ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧକ୍ରୀଡ଼ା

ଲିଜେଣ୍ଡ କ୍ରିକେଟ ଟୁର୍ନାମେଣ୍ଟ, ପାପଡାହାଣ୍ଡି ଲିଜେଣ୍ଡ ଦଳ ଚାମ୍ପିୟାନ

ପାପଡାହାଣ୍ଡି,15/02, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଳପୁର ବନ ଭାରତୀ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଚାଲିଥିବା ଲିଜେଣ୍ଡ କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଉଦଯାପିତ ହୋଇଯାଇଛି | ଟୁର୍ନାମେଣ୍ଟରେ ମୋଟ 8 ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ପାପଡାହାଣ୍ଡି ଲିଜେଣ୍ଡ ଓ ଚନ୍ଦ୍ରପୁର ଲିଜେଣ୍ଡ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା | ପ୍ରଥମେ ବ୍ୟାଟିଙ୍ଗ କରି 13 ଓଭରରେ ପାପଡାହାଣ୍ଡି ଲିଜେଣ୍ଡ ଦଳ 176/03 ରନ ସଂଗ୍ରହ କରିଥିଲେ, ଜବାବରେ ଚନ୍ଦ୍ରପୁର ଲିଜେଣ୍ଡ ଦଳ 10 ଉଇକେଟ ବିନିମୟରେ 64 ରନ ସଂଗ୍ରହ କରଥିଲେ | ଫାଇନାଲ ମ୍ୟାଚ ରେ ଦିଲୀପ କୁମାର ପଟ୍ଟନାୟକ ଓ ସନ୍ତୋଷ କୁମାର ପାଣିଗ୍ରାହୀ ଅମ୍ପୟାର | ରିଙ୍କୁ ବାଘ, ପରମେଶ ନାୟକ, ଦେବେନ୍ଦ୍ର ଦୀପ ଭାଷ୍ୟକାର ଦାୟିତ୍ୱ ତୁଲାଇଥିଲେ | ଉଦଯାପନୀ ଦିବସ ରେ ମୁଖ୍ୟଅତିଥି ରୂପେ ପାପଡାହାଣ୍ଡି ତହସିଲଦାର ଯୋଗେଶ୍ୱର ଭୋଇ,ସମ୍ମାନିତ ଅତିଥିରୂପେ ଏସଡିପିଓ ଆଦିତ୍ୟ ସେନ,ମଇଦଳପୁର ଥାନା ଅଧିକାରୀ ନଟବର ନନ୍ଦ, କଲେଜ ଅଧ୍ୟାପକ ବାଲକୃଷ୍ଣ ବିଷୋୟୀ , ସବଇନ୍ସପେକ୍ଟର ଶିବଜି ପଣ୍ଡା, ମଇଦଳପୁର ସରପଞ୍ଚ ଚନ୍ଦ୍ରଧ୍ୱଜ ମାଝୀ ପ୍ରମୁଖ ଯୋଗ ଦେଇଥିଲେ | ଏହି ଅବସରରେ ଅତିଥି ଙ୍କ ଦ୍ୱାରା ଚାମ୍ପିୟାନ ପାପଡାହାଣ୍ଡି ଲେଜେଣ୍ଡ ଦଳ କୁ 8888 ଟଙ୍କା ରନର୍ସ ଅପ ଚନ୍ଦ୍ରପୁର ଲିଜେଣ୍ଡ କୁ 6666 ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା | ସେହିପରି ପାପଡାହାଣ୍ଡି ଲିଜେଣ୍ଡ ଦଳର ଥବିର ନାୟକ କୁ ଫାଇନାଲ ମେନ ଅଫ ଦି ମ୍ୟାଚ, ଟୁର୍ନାମେଣ୍ଟ ରେ ଶ୍ରେଷ୍ଠ ବ୍ୟଡ୍ସମ୍ୟାନ ପାପଡାହାଣ୍ଡି ଲିଜେଣ୍ଡ ଦଳ ରମେଶ ସତନାମୀ, ଶ୍ରେଷ୍ଠ ବୋଲର ପାପଡାହାଣ୍ଡି ଲିଜେଣ୍ଡ ଦଳ ରେ ମନୋଜ ନାୟକ ଭାବେ ପୁରସ୍କୃତ କରାଯାଇଥିଲା | ଲିଜେଣ୍ଡ କ୍ରିକେଟ ଟୁର୍ନାମେଣ୍ଟ କର୍ମକର୍ତ୍ତା ସନ୍ତୋଷ କୁମାର, କୈଳାଶ ଗୁପ୍ତା,ଗିରିଧର ହରିଜନ, ବାଲକୃଷ୍ଣ ନିଆଲ,ଧନପତି ହରିଜନ, ଦୁର୍ଯ୍ୟୋଧନ ପଞ୍ଜିଆଁ,ସୁବାଷ ପଞ୍ଜିଆ, କିଶୋର କୁମାର ବିଷୋୟୀ,ଧରଣୀ କମାର୍ଲା,ଯୁବରାଜ ହରିଜନ,ବିନୟ ଆଚାରୀ ପ୍ରମୁଖ ପରିଚାଳନା କରିଥିଲେ |

