ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଜଣା ଗାଡି ଧକ୍କାରେ ଅଟୋ ଓଲଟି ଜଣେ ମୃତ

ମୟୂରଭଞ୍ଜ- ୧୨/୦୨/୨୩;(ମସିହା) ମୟୁରଭଞ୍ଜ ଜିଲ୍ଲା ତିରିଂ’ଥାନା ଅଧିନ ଝରାଡିହି ଫାଣ୍ଡି ଅନ୍ତର୍ଗତ ବାନାଡୁଙ୍ଗୁରି ଗ୍ରାମରୁ ଯଶିପୁର ଗ୍ରାମକୁ ଯାଇ ଦଶାହକର୍ମରେ ଯୋଗ ଦେଇ ଏକ ଅଟୋ ଯୋଗେ ଫେରୁଥିବାବେଳେ ଦୂର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ଜଣା ପଡିଛି।  ସୂଚନା ଅନୁସାରେ ଭଗାବନ୍ଦି ଗ୍ରାମ ନିକଟସ୍ଥ ବାନାଡୁଙ୍ଗୁରି ଗ୍ରାମରୁ ସପରିବାର ସୁରଦା ଯଶିପୁର ଗ୍ରାମକୁ ଦଶାହକର୍ମରେ ଯୋଗଦେବାକୁ ଯାଇ (ଜେଏଚ୍ ୦୫ ଓ୍ବାଇ ୬୮୪୩) ନଂ ବିଶିଷ୍ଠ ଏକ ଅଟୋ ଯୋଗେ ଫେରୁଥିବାବେଳେ ଶନିବାର ଦିନ ସଂଧ୍ୟା ପ୍ରାୟ ୬.୩୦’ ମିନିଟ୍ ସମୟରେ ଧବଡୁଙ୍ଗୁରୀ ନିକଟରେ ଏକ ଅଜଣା ଚାରିଚକିଆ ଗାଡି ଧକ୍କା ଦେଇ ଖସି ପଳାଇଥିଲା। ଧକ୍କା ଫଳରେ ଅଟୋ ଟି ଓଲଟି ପଡିଥିଲା ଫଳରେ ଅଟୋରେ ଥିବା ପାଞ୍ଚ ଜଣ ବ୍ୟକ୍ତି ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଝରାଡିହି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର କୁ ପଠାଇଥିଲେ। ତେବେ ସେଠାରେ ଗୁରୁତର ଆହତ ସାଲଖୁ ମାର୍ଣ୍ଡି (୪୬)’ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଏବଂ ଅନ୍ୟ ଆହତ ମାନଙ୍କୁ ଅଧିକ ଚିକିତ୍ସା ନିମନ୍ତେ ରାଇରଙ୍ଗପୁର ଡାକ୍ତରଖାନା କୁ ପଠାଇଥିଲେ। ଏନେଇ ତିରିଂ’ଥାନା ରେ କେଶ୍ ନଂ ୨୪/୨୩’ ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ତିରିଂ’ଥାନା ପୋଲିସ୍।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କନ୍ଧମାଳରେ ଟିଫିନ ବୋମା ସାମଗ୍ରୀ ସହ ଆଇଇଡି ଜବତ, ଟାର୍ଗେଟରେ ଥିଲେ ବିଏସ୍‌ଏଫ୍‌ ଜବାନ

masiha

ଲେଲିଗୁମା ସଂରକ୍ଷିତ ଜଙ୍ଗଲରେ ବେଆଇନ ଲୁହାପଥର ଉତ୍ତୋଳନ ଓ ଚାଲାଣ ପଣ୍ଡ: ଜେସିବି, ହାଇୱା ସହ ବିପୁଳ ଲୁହାପଥର ଜବତ, ୪ ଅଭିଯୁକ୍ତ ଗିରଫ

Sunil Chandra Nayak

ଦାଦନ ସର୍ଦ୍ଧାର ମାଡ଼ ରେ ଲହୁ ଲୁହାଣ ଶ୍ରମିକ …. ଥାନା ରେ ଲିଖିତ ଅଭିଯୋଗ ପରେ 2 ଦଲାଲ ଅଟକ..ମୁଖ୍ୟ ଅଭିଯୁକ୍ତ ଫେରାର

masiha

Leave a Comment

error: Content is protected !!