ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସମସ୍ତ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ ଦାବି

ରାଉରକେଲା/ ସମସ୍ତ ବସ୍ତିବାସିନ୍ଦାଙ୍କୁ ଆଇନ ଅନୁଯାୟୀ ଜମୀ ପଟ୍ଟା ପ୍ରଦାନ ଦାବିରେ ଆମ୍ ଆଦମୀ ପାର୍ଟି ତରଫରୁ ଆଜି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ରାଉରକେଲା ବନ୍ଧମୁଣ୍ଡା ସ୍ଥିତ ନେପାଳୀ ବସ୍ତି, ପାନପୋଷ ସ୍ଥିତ ମଣି କଲୋନୀ, ଲେବର ଟେନାମେଣ୍ଟ ସ୍ଥିତ ନେତାଜୀନଗର ଇତ୍ୟାଦି ବସ୍ତି ଅଞ୍ଚଳରୁ ବହୁ ସଂଖ୍ୟାରେ ବସ୍ତିବାସୀ ଜମି ପଟ୍ଟା ପାଇଁ ସରକାରଙ୍କ ନିକଟରେ ଦାବି କରିଥିଲେ। ଏହି ଅବସରରେ ରିନା ରାୟ, ମୋନିକା ଥାପା, ରିଙ୍କି ବିଶ୍ଵାଳ, ତିନ୍ତୁସ ଲାକ୍ରା, ମାର୍ଟିନ ଏକ୍କା, ଅମିତ ସମାସି, ରମାକାନ୍ତ ନାୟକ, ତବ୍ରେଜ ଅହମଦ, ଭାଗିରଥି ଧଳ, ଅମରଜିତ୍ ସିଂହ, ଦଳବିର ସିଂହ, ଚିନ୍ତାମଣି ମହାନନ୍ଦ, ପୂର୍ଣ୍ଣ ଚନ୍ଦ୍ର ନିଆଳି, ଲମ୍ବୋଦର ମହନ୍ତ, ସନ୍ତୋଷ ବେହେରା ଓ ବିନୟ ତିୱାରୀ ଉପସ୍ଥିତ ରହି ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜଗତପୁର ଠାରେ କଟକ ନଗର ୮ନଂ ବ୍ଲକ କଂଗ୍ରେସ ର ନବ ନିଯୁକ୍ତ ସଭାପତି ଙ୍କୁ କଂଗ୍ରେସ କର୍ମୀ ଙ୍କ ପକ୍ଷରୁ ସମ୍ବର୍ଦ୍ଧନା

Sunil Chandra Nayak

ଧର୍ମଗଡ ରେ ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ୨୭ତମ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ସଭା

masiha

ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୨୬ ତମ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!