ଜଙ୍ଗଲ ରେ ନିଆଁ ଲଗାଇ, ଜଣେ ଗିରଫ

 ପାପଡାହାଣ୍ଡି ,15/2, ମନିସ -ଜଙ୍ଗଲ ରେ ନିଆଁ ନ ଲଗାଇବା ପାଇଁ ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାର ସଚେତନ କରାଯାଉଛି l ତଥାପି ଲୋକ ଜଙ୍ଗଲ ରେ ନିଆଁ ଲଗାଉଛନ୍ତି l ପାପଡାହାଣ୍ଡି ବ୍ଲକ ମୈଦଲପୁର ବନବିଭାଗ,ଜଙ୍ଗଲ ରେ ନିଆଁ ଲଗାଇବା ଅଭିଯୋଗ ରେ ଜଣଂକୁ ଗିରଫ କରିଛି l ଏକ ଏକର ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ନିଆଁ ଲଗାଇବା ଅଭିଯୋଗ ରେ ଗାଦବାକତରା ପଂଚାୟତ ର ଚଚରାଗୁଡା ଗ୍ରାମ ର ମୁକତୁ ଜାନି କୁ ମୈଦଲପୁର ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି l ସୂଚନା ଅନୁସାରେ,ଆଜି ଦିନ 11ଟା ବେଳେ ମୈଦଲପୁର ବନବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଚଚରାଗୁଡା ଗ୍ରାମର ମୁକତୁ ମୈଦଲପୁର ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ନିଆଁ ଲଗାଉଥିବା ସମୟରେ ଗିରଫ କରିଥିଲା l ଏ ନେଇ କେଶ ନଂ 185/22-23ମାମଲା ରଜୁ କରି କୋର୍ଟ ଚାଲାଣ କରାଯାଇଛି l ଘଟଣା ସ୍ଥଳରେ ମୈଦଲପୁର ବନପାଳ ଉମାକାନ୍ତ ପଟନାୟକ, ରମାକାନ୍ତ ସାହୁ, ବୈଦନାଥ ମାଝୀ, ଜୟନ୍ତ ମାଝୀ, ଭକ୍ତରାମ ହରିଜନ,ରାଜୁ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

୭ମାସ ପରେ ମିଳିଲା ନିଖୋଜ ବ୍ୟକ୍ତି ଙ୍କ କଙ୍କାଳ,ବାରାହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ହୋଇଥିଲା ମୃତ୍ୟୁ,ସ୍ୱୀକାର କଲେ ଅଭିଯୁକ୍ତ ୨ ଶିକାରୀ

Sunil Chandra Nayak

ଜେଲ ପାଚେରୀ ଡେଇଁ ଜଣେ ବିଚାରାଧୀନ କଏଦୀ ଫେରାର

Sunil Chandra Nayak

Rayagada District Forces Successfully Neutralize 4 IEDs Planted by Maoists

masiha

Leave a Comment

error: Content is protected !!