ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମହିଳା ସଂକୀର୍ତ୍ତନ ଦଳଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛି

ତିର୍ତ୍ତୋଲ :- 13/02/23:- ଐତିହାସିକ ଯୁଗରେ ରାଧାକୃଷ୍ଣଙ୍କର ପ୍ରେମ ଗାଥାକୁ ଆଧାର କରି ଚୈତନ୍ୟ ଦେବ ଯାହା ପ୍ରଚାର କରିଥିଲେ, ତାହା ଅଷ୍ଟମପ୍ରହରୀ ବା ଚତୁର୍ଥ ପ୍ରହରୀ ନାମ ସଂକୀର୍ତ୍ତନ ଭାବେ ଓଡ଼ିଶାର ପୁରପଲ୍ଲୀରେ ପରିଚିତ ! ସମୟ ଥିଲା ଏହି ନାମ ସଂକୀର୍ତ୍ତନ ପୁରୁଷ ମାନଙ୍କୁ ନେଇ କରାଯାଉଥିଲା ! ଏବେ ସମୟ ବଦଳିବା ସଙ୍ଗେ ସଙ୍ଗେ ବଦଳି ଯାଇଛି ସଂକୀର୍ତନର ରୂପରେଖ ! କେବଳ ପୁରୁଷ କାହିଁକି, ମହିଳା ମାନେ ବି ସଂକୀର୍ତନ କରିବାରେ କମ୍ ରେ ନାହାନ୍ତି ! ଦିନକୁ ଦିନ ମହିଳା ସଂକୀର୍ତ୍ତନର ଲୋକପ୍ରିୟତା ବଢ଼ିବାରେ ଲାଗିଛି ! ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ କନିମୂଳ ପଞ୍ଚାୟତ ଅନ୍ତର୍ଗତ ମତ୍ତଗଜପୁର ଗ୍ରାମ ମଲ୍ଲିକ ସାହିରେ ଅନୁଷ୍ଠିତ ହୋଇଯାଇଛି 60 ତମ ଅଷ୍ଟମ ପ୍ରହରୀ ନାମଯଜ୍ଞ ! ଏହି ସ୍ଥାନରେ ଦେଖିବାକୁ ମିଳିଥିଲା ମହିଳା ମାନଙ୍କ ଦ୍ୱାରା ପ୍ରାୟୋଜିତ ସଂକୀର୍ତ୍ତନ ! ଏହି ଅନୁଷ୍ଠାନର ସମସ୍ତ ଦାୟିତ୍ୱ ବହନ କରିଥିଲେ ଦୁର୍ଯ୍ୟୋଧନ ମଲ୍ଲିକ, ବିଧାନ ଚନ୍ଦ୍ର ମଲ୍ଲିକ, ଶରତ ଚନ୍ଦ୍ର ମଲ୍ଲିକ, ମହେଶ୍ୱର ଦାସ, ପ୍ରଫୁଲ୍ଲ ଦାସ, ଗୁରୁଚରଣ ଦାସ ଓ ମଲ୍ଲିକ ସାହିର ସମସ୍ତ ଗୁରୁଜନ ବୃନ୍ଦ ! ମହିଳା ସଂକୀର୍ତ୍ତନକୁ ଦେଖିବାକୁ ଗ୍ରାମର ଶତାଧିକ ଲୋକ ଉପସ୍ଥିତ ହୋଇଥିଲେ !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ରାଜ୍ୟ ସଭା ସାଂସଦ ମମତା ମହାନ୍ତଙ୍କ ଦ୍ବାରା ବିଶୋଇରେ ଜଗନ୍ନାଥ ମନ୍ଦିର ଭୂମି ପୂଜନ

Sunil Chandra Nayak

ବନ୍ଧୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଧୂମଧାମରେ ପାଳନ ହେଲା ଶ୍ରୀ ରାମ ନବମୀ

Sunil Chandra Nayak

କଣ୍ଟାପାଳ ପଞ୍ଚାୟତ ପ୍ରସିଦ୍ଧ ଚର୍ଚ୍ଚିକା ଠାକୁରାଣୀ ଯାତ୍ରା

Sunil Chandra Nayak

Leave a Comment

error: Content is protected !!