ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପର ତେଲେଙ୍ଗା ବଜାର ପୂଜା କମିଟି ଓ ଯୁବକ ସଙ୍ଘ ମିଳିତ ଆନୁକୂଲ୍ୟରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

କଟକ – କଳା ଦିବସ ତଥା ସହିଦ ଦିବସ ଉପଲକ୍ଷେ ଆଜି ସଂନ୍ଧ୍ୟାରେ କଟକ ଉପର ତେଲେଙ୍ଗା ଛକ ଠାରେ ଯୁବ ସମାଜସେବି ଉମାକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରିଥିଲେ। ଏଥିରେ ସୁଧନ କୁମାର ଦତ୍ତ ମୁଖ୍ୟ ଅତିଥି ଓ ଫିରିଙ୍ଗ ବଜାର ପୂଜା କମିଟି ସମ୍ପାଦକ ନରେଶ କୁମାର ସାହୁ,ପୂର୍ବତନ କର୍ପୋରେଟର ଇତିଶ୍ରୀ ବେହେରା,ସଞ୍ଜୟ ମହାନ୍ତି ,ସତ୍ୟନାରାୟଣ ପାତ୍ର,ସମ୍ପଦ କୁମାର ମଲ୍ଲିକ,ସଞ୍ଜୟ ଶର୍ମା, ସରୋଜ ସାହୁ,ନରେନ୍ଦ୍ର ବେହେରା, ଧନେଶ୍ୱର ବେହେରା, ରଜନୀକାନ୍ତ ମଲ୍ଲିକ ଅଲୁ ପ୍ରସାଦ, ସନ୍ତୋଷ ମଲ୍ଲିକ ପ୍ରମୁଖ ଉପସ୍ଥିତ ହୋଇ ସେଇ ଅମର ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କ ପରିବାରଙ୍କୁ ସମବେଦନା ଜଣାଇଥିଲେ ! ଆୟୋଜୋକ ଯୁବ ସମାଜସେବୀ ଉମାକାନ୍ତ ମହାନ୍ତି କହିଲେ ଆଜି ଦେଶର ଜାଗ୍ରତ ପ୍ରହରୀ ହୋଇ ଦେଶପାଇଁ ବଳିଦାନ ଦେଇଥିବା ସେହି ସହିଦଙ୍କ ପ୍ରତି ଆଜିର ଆବାଳ ବୃଦ୍ଧ ବନିତା ଓ ସମସ୍ତ ଯୁବପିଢ଼ି ତାଙ୍କୁ ସ୍ମରଣ ରଖି ଶ୍ରଦ୍ଧାଞ୍ଜଳି ଜଣାଇବା ଉଚିତ । ଏହି ପଥପ୍ରାନ୍ତ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବୁଦ୍ଧିଜୀବୀ ଓ ପଥଚାରି ସହିଦ ଯବାନଙ୍କୁ ତାଙ୍କର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଉକ୍ତ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ବିବେକ ସେନା ତରଫରୁ ଶହୀଦ ଲକ୍ଷ୍ମଣ ନାୟକ ଙ୍କ ସହୀଦ ଦିବସ ପାଳିତ

Sunil Chandra Nayak

ଦୀର୍ଘ ପ୍ରତୀକ୍ଷା ର ଅନ୍ତ ,ତେନ୍ତୁଳିଖୁଣ୍ଟି ନୋଡାଲ ବାପୁଜି ହାଇସ୍କୁଲରେ ବାଳିକା ସେବାଶ୍ରମ ଆରମ୍ଭ ହେଲା  :ଦେଓପାଲି ରେ କେବେ ?

Sunil Chandra Nayak

ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ପରିବେଶ ସଚେତନତା ଶିବିର

Sunil Chandra Nayak

Leave a Comment

error: Content is protected !!