ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଦୁର୍ଘଟଣାଗ୍ରସ୍ତ 2 ଗୁରୁତର 

ପାପଡାହାଣ୍ଡି 12/02, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ଦୁଲପୁର ଗ୍ରାମ ଦେଇ ଯାଇଥିବା 26 ନମ୍ବର ଜାତୀୟ ରାଜପଥର ବୁଲାଣି ନିକଟରେ ଏକ ବାଇକ ଦୁର୍ଘଟଣାଗସ୍ତ ହୋଇ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି | ସେମାନେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚିକିତ୍ସିତ ହେଉଛନ୍ତି |

ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବିଶିଙ୍ଗପୁର ଗ୍ରାମର ବେଣୁଧର ମାଳି ନିଜ ଶଶୁର ଘର ପାପଡାହାଣ୍ଡି ବ୍ଲକ ର ସେମଳା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଉସିଗାଁ ଆସିଥିଲା, ରବିବାର ନିଜ ଶଳା ଲୋକନାଥ ଚାଲାଣ ସହ ଦୁହେଁ ଉସିଗାଁ ରୁ ଏକ ବାଇକ OD10T2171 ଯୋଗେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୌଣସି କାମରେ ଆସିଥିଲେ,କାମ ସାରି ଉଭୟ ବାଇକ ଯୋଗେ ଘରକୁ ଫେରିବା ସମୟରେ ଦୁଲପୁର ବୁଲାଣିରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା | ଉଭୟ ରାସ୍ତା କଡ଼ରେ ଛିଟିକି ପଡି ରହିଥିଲେ . ଗ୍ରାମବାସୀ ଦେଖି ପୋଲିସକୁ ଖବର ଦେଇଥିଲେ | ପୋଲିସର ତୁରନ୍ତ ଘଟଣାସ୍ଥଳ ପହଞ୍ଚି ଗ୍ରାମବାସୀ ସାହାଯ୍ୟରେ ଉଭୟ କୁ ଉଦ୍ଧାର କରି ପୋଲିସ ଭେନ ସାହାଯ୍ୟରେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥକେନ୍ଦ୍ର ଆଣି ଭର୍ତ୍ତି କରିଥିଲେ | ପ୍ରାଥମିକ ଚିକିତ୍ସା ପରେ ଉଭୟ ସ୍ୱାସ୍ଥ୍ୟ ଅବସ୍ଥାରେ ଗୁରୁତର ରହିଥିବା ଯୋଗୁଁ ଉନ୍ନତ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ସାମ୍ବାଦିକଙ୍କ ଭାତୃ ବିୟୋଗରେ ଶୋକର ଛାୟା

Sunil Chandra Nayak

କଟକ ରେ ଗଞ୍ଜାମ ର ଛଅ ଜଣ ସାହିତ୍ୟ ଅନୁଷ୍ଠାନ ର ସମ୍ପାଦକଙ୍କୁ ସମ୍ବର୍ଦ୍ଧନା

ଆଇଜିଆଇଟି ରେ ବାର୍ଷିକ ଉତ୍ସବ ଆରୋହଣ ୨୦୨୩ ବେଶ ଧୁମଧାମ ରେ ପାଳିତ

Sunil Chandra Nayak

Leave a Comment

error: Content is protected !!