ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ପାପଡାହାଣ୍ଡି,15/2, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସୀମାନ୍ତ ମଇଦଲପୁର ଥାନା ଅନ୍ତର୍ଗତ ଆମପାଣି ଘାଟିର ଖଡ଼କା ଜଙ୍ଗଲରୁ ବୁଧବାର ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର କରାଯାଇଛି | ଉଭୟ ଏକ ମହୁଲ ଗଛରେ ଝୁଲନ୍ତା ଅବସ୍ଥାରେ ଅଛନ୍ତି | ଖବର ଲେଖା ଶେଷ ସୁଦ୍ଧା ପୋଲିସ ଘଟଣା ସ୍ଥଳରେ ପହଁଚି ନ ଥିବା ବେଳେ ମୃତ ଦେହ ନିକଟରେ ପ୍ରବଳ ଭିଡ଼ ଜମିଚି | ପ୍ରେମିକା ମାଝୀଗୁଡା ପଂଚାୟତ ଭାଲୁ ଝର ଗ୍ରାମର ବେଲ ମୁଦୁଲି ଓ ପ୍ରେମିକ ମଇଦଲପୁର ପଂଚାୟତ ନୀଳାଦ୍ରୀଗୁଡା ଗ୍ରାମର ତ୍ରିପତି ମାଝୀ ବୋଲି ଜଣାପଡିଛି | ଉଭୟ ଗତ କାଲି ସନ୍ଧ୍ୟାରୁ ଘରୁ ବାହାରିଥିବା ସୂଚନା ମିଳିଛି | ଆଜି ସକାଳୁ ସ୍ଥାନୀୟ ଅଞ୍ଚଳର ଲୋକ ମାନେ ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ | ତେବେ ଉଭୟ ଆତ୍ମ ହତ୍ୟା କରିଥିବା ସନ୍ଦେହ କରାଯାଉଛି | କେଉଁ ପରିସ୍ଥିତିରେ ଏପରି ଘଟଣା ହେଲା ପୋଲିସ ତଦନ୍ତ ପରେ ଜଣାପଡିବ | ମୂଖ୍ୟ ରାସ୍ତାର 100 ମିଟର ରାସ୍ତା ଦୁରରେ ଏହି ଦୁଇ ଜଣକ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ଗୋଷ୍ଠୀ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୭୦ ଜଣ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସହାୟତା ଉପକରଣ ବଣ୍ଟନ 

masiha

ପତଞ୍ଜଳି ମହିଳା ଯୋଗ ସମିତିର ଯୋଗ ଶିବିର ଅନୁଷ୍ଠିତ

Sunil Chandra Nayak

ଟ୍ରେଲର ପଛକୁ ଧକ୍କା ଦେଲା କାର: ଚାଳକ ଗୁରୁତର

masiha

Leave a Comment

error: Content is protected !!