ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର …

ରାଉରକେଲା/ ସହରର ପୁରାତନ ସାହିତ୍ୟନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଚନ୍ଦ୍ରଶେଖର ଶତପଥୀ ଙ୍କ ସଭାପତିତ୍ବ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ବ ଓ ଉପସଭାପତି ଡଃ ସନାତନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମ୍ୟୁନିସିପାଲ ମହାବିଦ୍ୟାଳୟର ଅଧ୍ୟାପିକା ଡଃ ଅପର୍ଣ୍ଣା ଧଳ ଆଲୋଚିକା ଭାବେ ଯୋଗଦେଇ ‘ ରାମକୃଷ୍ଣ ନନ୍ଦଙ୍କ ସାହିତ୍ୟ କୃତି’ ସଂପର୍କରେ ଆଲୋଚନା କରିଥିଲେ । ଗାଳ୍ପିକ କାଶୀନାଥ ନନ୍ଦୀ ‘ ରଂଗ ବେରଙ୍ଗ’ ନାମରେ ଗଳ୍ପ ପଠନ କରିଥିବାବେଳେ ଗଳ୍ପଟିକୁ ସମୀକ୍ଷା କରିଥିଲେ ଅଧ୍ୟାପିକା ପ୍ରଣତୀ ବେହେରା । ଜ୍ଞାନେନ୍ଦ୍ର କୁମାର ଦାଶ କାର୍ଯ୍ୟକ୍ରମର ଆଭିମୁଖ୍ଯ ସଂପର୍କରେ ବକ୍ତବ୍ଯ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବିତା ଆସରକୁ କନକଲତା ମିଶ୍ର ଓ ଡଃ ଜୟନ୍ତୀ ପାଢୀଙ୍କ ସଂଯୋଜନା କରିଥିବା ବେଳେ ସର୍ବଶ୍ରୀ ନିତ୍ୟାନନ୍ଦ ନାୟକ,ଉପେନ୍ଦ୍ର ବସ୍ତିଆ, ବସନ୍ତ ବିଶ୍ବକର୍ମା, ସୁଚିସ୍ମିତା ପଣ୍ଡା,କରୁଣାକର ପାଟ୍ଟଶାଣୀ,ଅଜିତ ପୂଜାରୀ ପ୍ରମୁଖ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଭୂପେନ ମହାପାତ୍ର, ଡା ବସନ୍ତ ଦାସ, କୁଞ୍ଜବିହାରୀ ରାଉତ,ଅଟମ ରଥ, ସନ୍ତୋଷ ରଥ,ମନୋଜ କୁମାର ପଣ୍ଡା, ଡଃ ଶକ୍ତି ପ୍ରସାଦ ସାମନ୍ତରାୟ, ବ୍ରଜେନ୍ଦ୍ର ଦାଶ, ଦୀନବନ୍ଧୁ ରଥ,ବିଜୟ ରାୟ, ରାମକୃଷ୍ଣ ତ୍ରିପାଠୀ, ପ୍ରଶାନ୍ତ ଦାସ,ଗୌତମ ଦାସ, ସଂଜୀବ କୁମାର ଭୋଇ, ଆର୍ତ୍ତତ୍ରାଣ ମହାପାତ୍ର, ବିରେନ୍ଦ୍ର ବାରିକ,ବଳରାମ ରାଉଳ,ଅଜୟ କୁମାର ମହାନ୍ତି,ଶୁଭଲକ୍ଷ୍ମୀ ନାୟକ, ରଶ୍ମିତା ମଛକଣ୍ଡ, ରମେଶ ପାତ୍ର,ଡଃ ମୀନତି ପଣ୍ଡା, ପଞ୍ଚାନନ ପାତ୍ର, ଆଶୁତୋଷ ଜ୍ୟୋତିଷ, ଗଣେଶ୍ବର ପଟ୍ଟନାୟକ, ରବିନ୍ଦ୍ର ମହାନ୍ତି, କିଶୋରୀ ମୋହନ କର,ଉପେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବାବେଳେ ଅଶୋକ କୁମାର ବଳ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜୁନାଗଡ଼ ଥାନା ରେ ଭାରତୀୟ ନ୍ୟାୟ ସଂଗୀତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ବସ୍ ଧକ୍କା ରେ କଲେଜ ଛାତ୍ରୀ ଙ୍କ ମୃତ୍ୟୁ, ଜଣେ ଗୁରୁତର

Sunil Chandra Nayak

ସୁଧୁରୁନି ଟ୍ରେ ଚୋର,ରାଜ୍ୟ ଖଣିମଣ୍ଡଳର ଅଜସ୍ର କ୍ଷତିରେ ଡ଼ିଡ଼ିଏମ ହତାସ

masiha

Leave a Comment

error: Content is protected !!