ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଦୁର୍ଘଟଣାଗ୍ରସ୍ତ 2 ଗୁରୁତର 

ପାପଡାହାଣ୍ଡି 12/02, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ଦୁଲପୁର ଗ୍ରାମ ଦେଇ ଯାଇଥିବା 26 ନମ୍ବର ଜାତୀୟ ରାଜପଥର ବୁଲାଣି ନିକଟରେ ଏକ ବାଇକ ଦୁର୍ଘଟଣାଗସ୍ତ ହୋଇ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି | ସେମାନେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚିକିତ୍ସିତ ହେଉଛନ୍ତି |

ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବିଶିଙ୍ଗପୁର ଗ୍ରାମର ବେଣୁଧର ମାଳି ନିଜ ଶଶୁର ଘର ପାପଡାହାଣ୍ଡି ବ୍ଲକ ର ସେମଳା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଉସିଗାଁ ଆସିଥିଲା, ରବିବାର ନିଜ ଶଳା ଲୋକନାଥ ଚାଲାଣ ସହ ଦୁହେଁ ଉସିଗାଁ ରୁ ଏକ ବାଇକ OD10T2171 ଯୋଗେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୌଣସି କାମରେ ଆସିଥିଲେ,କାମ ସାରି ଉଭୟ ବାଇକ ଯୋଗେ ଘରକୁ ଫେରିବା ସମୟରେ ଦୁଲପୁର ବୁଲାଣିରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା | ଉଭୟ ରାସ୍ତା କଡ଼ରେ ଛିଟିକି ପଡି ରହିଥିଲେ . ଗ୍ରାମବାସୀ ଦେଖି ପୋଲିସକୁ ଖବର ଦେଇଥିଲେ | ପୋଲିସର ତୁରନ୍ତ ଘଟଣାସ୍ଥଳ ପହଞ୍ଚି ଗ୍ରାମବାସୀ ସାହାଯ୍ୟରେ ଉଭୟ କୁ ଉଦ୍ଧାର କରି ପୋଲିସ ଭେନ ସାହାଯ୍ୟରେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥକେନ୍ଦ୍ର ଆଣି ଭର୍ତ୍ତି କରିଥିଲେ | ପ୍ରାଥମିକ ଚିକିତ୍ସା ପରେ ଉଭୟ ସ୍ୱାସ୍ଥ୍ୟ ଅବସ୍ଥାରେ ଗୁରୁତର ରହିଥିବା ଯୋଗୁଁ ଉନ୍ନତ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ରାତିରେ ଚାଲିଛି ଆରଡ଼ି ରାସ୍ତା କାମ ,ବିଭାଗୀୟ ଏସଡ଼ିଓ ଙ୍କୁ ପଚାରିଲେ ମିଳୁଛି ଧମକ ! 

masiha

ବୈଷୟିକ ଶିକ୍ଷା ପାଇଁ କାଉନସେଲିଂ କାର୍ଯ୍ୟକ୍ରମ -ଜୁଲାଇ ୨୦ ପର୍ଯ୍ୟନ୍ତ ଆବେଦନ ଓ ୨୬ରୁ ନାମଲେଖା  -ଆଦିମ ଜନଜାତି ଓ ସମସ୍ତ ବର୍ଗର ଛାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ   

masiha

ମାଁଙ୍କୁ ସମ୍ମାନ ଦେଲେ ଆମେ ଆଗେଇବା: ବିଶ୍ୱ ମାତୃ ଦିବସ ରେ ଅତିଥି ଙ୍କ ମତ କନ୍ୟା ସଂଗଠନ ତରଫରୁ ମାତୃ ଦିବସ ପାଳିତ

Leave a Comment

error: Content is protected !!