ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ ଵିକାଶ ତାଲିମ ଶିବିର ଅନୁଷ୍ଠିତ

ଭବାନୀପାଟଣା ତା ୧୪.୨.୨୦୨୩: ଭାରତ ସରକାର ଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ ମେହେର ଙ୍କ ଅଧ୍ୟକ୍ଷତା ରେ ପଲିଟେକନିକ ପ୍ରଶିକ୍ଷଣ କେନ୍ଦ୍ର ଠାରେ ୩ ଦିନିଆଁ ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ ବିକାଶ ତାଲିମ ଶିବିର ଶୁଭାରମ୍ଭ ହୋଇ ଯାଇଛି l ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଡକ୍ଟର ବିଶ୍ୱଜିତ ଦାସ ଉପ ଜିଲ୍ଲାପାଳ ଭବାନୀପାଟଣା ଏବଂ ମୁଖ୍ୟ ବକ୍ତା ଭାବରେ ଶ୍ରୀ ଅମୁଲ୍ୟ କୁମାର ପଣ୍ଡା ପ୍ରିନ୍ସିପାଲ ପୋଲିଟେକନିକ କଲେଜ ଭବାନୀପାଟଣା, ସମ୍ମାନିତ ଅତିଥି ଭାବରେ ଶ୍ରୀ ମନୋଜ କୁମାର ବେହେରା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଳାହାଣ୍ଡି, ଶ୍ରୀ ଅଶୋକ କୁମାର ପଟନାୟକ କର୍ତ୍ତବ୍ୟ ଅନୁଷ୍ଠାନ ମୁଖ୍ୟ, ଯୋଗଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ଅଭିଭାଷଣ ରଖିଥିଲେ l ଲେଖାପାଳ ଶ୍ରୀ ଦୂତିଆ ବନଛୋର ମଞ୍ଚ ପରିଚାଳନା କରିଥିଲେ l ଆଜିର ପ୍ରତେକ ଯୁବକ ଙ୍କ ପାଖରେ କିଛି ନାଁ କିଛି ଅନ୍ତର୍ନିହିତ ଗୁଣ ଭରି ରହିଛି l ସେହି ଗୁଣ ମାଧ୍ୟମ ରେ ସେମାନେ ସମାଜ ପ୍ରତି ଥିବା ତାଙ୍କର ଦାୟିତ୍ୱ କୁ ନିର୍ବାହ କରି ପାରିବେ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ l ପରେ ପ୍ରଶିକ୍ଷକ ଅଶୋକ କୁମାର ପଟ୍ଟନାୟକ ଓ ସଂଜୀବ କୁମାର ସାହୁ ଉପସ୍ଥିତ ପ୍ରଶିକ୍ଷାର୍ଥୀ ଙ୍କୁ ପ୍ରଶିକ୍ଷଣ ଦେଇଥିଲେ l ଏହି ପ୍ରଶିକ୍ଷଣ ୩ ଦିନ ପ୍ରଯ୍ୟନ୍ତ ଚାଲୁ ରହିବ l ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ କ୍ଲବ ରୁ ପ୍ରଶିକ୍ଷାର୍ଥୀ ମାନେ ଆସି ପ୍ରଶିକ୍ଷଣ ନେବେ ବୋଲି ଜିଲ୍ଲା ଯୁବ ଅଧିକାରୀ ସୂଚନା ଦେଇଛନ୍ତି l ଏହି ପ୍ରଶିକ୍ଷଣ ଶିବିର କୁ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ର କୋପ୍ନେଶ୍ଵର ବେମାଲ, ଯଶୋବନ୍ତ ରଣା, ମମତା ପ୍ରଧାନ, ରାହୁଲ ତାଣ୍ଡି, ଶମ୍ଭୁ ବିଶି, ଚୁଳମଣୀ ମାଝୀ ଏମିଟୀଏସ ଦୁଲ୍ଲଵ ମାଝୀ ପ୍ରମୁଖ ସହଯୋଗ କରିଥିଲେ l

ମସିହା ନିୟ୍ଜଜ ସର୍ଭିସ୍ 

Related posts

ରାୟଗଡା ଜିଲ୍ଳାରେ ଡିସେମ୍ବର ୧୭ରୁ ଆରମ୍ଭ ହେବ ଧାନ ମଣ୍ଡି 

Sunil Chandra Nayak

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବେଲପଡ଼ା ଶାଖା ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

masiha

ଧର୍ମପରାୟଣ ମହିଳା ମେମ୍ ବାଈଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!