୍ଛେଦ ପାଇଁ ପୋଷ୍ଟ କାର୍ଡ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କନିଷ୍ଠ ଶିକ୍ଷକ

ରାୟଗଡା ସ୍ଥାନୀୟ ଜେକେପୁର, ରାୟଗଡା ଠାରେ ଓଡିଶା କନିଷ୍ଠ ଶିକ୍ଷକ ସଙ୍ଘ, କୋଲନରାର ସମସ୍ତ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଏକ ପ୍ରତିବାଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ତା ୧୫-୧୦-୨୦୨୨ ରେ ଓଡିଶା ମାଟିରୁ ଚୁକ୍ତିଭିତ୍ତିକ ଯୁଗ ଶେଷ ହେଲା ଘୋଷଣା କରିଥିଲେ ସୁଦ୍ଧା ବର୍ତ୍ତମାନ ପ୍ରାୟ ୫ ମାସ ପୁରିଲାଣି କିନ୍ତୁ ଆଜି ବି ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରାୟ ଦଶହଜାର କନିଷ୍ଠ ଶିକ୍ଷକଶିକ୍ଷୟିତ୍ରୀ ସ୍ଵଳ୍ପ ଦରମାରେ ଚୁକ୍ତିଭିତ୍ତିକରେ ଅଛନ୍ତି । ରାଜ୍ୟରେ ୫୭୦୦୦ କର୍ମଚାରୀମାନଙ୍କର ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ହେଲା କିନ୍ତୁ କନିଷ୍ଠ ଶିକ୍ଷକଶିକ୍ଷୟିତ୍ରୀମାନେ ରାଜ୍ୟ ସରକାରଙ୍କ ଓ.ଆର.ଭି ୧୯୭୫ ଧାରା ପାଳନ କରି, ଡି.ଏଲ.ଇଡି, ବି.ଇଡି ତାଲିମ ପାଇଁ ଚୟନମୂଳକ ପରୀକ୍ଷା ଏବଂ ଓ.ଟି.ଇ.ଟି ବାଧ୍ୟମୂଳକ ଭାବେ ସମସ୍ତ ସର୍ତ୍ତ ପୂରଣ ପରେ ନିଯୁକ୍ତି ପାଇଥିଲେ ମଧ୍ୟ ଚୁକ୍ତିଭିତିକ ପ୍ରଥ।ରୁ ଉଚ୍ଛେଦ ହୋଇନାହାନ୍ତି । ବହୁବାର ଆଲୋଚନା ପରେ ମୁଖ୍ୟଶାସନ ସଚିବ କେନ୍ଦ୍ର ସ୍କିମ କହି ମନା କଲାବେଳେ ପାନିୟ ଜଳ ଯୋଗାଣ ଜେ.ଇ.ଇ, ଏନ୍.ଏଚ.ଏମ୍ ରୁ ନର୍ସି ଅଫିସର ମାନଙ୍କୁ ନିୟମିତ କରାଯାଇଛି । ଏଥିରୁ ସହଜରେ ଅନୁମେୟ ନିୟମିତ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ରାଜ୍ୟ ସରକାରଙ୍କ ଅଧୀନରେ ରହିଛି। କିନ୍ତୁ ପ୍ରାଥମିକ ଶିକ୍ଷା ଏବଂ କନିଷ୍ଠ ଶିକ୍ଷକଙ୍କ ପାଇଁ କାହିଁକି ଅବହେଳା ସହଜରେ ବୁଝିହେଉନାହିଁ । ତେଣୁ ଭ।ରତୀୟ ସମ୍ବିଧାନ ଧାରା ୩୦୯ ଅଧିନିୟମ ଅନୁସାରେ ଜଣେ ନିର୍ବାଚିତ ପ୍ରତିନିଧି ଯେ କୌଣସି ପଦବୀ ଏବଂ ତାର ସମ୍ପର୍କୀତ ନିୟମ ତିଆରି ଓ ପରିବର୍ତ୍ତନ କରିପାରିବେ । ତେଣୁ କନିଷ୍ଠ ଶିକ୍ଷକଙ୍କୁ ବହୁବାର ଘୋର ଅଣଦେଖା କରାଯାଇଛି । ତା ୧୨-୦୨-୨୦୨୩ ରିଖ ରବିବାର ଦିନ ସମସ୍ତ କନିଷ୍ଠ ଶିକ୍ଷକ ପୋଷ୍ଟ କାର୍ଡ ମାଧ୍ୟମରେ ନିବେଦନ କରୁଛୁ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବାପାଇଁ ହସ୍ତକ୍ଷେପ କରନ୍ତୁ । ତା ୧୩-୦୨-୨୦୨୩ ରିଖ ଦିନ ଇ-ମେଲ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପୁନଶ୍ଚ ନିଜ ଦାବୀ ଉପସ୍ଥାପନ କରିବୁ । ଯଦି ସରକାରଙ୍କ ତରଫରୁ କୌଣସି ସକାରାତ୍ମକ ନିଷ୍ପତ୍ତି ନଆସେ ତାହେଲେ ରାଜ୍ୟର ସମସ୍ତ କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ତାଙ୍କ ପରିବାର, ବୁଦ୍ଧିଜୀବୀ ସମସ୍ତେ ପ୍ରାଥମିକ ଶିକ୍ଷା ପ୍ରତି ଅଣଦେଖା ନିମନ୍ତେ ପ୍ରତିବାଦର ସ୍ୱର ପଂଚାୟତ ସ୍ତରରୁ ରାଜଧାନୀ ପର୍ଯ୍ୟନ୍ତ ଉଠିବ ଏବଂ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ। ଏଥିପାଇଁ ଯେକୌଣସି ପ୍ରକାରର ସମସ୍ୟା ଉପୁଜିବ, ସେଥିପାଇଁ ଓଡିଶା ସରକାର ଦାୟୀ ରହିବେ ବୋଲି ସଂଘ ସଭାପତି ଗୋପବନ୍ଧୁ ଯେନା ମତ ରଖିଥିଲେ । ଏଥିରେ ସଙ୍ଘ ର ସମ୍ପାଦକ ମଧୁସ୍ମିତା ଶତପଥୀ , ରଶ୍ମିତା ତ୍ରିପାଠୀ , ଅବିନାଶ ପ୍ରଧାନ ,ସସ୍ମିତା କୁମାରୀ ସାହୁ ବ୍ଲକ ର ସମସ୍ତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିବାସହ ଜିଲ୍ଲା ସଙ୍ଘ ସତ୍ୟ ଶିବ ସୁନ୍ଦର ପ୍ରଧାନ ଓ ରାଜ୍ୟ ସଙ୍ଘ ମହାସଚିବ ଆଦିତ୍ୟ ନାରାୟଣ ସ୍ୱାଇଁ ଉପସ୍ଥିତ ରହି ବଜେଟ ଅଧିବେଶନ ପୂର୍ବରୁ ଘୋଷଣା ନକଲେ ଏହି ଆନ୍ଦୋଳନ ସାରା ଓଡିଶା ରେ ବିଦ୍ରୋହର ସ୍ୱର ଉଠିବ ଓ ଆନ୍ଦୋଳନ ତୀବ୍ରତର ହେବ ସେଥିପାଇଁ ସରକାର ଦାଇରହିବେ ।

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

6 year old Odissi Dancer included in India Book of Records.

masiha

ରାହୁଲ ଗାନ୍ଧିଙ୍କ ୫୫ତମ ଜନ୍ମ ଦିବସ ପାଳନ 

masiha

Leave a Comment

error: Content is protected !!