ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଜାଗର ପାଇଁ କପିଳାସ ଧାମ ଚଳଚଞ୍ଚଳ

 ଢେଙ୍କାନାଳ(ମନିସ )18/2/23 // ପବିତ୍ର ଜାଗର ଉପଲକ୍ଷେ ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ କପିଳାସ ଚଳଚଞ୍ଚଳ।ପୀଠରେ ସକାଳୁ ସକାଳୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଟ କରାଯାଇଛି। ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିୟୁଙ୍କ ପୀଠରେ ରାତି ଉଜାଗର ରହି ଦୀପଦାନ କଲେ କୋଟି ଜନ୍ମର ପୁନ୍ୟ ମିଳିଥାଏ। ତା’ସହିତ ମନୋସ୍କାମନା ମଧ୍ୟ ପୁର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।ଭୋର ୪ଟା ୪୫ ମିନିଟ ସମୟରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଥିବା ବେଳେ ମହାଦେବଙ୍କ ନିକଟରେ ଆଜି ଷୋଡଷ ଉପଚାର ପୂଜା ଓ ହରିହର ଭେଟ ଅନୁଷ୍ଠିତ ହେବ।ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଛି।ଭକ୍ତଙ୍କ ଗହଣରେ କପିଳାସ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି ହୋଇଛି। 

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଜାଗର ପାଇଁ ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ

Sunil Chandra Nayak

ରାଇରଙ୍ଗପୁର ରେ ଦୁଇ ଦିବସୀୟ ବାହୁଡା଼ ଯାତ୍ରାରେ ବାହୁଡିଲେ ଦାରୁବ୍ରହ୍ମ 

Sunil Chandra Nayak

ସ୍ନାନ ମଣ୍ଡପରେ ବିରାଜିତ ପ୍ରଭୁ ଦଧିବାମନ ସ୍ଵାମୀ , ୧୦୮ ଶୁଵାଷିତ ଜଳରେ ସ୍ନାନ କରି ଭକ୍ତଙ୍କୁ ଦେଲେ ଦର୍ଶନ

masiha

Leave a Comment

error: Content is protected !!