ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ଧବିଶ୍ୱାସର ଅନ୍ଧକାରରେ କୁଡୁମି ଜାତି: ଦିଗହରା ସରକାର ଙ୍କ ଅମୃତ ମହୋତ୍ସବ 

କାମାକ୍ଷାନଗର ( ମ ନି ସ)୧୮/୦୧ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର କଙ୍କଡାହାଡ ବ୍ଲକ୍ କାନ୍ତୋଲ ପଞ୍ଚାୟତ କିମ୍ଭିରୀ ମୁଣ୍ଡା ଗ୍ରାମରେ କୁଡୁମୀ ସମ୍ପ୍ରଦାୟ ର ଲୋକ ମାନେ ମକର ସଂକ୍ରାନ୍ତି ପର ଦିନ ସକାଳେ ଛୁଆ ଠାରୁ ବୁଢ଼। ପର୍ଯ୍ୟନ୍ତ ଚେଙ୍କ ଚିକିତ୍ସା ଦେଖିବାକୁ ମିଳିଛି। ଗ୍ରାମ ବାସୀ ମାନ କୁ ପଚାରିବାରେ ଆମ୍ଭେ ପୂର୍ବ ପୁରୁଷ ରୁ ବିଭିନ୍ନ ରୋଗ ରୁ ରକ୍ଷା ପାଇଁ ବା ପାଇଁ ପ୍ରତ୍ୟେକ ବର୍ଷ ଏହିଦିନରେ ତମ୍ବା ଓ ଲୁହା ଛଡ଼ ରେ ନିର୍ମିତ ସରୁ ରଡ୍ କୁ ନିଆଁ ରେ ଗରମ କରି ଛୋଟ ଛୁଆ ଓ ପୁରୁଷ ବ୍ୟକ୍ତି ମାନେ ନାଭି ଚାରି ପଟେ ଚାରି ପାଞ୍ଚ ଟି ସ୍ଥାନ ରେ ଚେଙ୍କ ଦେଲେ ଏକ ବର୍ଷ ପଯ୍ୟନ୍ତ କୌଣସି ପେଟ ରୋଗ ହୋଇ ନଥିବା କହିଛନ୍ତି। କେବଳ ସେତିକି ନୁହେଁ ଅଣ୍ଟା ପାଇ ମଧ୍ୟ ସାତୋଟି ଅରଖ ପତ୍ର ରେ ଜଡା ତେଲ ଦେଇ ଅଣ୍ଟା ଉପରେ ଥୋଇ ନିଆଁ ରେ ଗରମ ହୋଇଥିବା ତତଲା ସାବଳ ରଖି ଦେଲେ ଅଣ୍ଟା ଜନିତ ରୋଗ ଦୂର ହୋଇଥାଏ ବୋଲି ସେମାନଙ୍କର ବିଶ୍ୱ।ସ ରହିଛି। ଏହା ସହିତ ଗଛ ରୁ ପତ୍ର ଝଡ଼ା ସମୟରେ ଛୋଟ ପିଲା କୁ ହୋଉଥିବା ଝାଡା ବାନ୍ତି ରୋଗ ନିରାକରଣ ପାଇଁ ନିର୍ଦ୍ଧିଷ୍ଟ ଗଛର ଚେର କୁ ଏକ ଧଳା ସୂତାରେ ପିଲା ଙ୍କ ବେକ ରେ ବାଦ୍ଧି ଦେଲେ ଝାଡା ବାନ୍ତି ରୋଗ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି।

ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରୁ ଏହି ଜାତି ର ଲୋକ ମାନଙ୍କ ପାଇଁ ଅମୃତ ମହୋତ୍ସବ ଯୋଜନା କରାଯାଇଥିଲେ ମଧ୍ୟ ସରକାରୀ କର୍ମଚାରୀ ମାନକ ନାଲି ଫିତା ତଳେ ବନ୍ଧା ରହିଛି। ୭୫ ବର୍ଷ ସ୍ୱାଧୀନତା ପରେ ମଧ୍ୟ ସେମାନଙ୍କ ନିକଟରେ ସଚେତନତା ର ଅଭାବ କିମ୍ବା ଅବହେଳା ଯୋଗୁ ଏହି ଅନ୍ଧବିଶ୍ୱାସ ର ବଷବ୍ୟତି ହୋଇ ଅନ୍ଧ ଚିକିତ୍ସା କରାଉଛନ୍ତି। ଖାଲି ସେତିକି ଗୋଟିଏ ଗାଁ ନୁହଁ ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲା ସୀମା ରେ ଥିବା ହଜାର ହଜାର କୋଡମି ସମ୍ପ୍ରଦାୟ ଲୋକ ଅନ୍ଧବିଶ୍ୱାସ ରେ ବନ୍ଧା ହୋଇଥିବା ଗ୍ରାମବାସୀ ମାନେ କହିଛନ୍ତି।ଉକ୍ତ ଗ୍ରାମ ଗୁଡିକୁ ଯାତାୟତ ର ସୁବିଧା ନଥିବାରୁ ସରକାର ଙ୍କର ଉତ୍ତମ ଚିକିତ୍ସା ରୁ ବଞ୍ଚିତ ହେଉଥିବା ଗ୍ରାମବାସୀ କହିଛନ୍ତି। ଏହି ସମସ୍ୟା ର ସମାଧାନ କେବେହେବ ତାହା ଦେଖିବାକୁ ବାକି ରହିଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଉରକେଲା କଲେଜରେ ସାଇବର କ୍ରାଇମ, ମହିଳା ଉତ୍ପୀଡନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ହିଞ୍ଜିଳିରେ ଦୁଇ ପୁଞ୍ଜା ମେରୁଦଣ୍ଡ ଯାତ୍ରା ଉଦଯାପିତ

Sunil Chandra Nayak

କୋଇଡାରେ ମା’ ଲକ୍ଷ୍ମୀ ପି ଜି ଗ୍ରୁପ ଆନୁକୁଲ୍ୟରେ ମହିଳା ଦିବସ ପାଳନ

masiha

Leave a Comment

error: Content is protected !!