ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜାତୀୟ ଖେଳରେ ରାଉରକେଲାର ଅଶୋକ ବିଶ୍ବାଳଙ୍କ ନୂତନ ଜାତୀୟ ରେକର୍ଡ ପ୍ରତିଷ୍ଠା

ରାଉରକେଲା/ ଉତ୍ତର ପ୍ରଦେଶ ବାରଣାସୀର ବିଏଚୟୁଆଇଆଇ  ଷ୍ଟାଡିୟମ ଠାରେ ଗତ ୧୧ ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ଜାତୀୟ ଖେଳ ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୭୦ବର୍ଷ ବୟସ ବର୍ଗରେ ଓଡିଶା ରାଉରକେଲା ଏନଆଇଟି ର ପ୍ରାକ୍ତନ ଛାତ୍ର ଅଶୋକ କୁମାର ବିଶ୍ବାଳ ଅଂଶଗ୍ରହଣ କରି ଦୁଇଟି ବିଭାଗରେ ଜାତୀୟ ରେକର୍ଡ ପ୍ରତିଷ୍ଠା କରି ସହର ତଥା ରାଜ୍ୟକୁ ଗର୍ବିତ କରିଛନ୍ତି । ଶ୍ରୀ ବିଶ୍ବାଳ ୩୦୦ମିଟର ବାଧା ଦୌଡରେ ପ୍ରଥମ ତଥା ୨୦୦ ଓ ୪୦୦ମିଟର ଦୌଡରେ ପ୍ରଥମ ସହ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ସେ ୨୦୦ଶହ ମିଟର ଦୌଡକୁ ୨୯ ସେକେଣ୍ଡ ରେ ଓ ୪୦୦ ମିଟର ଦୌଡକୁ ୧ମିନିଟ୍ ୫ ସେକେଣ୍ଡ ରେ ସଂପୂର୍ଣ୍ଣ କରି ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ। ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରଦେଶରୁ ୩୭୨୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ଖବର ରାଉରକେଲାରେ ପହଞ୍ଚିବା ପରେ ସହରର କ୍ରୀଡାପ୍ରେମୀ ଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଥିବା ବେଳେ ସହରର ଜଣାଶୁଣା ବଡିବିଲଡର ସତ୍ୟବ୍ରତ ଓଝା ଓ ଜାତୀୟ ବିଚାରକ ଡକ୍ଟର ହରମୋହନ ମଲ୍ଲିକ ଶ୍ରୀ ବିଶ୍ବାଳଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଡୋଭା ଗ୍ରାମରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା 

Sunil Chandra Nayak

ରାୟଗଡାରେ ଅଶୋକ କୁମାର ସାହୁ ଦ୍ୱିତୀୟ ସ୍ମୃତି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

Sunil Chandra Nayak

୪ର୍ଥ କୋଏଲ ବ୍ୟାଡମିଣ୍ଟନ ଚମ୍ପିୟାନସିପ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!